ଶାଢୀରେ ନଜର ଆସିଲେ ସବା, ବିବାହ ସରିଛି କି ପ୍ରଶ୍ନ କଲେ ପ୍ରଶଂସକ

Above Post Content

ମୁମ୍ବାଇ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ସମସ୍ତେ ଜାଣନ୍ତି । ସେମାନେ ନିଜ ସଂପର୍କକୁ ଆହୁରି ପାଦେ ଆଗକୁ ଆଗେଇ ନେବାକୁ ଚିନ୍ତା କରିବା କଥା ଅତୀତରେ ଚର୍ଚ୍ଚା ହେଉଥିଲା । ହ୍ରିତିକଙ୍କ ପ୍ରେମିକା ସବାଙ୍କୁ ଶାଢ଼ିରେ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀଙ୍କ ମନରେ ଏବେ ଉତ୍ସୁକତା ବୃଦ୍ଧି ପାଇଛି । ହ୍ରିତିକ୍ ଓ ସବାଙ୍କ ବିବାହକୁ ନେଇ ସୋସିଆଲ୍ ମିଡିଆ ବ୍ୟବହାରକାରୀ ପ୍ରଶ୍ନ ବି କରିଛନ୍ତି । ଏହି ଯୋଡ଼ିଙ୍କୁ ପ୍ରଶଂସକମାନେ ଖୁବ୍ ଭଲପାଇବା ଦେଇ ଆସୁଛନ୍ତି । ପ୍ରଶଂସକମାନେ ଚାହାନ୍ତି ଯେ ସେ ଦୁହେଁ ବିବାହ କରନ୍ତୁ ବୋଲି । ସେମାନେ ଯେବେ ବି କିଛି ଫଟୋ ପୋଷ୍ଟ୍ କରନ୍ତି, ପ୍ରଶଂସକମାନେ ଏପରି ହିଁ କିଛି କମେଣ୍ଟ କରନ୍ତି ।

Middle post content

ଦେଶୀ ଲୁକ୍‌ରେ ସବା

After 2nd paragraph post ads

ନିକଟରେ ସବା ସୋସିଆଲ୍ ମିଡିଆରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି । ଫଟୋରେ ସେ ବାଇଗଣୀ ରଂଗର ଏକ ଶାଢ଼ି ସହ ନାଲି ରଂଗର ବ୍ଲାଉଜ୍ ପିନ୍ଧିଛନ୍ତି । ତାହା ସହିତ ସେ ବଡ଼ କାନଫୁଲ୍ ପିନ୍ଧି ନିଜ ଲୁକ୍‌କୁ ପୂରା କରିଛନ୍ତି । ଫଟୋ କ୍ୟାପ୍‌ସନରେ ସେ ଏହି ଫଟୋଟି ହ୍ରିତିକ୍ ଉଠାଇଛନ୍ତି ବୋଲି ନିଶ୍ଚିତ ବି କରିଛନ୍ତି । ତାଙ୍କର ଏହି ପୋଷ୍ଟ୍‌ରେ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ସବାଙ୍କୁ ଦେଶୀ ଲୁକ୍‌ରେ ଦେଖି ପ୍ରଶଂସକ ଖୁବ୍ ଖୁସି ହୋଇଥିବା ବେଳେ ‘ବିବାହ ସରିଛିକି କହି ପ୍ରଶ୍ନ ପଚାରିଛନ୍ତି । ତେବେ ପୂର୍ବରୁ ମଧ୍ୟ ହ୍ରିତିକ୍ ଓ ସବାଙ୍କ ବିବାହକୁ ନେଇ ଏକ ଟ୍ୱିଟ୍ ଭାଇରାଲ ହୋଇଥିଲା । ଛାଡପତ୍ର ପରେ ହ୍ରିତିକ ଏବଂ ସୁଜୈନ କୋ-ପ୍ୟାରେଟିଙ୍ଗ ଭାବେ ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି । ଏହା ସହିତ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ଖୋଲାଖୋଲି ଉପଭୋଗ ମଧ୍ୟ କରୁଛନ୍ତି । ହ୍ରିତିକ ଜୀବନସାଥୀ ଭାବେ ସବାଙ୍କୁ ପାଇଥିବା ବେଳେ ସୁସୈନ ମଧ୍ୟ ଅର୍ସଲାନ୍ ଗୋନିଙ୍କୁ ନେଇ ବହୁତ ଖୁସି ଅଛନ୍ତି । ବଲିଉଡ୍ ପାର୍ଟୀରେ ଉଭୟଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳେ । ପୂର୍ବରୁ ହ୍ରିତିକ ଏବଂ ସବା ଏକାଠି ସାମ୍ନାକୁ ଆସିବା ନେଇ ଲାଜ କରୁଥିଲେ, କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଖୋଲାଖୋଲି ଭାବେ ଦେଖାଯାଉଛି । ଅନେକ ବଲିଉଡ ପାର୍ଟୀରେ ହ୍ରିତିକ ସବାଙ୍କ ହାତ ଧରି ବୁଲୁଥିବାର ନଜର ଆସନ୍ତି । ଅନ୍ୟପକ୍ଷରେ, ହ୍ରିତିକଙ୍କ ଦୁଇ ପୁଅ ମଧ୍ୟ ସବାଙ୍କ ସହିତ ଖୁବ ଆରାମ ଅନୁଭବ କରୁଛନ୍ତି ଏବଂ ପରିବାର ମଧ୍ୟରେ ସବାଙ୍କର ଭଲ ବଣ୍ଡିଂ ମଧ୍ୟ ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami