ପୂଜ୍ୟପୂଜାଙ୍କୁ ଅସମ୍ମାନ, ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ରିଲ୍ସ ବନାଇଲେ ଯୁବକ

Above Post Content

ରାଜନଗର: ଆଜିକାଲି ଯୁବପିଢୀଙ୍କ ପାଇଁ ରିଲ୍ସ କରିବା ଏକ ପ୍ରକାର ଫ୍ୟାଶନ ହୋଇଯାଇଛି । ଏମିତି କି ରିଲ୍ସ ପାଇଁ ନିଜ ଜୀବନକୁ ବାଜି ମଧ୍ୟ ଲଗାଇ ଦେଇଥାନ୍ତି । ଆଉ କିଛି ସ୍ଥାନ,କାଳ, ପାତ୍ର ବି ଭୁଲି ଯାଆନ୍ତି । ମନଛୁଆଁ ଗୀତର ତାଳେ ତାଳେ ନୃତ୍ୟ କରି ଭିଡିଓ କରିଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢି ରିଲ୍ସ ବନାଇଛନ୍ତି । ଯୁବକଙ୍କ ଏପରି ହରକତକୁ ଲୋକେ ନାପସନ୍ଦ କରିବା ସହ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ବିଜୁ ବାବୁଙ୍କ କାନ୍ଦରେ ହାତ ପକାଇ କରିଥିଲେ ରିଲ୍ସ

After 2nd paragraph post ads
Middle post content

ରାଜନଗରସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରହିଛି । ଏହି ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷର ଛାତ୍ର ଆଜାଦ୍ କୁମାର ଦାସ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ପାଖରେ ଛିଡ଼ା ହୋଇ ରିଲ୍ସ କରିଛନ୍ତି । କେବଳ ସେତିକି ନୁହେଁ, ଆଜାଦ୍ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରୁ ଚଷମା କାଢିବା ସହ କାନ୍ଧରେ ହାତ ରଖି ରିଲ୍ସ ବନାଇଥିଲେ । ପରେ ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ସେୟାର କରିିଥିଲେ । ଏହା ଭାଇରାଲ ହେବା ପରେ ରାଜନଗରରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ।

କ୍ଷମା ମାଗିଲେ ଯୁବକ

ଏହି ଘଟଣା ଜାଣିବା ପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଅତୁଳ ବଳ ମହାବିଦ୍ୟାଳୟର ଶୃଙ୍ଖଳା କମିଟି ବୈଠକ ଡାକିଥିଲେ । ଶୃଙ୍ଖଳା କମିଟିର ବୈଠକରେ ସଦସ୍ୟ ଅଧ୍ୟାପକ ପ୍ରଣୟ କୁମାର ବେହେରା, ଅଭିମନ୍ୟୁ ରାଉତ, ପର୍ଶୁରାମ ନାଥ, ଅଧ୍ୟାପିକା ଅନୁସୂୟା ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରିଲ୍ସ ସୁଟିଂ କରିଥିବା ଓ ସେଥିରେ ଦିଶୁଥିବା ଆଜାଦଙ୍କ ପରିବାର ଲୋକେ ମହାବିଦ୍ୟାଳୟରେ ପହଞ୍ଚିଥିଲେ । ଦୁଇ ଯୁବକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ନତମସ୍ତକ ହୋଇ କ୍ଷମା ପ୍ରାର୍ଥନା କରିବା ସହ ପୂଜ୍ୟପୂଜାଙ୍କୁ କେବେବି ଅସମ୍ମାନ କରିବେ ନାହିଁ ବୋଲି ଶୃଙ୍ଖଳା କମିଟିକୁ ଜଣାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami