ହାଲୁକା ଆଞ୍ଚରେ ମାଂସ ରାନ୍ଧୁଛନ୍ତି ପୁଟିନ୍,ଆଗକୁ ଟାର୍ଗେଟରେ କେଉଁ ଦେଶ ?

Above Post Content

ବ୍ରିଟିଶ ଫିଲ୍ମ ନିର୍ଦେଶକ ଆଲଫ୍ରେଡ୍ ହିଚକ ଥରେ କହିଥିଲେ ଯେତେ ସମ୍ଭବ ଦର୍ଶକଙ୍କୁ ହଇରାଣ କର । ତାଙ୍କ କହିବା ଅର୍ଥ ହେଉଛି ଦର୍ଶକୁ ଅସମଂଜସ, ଦ୍ୱିବିଧା ଓ ସସପେନ୍ସ ଭିତରେ ରଖ । ଯେମିତି ସେ ଜାଣି ନପାରିବ ଯେ, ଅନ୍ତିମ ଦୃଷ୍ୟ ପର୍ଯ୍ୟନ୍ତ କ’ଣ ଘଟିବ ।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ୍ ମାମଲାରେ ଠିକ୍ ସେଇଆ କରିଛନ୍ତି । କେବେ ନରମ କେବେ ଗରମ ହୋଇ ପୁଟିନ୍ ପୁରା ଦୁନିଆକୁ ଦ୍ୱିବିଧା ଭିତରେ ରଖିଥିଲେ । ଆମେରିକାଠାରୁ ବ୍ରିଟେନ୍ ଓ ୟୁକ୍ରେନ୍ ସମସ୍ତେ ଭାବିଥିଲେ ଯେ, ପୁଟିନ୍ ଧମକ ଦେଇ, ଆଖି ଦେଖାଇ ଶେଷକୁ କିଛି ହାସଲ କରିବା ପରେ ଚୁପ ରହିବେ । ଯୁଦ୍ଧକୁ ଓହ୍ଲାଇବେ ନାହିଁ । କିନ୍ତୁ ଗୁରୁବାର ଦିନ ପୁଟିନ୍ ଦୁନିଆକୁ ଚମକାଇ ଦେଇ ୟୁକ୍ରେନ୍ ମଧ୍ୟକୁ ପ୍ରବେଶ କରିଛନ୍ତି । ମାସ ମାସ ଧରି ପୁଟିନ୍ ଦୁନିଆକୁ ଏହା ଭାବିବାକୁ ବାଧ୍ୟ କରିଥିଲେ ଯେ, ସେ ୟୁକ୍ରେନ୍ ଉପରେ ଆକ୍ରମଣ କରିବେ କି ନାହିଁ । ଶିତଳ ଯୁଦ୍ଧ ପରବର୍ତ୍ତି ବିଶ୍ୱ ବ୍ୟବସ୍ଥାକୁ ସେ ନଷ୍ଟ କରିବେ କି ନାହିଁ ? ଦୁନିଆ ପୁଟିନଙ୍କ ଆଗାମୀ ଚାଲକୁ ନେଇ ଦ୍ୱିବିଧା ଭିତରେ ଥିବା ବେଳେ ଗୁରୁବାର ପୁଟିନ୍ ଖେଳିଛନ୍ତି ଶାହା-ମାତର ଖେଳ । ପୁତିନ’ସ୍ ରଶା’ ପୁସ୍ତକର ଲେଖିକା ଲିଲିଆ ଶ୍ୱେତସୋଭାଙ୍କ ଅନୁସାରେ ପୁଟିନଙ୍କ ପାଇଁ ସସପେନ୍ସ ହେଉଛି ସବୁଠାରୁ ପସନ୍ଦର ଉପକରଣ । ଆଉ ଲାଗୁଛି ପୁଟିନ୍ ଦୁନିଆକୁ ଦେଇଛି ଦଶକର ସବୁଠାରୁ ବଡ଼ ସସପେନ୍ସ ଥ୍ରିଲର । ଋଷରେ କ୍ଷମତାର ଅଳନ୍ଦି ଭିତରେ କ’ଣ ଚାଲିଛି ତାହା ଜାଣିବା ଯେତିକି କଷ୍ଟକର ତା’ଠାରୁ ଅଧିକ କାଠିକର ପାଠ ହେଉଛି ପୁଟିନଙ୍କ ମନକୁ ପଢିବା ।

After 2nd paragraph post ads

ପୁଟିନଙ୍କ ଆଗାମୀ ଯୋଜନା

Middle post content

ଶିତଳ ଯୁଦ୍ଧର ଅନ୍ତ ଓ ସୋଭିଏତ ଋଷର ପତନ ସହିତ ଋଷ ତା’ର ପ୍ରଭାବ ହରାଇ ବସିଥିଲା ନାଟୋର ବିସ୍ତାର ପୁଟିନଙ୍କୁ ଚିଡାଉଥିଲା । ପୁଟିନ୍ ସେହି ବ୍ୟକ୍ତିଙ୍କ ଭଳି ଲାଗୁଛନ୍ତି ଯାହାଙ୍କର ଗୋଟିଏ ମିଶନ-ଆଉ ତା’ ହେଲା ଋଷର ପୁରୁଣା ପ୍ରତିଷ୍ଠା ଫେରାଇବା । ଏଥିପାଇଁ ସେ ପୁଣିଥରେ ଭୂଗୋଳ ବଦଳାଇବା ଲକ୍ଷ୍ୟରେ ଅଛନ୍ତି । ସେ ଇତିହାସରେ ନିଜ ସ୍ଥାନ ବନାଇବାକୁ ଚାହୁଁଛନ୍ତି । ପ୍ରଥମେ ସେ ସୋଭିଏତ ଋଷରୁ ଅଲଗା ହୋଇଥିବା ଦେଶରେ ବିଛିନ୍ନତାବାଦୀଙ୍କୁ ମାନ୍ୟତା ଦେବେ । ପରେ ସେଠାରେ ଜନମତ ସଂଗ୍ରହ କରି ସେହି ଅଂଚଳକୁ ଋଷରେ ସାମିଲ କରିବେ । ଯେମିତି ୟୁକ୍ରେନର ଦୁଇଟି ଭାଗକୁ ସ୍ୱାଧିନ ରାଷ୍ଟ୍ରରେ ମାନ୍ୟତା ଚଳିତ ସପ୍ତାହରେ ଋଷ ଦେଇଛି

ୟୁକ୍ରେନରେ ଅଟକିବ ନାହିଁ ପୁଟିନଙ୍କ ମିଲିଟାରି ମେସିନ୍

ପୁଟିନଙ୍କ ଡାଏରୀରେ କେବଳ ୟୁକ୍ରେନ୍ ନାହିଁ । ୟୁକ୍ରେନ୍ ମାତ୍ର ଟ୍ରେଲର ବୋଲି ବିଶେଷଜ୍ଞ କୁହନ୍ତି । ଏମିତିକି ଋଷରେ ମଧ୍ୟ ପୁଟିନଙ୍କ ଆକ୍ରମଣାତ୍ମକ ନୀତିକୁ ବିରୋଧ କରାଯାଉଛି । କିଛି ଋଷୀୟ ବୁଦ୍ଧିଜୀବି ଏକ ପିଟିସନରେ ଋଷ ଅପରାଧିକ ଦୁଃସାହହବାଦର ବନ୍ଧକ ବନିଥିବା ଅଭିଯୋଗ କରିଛନ୍ତି । ସୋଭିଏତ ସେନାର ଜଣେ ପୂର୍ବତନ ସେନା କମାଣ୍ଡରଙ୍କ ଅନୁସାରେ କେବଳ ୟୁକ୍ରେନ୍ ନୁହେଁ ପୋଲାଣ୍ଡ, ବୁଲଗାରିଆ ଓ ହଙ୍ଗେରି ମଧ୍ୟ ପୁଣିଥରେ ଋଷ ଶାସନାଧିନ ହେବ । ଆଲେକ୍ସୀ ନାମକ ଏହି ଅଧିକାରୀଙ୍କ ଅନୁସାରେ ୧୯୯୦ ଦଶକର ଆର୍ଥିକ ସଂକଟକାଳିନ ଋଷ ଏବେ ନିଜ ଗୋଡରେ ଛିଡା ହୋଇ ସାରିଛି । ସେ କୁହନ୍ତି ଯେ, ଏହା ଏକ ଜୈବିକ ପ୍ରକ୍ରିୟା । ଯେତେବେଳେ ଜଣେ ପିଲା ରୋଗଗ୍ରସ୍ତ ହୁଏ ସେତେବେଳେ ସେ ନିଜ ଭିତରେ ରୋଗ ପ୍ରତିରୋଧକ ଶକ୍ତି ବିକଶିତ କରେ । ୧୯୯୦ ଦଶକରେ ଋଷ ଏହି ରୋଗର ଶିକାର ଥିଲା । କିନ୍ତୁ ଆମକୁ ରୋଗ ଅଧିକ ଶକ୍ତିଶାଳୀ କରିଛି । ନାଟୋକୁ ଏଠାରୁ ଯିବାକୁ ଆମକୁ କହିବାକୁ ପଡିବ ନାହିଁ । ସେମାନେ ନିଜ ଏଠାରୁ ଚାଲିଯିବେ ।

ଜଣେ ଅଭିଜ୍ଞ ରୋଷେୟା ଯେମିତି ହାଲୁକା ନିଆଁରେ ମାଂସ ରୋଷେଇ କରେ, ଠିକ୍ ସେମିତି ପୁଟିନ୍ ଧିରେ ଧିରେ ନିଜ ପତା ଖୋଲୁଛନ୍ତି । ୟୁକ୍ରେନ୍ ପାଇଁ ସେ ଅପେକ୍ଷା କରିଥିଲେ । ତରବର ହୋଇ ଆକ୍ରମଣ କରିନଥିଲେଗଲା ୧୪ ବର୍ଷରେ ସେ ତିନିଟି ଯୁଦ୍ଧ ଲଢିଛନ୍ତି । ପୁଟିନ ଆସ୍ତେ ଆସ୍ତେ ନିଜ ଆକ୍ରାମକ ଯୋଜନାକୁ ଜାମା ପିନ୍ଧାଉଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami