ଋଷ-ୟୁକ୍ରେନ୍ ଯୁଦ୍ଧ : ପିସ୍ ମେକର ଭାବେ ଉଭା ହେବକି ଭାରତ ?

Above Post Content

ୟୁକ୍ରେନ୍ ଓ ଋଷ ମଧ୍ୟରେ ଯୁଦ୍ଧ ବିପଜ୍ଜନକ ମୋଡରେ ଥିବାବେଳେ ଆସିଛି ୟୁକ୍ରେନ୍ ରାଷ୍ଟ୍ରପତି ଭ୍ଲାଦିମିର ଜେଲେଂସ୍କିଙ୍କ ବୟାନ । ଜେଲେଂସ୍କିଙ୍କ ଅନୁସାରେ ଶନିବାର ସଂଧ୍ୟାରେ ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯୁଦ୍ଧକୁ ନେଇ କଥା ହୋଇଛନ୍ତି । ତାଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ୍ କରି ଯୁଦ୍ଧସ୍ଥିତିକୁ ନେଇ ଅବଗତ କରାଇଥିଲେ ।

ଭ୍ଲାଦିମିରଙ୍କ ଅନୁସାରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲେ ଯେ, ଆମ ଦେଶ ମଧ୍ୟକୁ ୧ ଲକ୍ଷ ଅନୁପ୍ରବେଶକାରୀ ବଳପୂର୍ବକ ପ୍ରବେଶ କରିଛନ୍ତି । ସେମାନେ ଆମ ଘର ଓ ଭୂମି ଉପରେ କବଜା କରିନେଇଛନ୍ତି । ଜନବସତି ଜଳୁଛି । ଏହି ସମୟରେ ଆପଣ ଆମକୁ ସାହାଯ୍ୟ କରନ୍ତୁ । ଆମେ ଚାହୁଁଛୁ ଯେ, ଆପଣ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନ ସହ ଛିଡା ହୁଅନ୍ତୁଆମ ସମସ୍ତଙ୍କୁ ଏକାଠି ମିଶିକରି ଏହି ଆକ୍ରମଣକାରୀଙ୍କ ମୁକାବିଲା କରିବାକୁ ପଡିବ ।

After 2nd paragraph post ads

ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆରେ ଏହି ବୟାନ ପରେ ଗୋଟିଏ ପ୍ରଶ୍ନ ଉଠୁଛି ଯେ, ମୋଦି ଓ ପୁଟିନ୍ ଆଲୋଚନା ଓ ଏବେ ଭ୍ଲାଦିମିରଙ୍କ ଫୋନ୍ ପରେ ଭାରତ କ’ଣ ଦୁଇ ଦେଶଙ୍କ ମଧ୍ୟରେ ମଧ୍ୟସ୍ଥତା କରିବ କି ? କାରଣ ଏହା ପୂର୍ବରୁ ଭାରତରେ ଅବସ୍ଥାପିତ ୟୁକ୍ରେନୀୟ ରାଷ୍ଟ୍ରଦୂତ ଏକ ଭାବପୂର୍ଣ୍ଣ ନିବେଦନରେ ଭାରତକୁ ମହାଭାରତ କଥା ମନେ ପକାଇ ଦେଇ ଶାନ୍ତି ପାଇଁ ହସ୍ତକ୍ଷେପ କରିବାକୁ ନିବେଦନ କରିଥିଲେ । ଏହା ପରେ ପରେ ମୋଦି ଓ ପୁଟିନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା କାଳରେ ଭାରତ ୟୁକ୍ରେନରେ ନିଜ ନାଗରିକଙ୍କ ସୁରକ୍ଷା ସହିତ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ନିବେଦନ କରିଥିଲା ।

ଏବେ ଯୁଦ୍ଧ ନିର୍ଣ୍ଣାୟକ ମୋଡରେ ଅଛି । କାରଣ ନାଟୋ ସିଧାସଳଖ ଯୁଦ୍ଧ ଲଢୁନାହିଁଏହାର ସୈନିକ ସ୍ଥଳଯୁଦ୍ଧରେ ସାମିଲ ହେବେ ନାହିଁ ବୋଲି ଆମେରିକା କହି ସାରିଛି । ସେମାନେ କେବଳ ସାମରିକ ଓ ଆର୍ଥିକ ସାହାଯ୍ୟରେ ସୀମିତ ରହିବେ ଏମିତିରେ ଭାରତ ଦୁଇ ପକ୍ଷଙ୍କ ମଧ୍ୟରେ ଶାନ୍ତି ପାଇଁ ଡିଲ୍ ଫିକ୍ସ କରି ପାରିବ କି ?

Middle post content

କାରଣ ୟୁକ୍ରେନର ମାନିବା ହେଉଛି ଯେ, ଆନ୍ତର୍ଜାତିକ ସ୍ତରରେ ମୋଦିଙ୍କର ଯେଉଁ ପ୍ରତିଷ୍ଠା ରହିଛ ତାହା ଯୁଦ୍ଧ ରୋକିବାରେ ସହାୟକ ହୋଇପାରେ । ଏହା ସହିତ ମୋଦିଙ୍କର ଭ୍ଲାଦିମିର ପୁଟିନଙ୍କ ସହିତ କେମେଷ୍ଟ୍ରି ଭଲ ବୋଲି ମଧ୍ୟ କୁହାଯାଉଛିଏଣେ ଋଷ ମଧ୍ୟ ଭାରତର ମନୋଭାବକୁ ନେଇ ସତର୍କ ଥିବା ଜଣା ପଡୁଛି । କାରଣ ଋଷ ଜାଣିଛି ଯେ, ଚୀନ ଓ ପାକିସ୍ତାନ ସହିତ ମସ୍କୋର ନୂଆ ସମ୍ପର୍କ ଭାରତକୁ ଅସହଜ କରୁଛି । ଏମିତିରେ ଋଷ ମଧ୍ୟ ଭାରତକୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଆମେ ପୁରୁଣା ସମ୍ପର୍କକୁ ଗୁରୁତ୍ୱ ଦେବୁ । ତେଣୁ ଯୁଦ୍ଧ ଆରମ୍ଭ ହେଉ ହେଉ ଭାରତରେ ଅବସ୍ଥାପିତ ଋଷୀୟ ରାଷ୍ଟ୍ରଦୂତ ତୁରନ୍ତ କହିଥିଲେ ଯେ, ଯେତେ ଆର୍ଥିକ ପ୍ରତିବନ୍ଧକ ଲାଗୁ ହେଲେ ମଧ୍ୟ ଆମେ ଏସ୍ ୪୦୦ ମିଶାଇଲ ଡିଫେନ୍ସ ସିଷ୍ଟମ ସହିତ ବାକି ଅସ୍ତ୍ରଶସ୍ତ୍ର ଭାରତକୁ ଯୋଗାଇ ଦେବୁ । ଏଥିରୁ ଜଣା ପଡୁଛି ଯେ, ଋଷ ମଧ୍ୟ ଭାରତକୁ ନିଜ ସହିତ ରଖିବାକୁ ଚାହୁଁଛି ।

ଜାତିସଂଘ ସୁରକ୍ଷା ପରିଷଦରେ ଋଷ ବିରୋଧରେ ଆଗତ ପ୍ରସ୍ତାବ ଉପରେ ଭୋଟିଂ କାଳରେ ଭାରତ ଅନୁପସ୍ଥିତ ରହି ଆଉ ଗୋଟିଏ ବାର୍ତ୍ତା ଦେଇଛି । ଆଉ ତା’ ହେଉଛି ମଧ୍ୟମ ମାର୍ଗର ବାର୍ତ୍ତାନାଟୋ ସଦସ୍ୟ ରାଷ୍ଟ୍ର ଓ ଆମେରିକା ସମର୍ଥକ ରାଷ୍ଟ୍ରମାନେ ଋଷ ବିରୋଧରେ ଏକାଠି ହୋଇଥିବା ବେଳେ ଭାରତ ଭୋଟ୍ କରି ଆଲୋଚନା ପାଇଁ ଗୋଟିଏ ରାସ୍ତା ଖୋଲା ରଖିଛି ।

ଭାରତ ଓ ଚୀନ୍ ଭୋଟିଂ ବେଳେ ଅନୁପସ୍ଥିତ ରହିବା ଦ୍ୱାରା ପୁଟିନଙ୍କୁ ମଧ୍ୟ ଆଲୋଚନା ପାଇଁ ଗୋଟିଏ ମାର୍ଗ ମିଳିଛି । ପୁଟିନ ଆମେରିକା ସହିତ ଆଲୋଚନା କରିନପାରନ୍ତି କିନ୍ତୁ ଚୀନ୍ ଓ ଭାରତ ସହିତ ଆଲୋଚନା କରି ପାରନ୍ତି । ଏହି ଦୃଷ୍ଟିରୁ ଯୁଦ୍ଧ ଭିତରେ ଭାରତ ଓ ଚୀନ୍ ପିସ୍ ମେକର ଭାବେ ଉଭା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ ଭାରତର ସ୍ୱାର୍ଥ ମଧ୍ୟ ଶାନ୍ତିରେ ଅଛି । କାରଣ ଉଭୟ ୟୁକ୍ରେନ୍ ଓ ଋଷ ସହିତ ଭାରତର ବ୍ୟବସାୟୀକ ସମ୍ପର୍କ ରହିଛି ।

ତେବେ ଏହି ଯୁଦ୍ଧ ଇତିହାସର ଗୋଟିଏ ଚକ୍ର ପୁରା କରିଛି । ଯେଉଁ ୟୁକ୍ରେନ୍ ଦିନେ ବାଜପାୟୀଙ୍କ ପରମାଣୁ ପରିକ୍ଷଣକୁ ବିରୋଧ କରିବାରେ ଆଗରେ ଥିଲା, ଭାରତର କାଶ୍ମୀର ନୀତିକୁ ବଢିଚଢି ବିରୋଧ କରୁଥଲା ଏବେ ସେହି ୟୁକ୍ରେନ୍ ଶାନ୍ତି ପାଇଁ ଭାରତର ହସ୍ତକ୍ଷେପ ଚାହୁଁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami