କଶ୍ମୀରରେ କ୍ରିକେଟ ଖେଳିଲେ ତେନ୍ଦୁଲକର, ଭିଡିଓ ଭାଇରାଲ

Above Post Content

ନୂଆଦିଲ୍ଲୀ : ରାସ୍ତା ମଝିରେ ଗାଡ଼ି ଅଟକାଇ କ୍ରିକେଟ ଖେଳିଲେ ପୂର୍ବତନ ଭାରତୀୟ ଭେଟେରାନ ବ୍ୟାଟର ସଚିନ ତେନ୍ଦୁଲକର । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସାରା ବିଶ୍ୱରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ସେଥିପାଇଁ ସଚିନ ଯୁଆଡ଼େ ଯାଆନ୍ତି ପ୍ରଶଂସକ ତାଙ୍କୁ ଘେରି ଯାଆନ୍ତି । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଶ୍ମୀରରେ ।

After 2nd paragraph post ads
Middle post content

ରାସ୍ତାରେ ଖେଳ ଦେଖି ନିଜକୁ ରୋକିପାରି ନ ଥିଲେ ସଚିନ

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି , ପୂର୍ବତନ ଭାରତୀୟ ଭେଟେରାନ ଖେଳାଳି ସଚିନ ତେନ୍ଦୁଲକର କଶ୍ମୀରରେ ପହଞ୍ଚିଛନ୍ତି । ସେ ଗାଡ଼ିରେ ଯିବାବେଳେ ବାଟରେ ହଠାତ୍ ତାଙ୍କ ଗାଡ଼ି ଅଟକାଉଛନ୍ତି । କାରଣ ରାସ୍ତାରେ କିଛି ପିଲା କ୍ରିକେଟ ଖେଳୁଥିବା ସେ ଦେଖିବାକୁ ପାଇଥିଲେ । ନିଜକୁ ରୋକି ନ ପାରି ଗାଡ଼ିରୁ ଓହ୍ଲାଇ ପିଲାଙ୍କ ପାଖରେ ପହଞ୍ôଚଥିଲେ । ଆଉ କ୍ରିକେଟ ଖେଳିବେ ବୋଲି ମଧ୍ୟ ପଚାରୁଛନ୍ତି । ପିଲାଙ୍କଠାରୁ ଅନୁମତି ନେଇ ବ୍ୟାଟିଂ କରୁଛନ୍ତି ସଚିନ । ତାଙ୍କର ଶେଷ ସଟ୍ ଏପରି ଢଙ୍ଗରେ ଖେଳିଥିଲେ ଯେ ଯାହା ମାଧ୍ୟମରେ ତାଙ୍କୁ କାହିଁକି ‘ଗଡ ଅଫ କ୍ରିକେଟ’ କୁହାଯାଏ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ଅଞ୍ଜଳି ମଧ୍ୟ ସଚିନଙ୍କ ସହ ନଜର ଆସିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami