କାଚ ଉପରେ ଡ଼ଙ୍ଗା ଚାଲୁଥିବା ପରି ଦିଏ ନିଆରା ଅନୁଭବ

Above Post Content

ଭାରତ ଏପରି ଏକ ଦେଶ ଯେଉଁଠାରେ ପାଣିପାଗ ଅନୁସାରେ ପରିବେଶକୁ ଉପଭୋଗ କରିହେବ । ଯେତେବେଳେ ଦକ୍ଷିଣରେ ଗରମ ଅନୁଭୂତ ହୁଏ ସେତେବେଳେ ପାହାଡ଼ିଆ ଅଞ୍ଚଳରେ ଶୀତକୁ ନେଇ ଖୁବ୍ ମଜା ଅନୁଭବ ହୁଏ । ଭାରତୀୟ ସଂସ୍କୃତି ଏବଂ ବାର ମାସରେ ତେର ପର୍ବ କାରଣରୁ ଭାରତରେ ବହୁ ବିଦେଶୀ ପର୍ଯ୍ୟଟକ ଡ଼େରା ଜମାଇଥାନ୍ତି । ମୋଟ ଉପରେ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତ ଏକ ସମୃଦ୍ଧ ରାଷ୍ଟ୍ର ବୋଲି କୁହାଯାଇପାରେ ।

ପର୍ଯ୍ୟଟକଙ୍କୁୂ ଆକୃଷ୍ଟ କରୁଛି ମେଘାଳୟ ପର୍ଯ୍ୟଟନସ୍ଥଳୀ

After 2nd paragraph post ads
Middle post content

ପର୍ଯ୍ୟଟନ ଦୃଷ୍ଟିକୋଣରୁ ଭାରତ ଏକ ଉଚିତ୍ କ୍ଷେତ୍ର । ଗୋଟିଏ ପଟେ ପର୍ଯ୍ୟଟନ ଏବଂ ବିକାଶ ଦେଶକୁ ଆଗକୁ ନେଉଥିବା ବେଳେ ଏବେ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଉଦ୍ୟମ କରାଯାଉଛି । କିନ୍ତୁ ପ୍ରଦୂଷଣ ବୃଦ୍ଧି ଯୋଗୁ ଦେଶର ଅନେକ ପର୍ଯ୍ୟଟନସ୍ଥଳୀରେ ପ୍ରବାହିତ ନଦୀର ଜଳ ପ୍ରଦୂଷିତ ହେଉଥିବା ନଜରକୁ ଆସେ । ସେହିକାରଣରୁ ଦେଶର ବିଭିନ୍ନ ସ୍ଥାନରେ ପ୍ରବାହିତ ନଦୀ ଜଳକୁ ପ୍ରଦୂଷଣମୁକ୍ତ କରିବା ପାଇଁ ନିରନ୍ତର କାର୍ଯ୍ୟକ୍ରମ ଜାରି ରହିଛିି । ଏହାର ପ୍ରଭାବ ଏବେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଅନୁଭୂତ ହେଉଛି । ଏମିତି ଏକ ଉଦାହରଣ ହେଲା ମେଘାଳୟ ରାଜ୍ୟ । ଏଠାରେ ଥିବା ଅନେକ ପର୍ଯ୍ୟଟକସ୍ଥଳୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ସ୍ୱଚ୍ଛ ନଦୀ ଦେଖିବାକୁ ଭିଡ଼

ମେଘାଳୟରେ ଏପରି ଏକ ନଦୀ ପ୍ରବାହିତ ହେଉଛି, ଯାହା ଦେଖିବା ପାଇଁ ପ୍ରତିବର୍ଷ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ । ଏହା ହେଉଛି ମେଘାଳୟ ଦେଇ ପ୍ରବାହିତ ଡୋକୀ ନଦୀ । ଏହି ନଦୀର ପାଣି ଏତେ ସ୍ୱଚ୍ଛତା ଯେ ଏଥିରେ ଡ଼ଙ୍ଗାରେ ଯାତ୍ରା କଲାବେଳେ ଗଭୀର ପାଣି ଭିତରେ ଥିବା ପଥରଗୁଡ଼ିକ ବାହାରକୁ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ । ଏମିତି ଏହି ନଦୀରେ ଡଙ୍ଗା ବାଲିରେ କିମ୍ବା କୌଣସି କାଚ ଉପରେ ଚାଲୁଥିବା ଅନୁଭବ ଦିଏ । ଏବେ ସୋସିଆଲ ମିଡିଆରେ ଏହାର ଏକ ଭିଡ଼ିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami