କର୍ତ୍ତବ୍ୟ ପଥରେ ଓଡ଼ିଶା ଅଧିକାର କଲା ପ୍ରଥମ ସ୍ଥାନ

Above Post Content

ନୂଆଦିଲ୍ଲୀ: ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର କର୍ତ୍ତବ୍ୟପଥରେ ଗଡିଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼(ଟାବ୍ଲୋ) । ପ୍ରତ୍ୟେକ ରାଜ୍ୟର ପ୍ରଜ୍ଞାପନ ମେଢକୁ ପଛରେ ପକାଇ ପ୍ରଥମ ସ୍ଥାନ ହାସଲ କରିଛି ଓଡ଼ିଶା । ରାଜ୍ୟ ସରକାର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିଥିଲେ । ରଘୁରାଜପୁର ଗ୍ରାମରେ ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର କରୁଛନ୍ତି, ତାହା ପ୍ରଦର୍ଶନ କରାଯାଇଥିଲା । ଏହାସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖାଯାଇଥିଲା । ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି ।

Middle post content

୩ ବର୍ଷ ହେଲା ଓଡ଼ିଶାର ମେଢକୁ ଖାରଜ କରି ଦିଆଯାଉଥିଲା

After 2nd paragraph post ads

ଲଗାତର ୩ ବର୍ଷ ୨୦୨୧,୨୦୨୨ ଏବଂ ୨୦୨୩ ସାଧାରଣତନ୍ତ୍ର ଦିବସରେ ଓଡ଼ିଶା ପ୍ରଦର୍ଶିତ କରିବାକୁ ଥିବା ପ୍ରଜ୍ଞାପନ ମେଢ଼କୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଖାରଜ କରି ଦିଆଯାଉଥିଲା । ହେଲେ ଏଥର ଜାନୁଆରୀ ୨୬ ପାଇଁ ଓଡ଼ିଶା ଯେଉଁ ମେଢ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରିବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ମନୋନୀତ କରିଥିଲା । ଏବେ ସେହି ମେଢ ପ୍ରଥମ ସ୍ଥାନ ହାସଲ କରି ଓଡ଼ିଶାକୁ ଗୌରବ ଆଣିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami