ସମୁଦ୍ରରେ କାଟିବେ ଅବସର ଜୀବନ

Above Post Content

ଭଲ ଘର ଖଣ୍ଡେ କରିବା ପାଇଁ ପ୍ରତ୍ୟେକ ଲୋକ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ବହୁତ ପରିଶ୍ରମ କରିଥାନ୍ତି । କାରଣ ଅବସରରେ ସମୟରେ ଭଲରେ ଦିନ କାଟିପାରିବେ । ହେଲେ ଅଷ୍ଟ୍ରେଲିଆର ଏକ ଦମ୍ପତି ତାଙ୍କ ଅବସର ଜୀବନ ଭଲ ଘରେ ନୁହେଁ, ଜାହାଜରେ କାଟିବାକୁ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

୨୦ କୋଟି ଦେଇ କିଣିଛନ୍ତି କ୍ୟାବିନ୍‌

After 2nd paragraph post ads
Middle post content

ଲୋକେ କାମ କରିବା ପରେ ଅବସର ଜୀବନକୁ ଭିନ୍ନ ଢଙ୍ଗରେ ପାଳିବାକୁ ଆଶା କରିଥାନ୍ତି । କେହି ଶାନ୍ତ ସ୍ଥାନରେ ବୁଲିବାକୁ ପସନ୍ଦ କରୁଥିବାବେଳେ ଆଉ କେତେକ ତାଙ୍କ ସଉକ ପୂରଣ କରିବାରେ ଲାଗିପଡ଼ନ୍ତି । ଅଷ୍ଟ୍ରେଲିଆର ଏକ ଦମ୍ପତି ଅବସରପ୍ରାପ୍ତ ଜୀବନରେ ଏକ ଘରର ଯୋଜନା କରିଛନ୍ତି । ଏହି ଦମ୍ପତି ନିଜ ଘରକୁ ବିକି ପୂରା ଜୀବନ ଏକ କ୍ରୁଜ୍ ଜାହାଜରେ ରହିବାକୁ ସ୍ୱପ୍ନ ଦେଖିଛନ୍ତି । ୮୦ ବର୍ଷୀୟ ମାଇକ ସୋରୋକର ଏବଂ ତାଙ୍କ ସ୍ତ୍ରୀ ୭୫ ବର୍ଷୀୟା ବାରବରା ଏମ୍‌ୱି ନୌରେଟିଭ୍ ଜାହାଜରେ ୨.୫ ମିଲିୟନ୍ ଅର୍ଥାତ୍ ୨୦ କୋଟି ଦେଇ ଏକ କ୍ୟାବିନ୍ କିଣିଛନ୍ତି । ଏବେ ସେ ତାହାର କିସ୍ତି ଭରୁଛନ୍ତି । ମାଇକ ଏବଂ ବାରବରା ତାଙ୍କ ବାକିତକ ଜୀବନ ସମୁଦ୍ର ମଝିରେ କିମ୍ବା ସାଗର କୂଳରେ ବିତାଇବାକୁ ଚାହୁଁଛନ୍ତି ।

ତିଆରି ଚାଲିଛି କ୍ୟାବିନ୍‌

କିଛି କ୍ରୁଜ୍ ଜାହାଜ ତାଙ୍କର ସମସ୍ତ କ୍ୟାବିନ ବିକ୍ରି କରିବା ସହିତ ସେଥିରେ ଛୁଟି କଟାଇବାକୁ ଆସୁଥିବା ଲୋକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ କରିବ ବୋଲି ଜାହାଜ ପ୍ରସ୍ତୁତ କରୁଥିବା କମ୍ପାନୀ ଦାବି କରିଛିି । ପୂର୍ବରୁ ମାଇକ ଏବଂ ବାରବରା ମାତ୍ର ୪ ଥର ହିଁ କ୍ରୁଜ୍‌ରେ ଯାତ୍ରା କରିଛନ୍ତି । ମାଇକ କହିଛନ୍ତି, ସେ ଆଗକୁ ବହୁତସାରା ଲୋକଙ୍କ ସହିତ ଅନେକ ଜାଗା ବୁଲିବାକୁ ଉତ୍ସାହିତ ଅଛନ୍ତି । ଯେଉଁ କ୍ରୁଜ୍ ଜାହାଜରେ କ୍ୟାବିନ କିଣିଛନ୍ତି, ଏବେ ତାହା ତିଆରି ଚାଲିଛି । କିଛି ବର୍ଷ ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବ ବୋଲି ଜଣାପଡ଼ିଛି । ସେହି ଜାହାଜରେ ଅନେକ ଲୋକ ମଧ୍ୟ କ୍ୟାବିନ କିଣିବାର ସମ୍ଭାବନା ରହିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami