୭ ମାସ ପରେ ଇଣ୍ଡଷ୍ଟ୍ରିକୁ ଫେରିଲେ ସାମନ୍ଥା

Above Post Content

ନୂଆଦିଲ୍ଳୀ: ଦୀର୍ଘ ୭ ମାସ ହେଲା ବେରୋଜଗାର ଥିଲେ ସାଉଥ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ । ଏବେ ସେ ପୁଣି ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯୋଜନା କରୁଛନ୍ତି । ଏହା ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଖୁସିବ୍ୟକ୍ତ କରିଛନ୍ତି । ଏବେ ସେ ଅସୁସ୍ଥତାକୁ ପରାସ୍ତ କରି ପୁଣି ଥରେ ସୁସ୍ଥ ଭାବେ ଫେରିବାର ଯୋଜନା କରୁଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଆସନ୍ତା ସପ୍ତାହରେ ରିଲିଜ୍ ହେବ ସ୍ୱାସ୍ଥ୍ୟ ପୋଡକାଷ୍ଟ

After 2nd paragraph post ads
Middle post content

ସାମନ୍ଥା କହିଛନ୍ତି ଯେ, ମୁ ମୋର ଜଣେ ବନ୍ଧୁଙ୍କ ସହ ଏକ ସ୍ୱାସ୍ଥ୍ୟ ପୋଡକାଷ୍ଟ ଲଞ୍ଚ କରିବାକୁ ଯାଉଛନ୍ତି । ଏହା ଆସନ୍ତା ସପ୍ତାହରେ ମୁକ୍ତିଲାଭ କରିବ । ପ୍ରାୟ ୭ ମାସ ହେବ ବେରୋଜଗାର ଥିଲି । ମୁଁ ଶେଷରେ କାମକୁ ଫେରି ଆସିଛି । ମୁଁ ଏତେ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବେକାର ଥିଲି । ଏହି ସ୍ୱାସ୍ଥ୍ୟ ପୋଡକାଷ୍ଟ ପାଇଁ ମୁଁ ବହୁତ ଉତ୍ସାହିତ ଏବଂ ଭାବପ୍ରବଣ ଅଟେ । ଆସନ୍ତା ସପ୍ତାହରେ ଏହା ପ୍ରକାଶ ପାଇବ । ୩୬ ବର୍ଷୀୟା ଅଭିନେତ୍ରୀ ଗତ ବର୍ଷ ୱେବ୍ ସିରିଜ୍ ‘ସିଟାଡେଲ୍ ଇଣ୍ଡିଆ’ର ସୁଟିଂ ଶେଷ କରିଥିଲେ । ଏଥିରେ ବରୁଣ ଧାୱନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହା ହେଉଛି ପ୍ରିୟଙ୍କା ଚୋପ୍ରାଙ୍କ ୱେବ୍ ସିରିଜର ହିନ୍ଦୀ ରିମେକ୍ ।

ମାୟୋସିଟିସ୍ ରୋଗରେ ପୀଡ଼ିତ ସାମନ୍ଥା

ଗତବର୍ଷ ସାମନ୍ଥା କହିଥିଲେ ଯେ, ସେ ଅଟୋ ଇମ୍ୟୁନ କଣ୍ଡିସନ୍ (ମାୟୋସିଟିସ୍‌) ନାମକ ଏକ ରୋଗରେ ପୀଡିତ । ଏହି ରୋଗ ମାଂସପେଶୀରେ ବହୁତ ଯନ୍ତ୍ରଣା ଦେଇଥାଏ । ୱାର୍କ ଫ୍ରଣ୍ଟ୍ ବିଷୟରେ କହିବାକୁ ଗଲେ ସାମନ୍ଥାଙ୍କୁ ଶେଷ ଥର ପାଇଁ ଫିଲ୍ମ ‘କୁଶି’ରେ ବିଜୟ ଦେବରାକୋଣ୍ଡାଙ୍କ ସହ ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ତାଙ୍କୁ ‘ଶକୁନ୍ତଲାମ’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଏହି ଦୁଇଟି ଚଳଚ୍ଚିତ୍ର ଦର୍ଶକଙ୍କ ଆଶା ପୂରଣ କରିପାରିଲା ନାହିଁ । ଏବେ ତାଙ୍କୁ ୱେବ୍ ସିରିଜ୍ ‘ସିଟାଡେଲ୍ ଇଣ୍ଡିଆ’ରେ ଦେଖିବାକୁ ମିଳିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami