ଅର୍ଜୁନ ପୁରସ୍କାର ଦୌଡ଼ରେ ମହମ୍ମଦ ସାମି

Above Post Content

ନୂଆଦିଲ୍ଲୀ: ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ୍ ବିଶ୍ୱକପ୍‌ର ସର୍ବାଧିକ ୱିକେଟ୍ ହାସଲକାରୀ ମହମ୍ମଦ ସାମି । ତାଙ୍କ ବ୍ୟତୀତ ବ୍ୟାଡ୍‌ମିଣ୍ଟନ୍‌ର ସଫଳ ପୁରୁଷ ଯୁଗଳ ଯୋଡ଼ି ତଥା ଏସୀୟ କ୍ରୀଡ଼ା ବିଜେତା ସାତ୍ତ୍ୱିକସାଇରାଜ ରାଙ୍କିରେଡୀ ଓ ଚିରାଗ ସେଟ୍ଟୀଙ୍କୁ ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।

Middle post content

ସାମିଙ୍କୁ ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ କରାଯାଇଥିଲା ଅନୁରୋଧ

After 2nd paragraph post ads

ସୂଚନା ଅନୁଯାୟୀ, ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ସାମିଙ୍କ ନାମ ରଖାଯାଇ ନ ଥିଲା । କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ସାମିଙ୍କ ବ୍ୟତୀତ ଅନ୍ୟ ୧୬ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ହକି ଖେଳାଳି କୃଷ୍ଣ ବାହାଦୁର ପାଠକ ଓ ସୁଶୀଳା ଚାନୁ, ତୀରନ୍ଦାଜ ଓଜାସ୍ ପ୍ରବୀଣ ଦେଓତଲେ ଓ ଅଦିତି ଗୋପୀଚାନ୍ଦ ସ୍ୱାମୀ, ମୁଷ୍ଟିଯୋଦ୍ଧା ମହମ୍ମଦ ହୁସାମୁଦ୍ଦିନ୍‌, ଚେସ୍ ଖେଳାଳି ଆର ବୈଶାଳୀ, ଗର୍ଲ୍ଫ ଦୀକ୍ଷା ଡଗର, ବନ୍ଧୁକଚାଳକ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମାର, କୁସ୍ତିଯୋଦ୍ଧା ଅନ୍ତିମ ପଂଘଲ ଓ ଟେବୁଲ ଟେନିସ୍ ଖେଳାଳି ଆହିକା ମୁଖାର୍ଜୀ ଏହି ତାଲିକାରେ ରହିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami