![Above Post Content](http://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଅଭିନେତା ହେଉଛନ୍ତି ରଣବୀର କପୁର । ସେ ଅନେକ ସମୟରେ ନିଜର ବ୍ୟକ୍ତିଗତ ଓ ପ୍ରଫେସନାଲ ଲାଇଫ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଫିଲ୍ମରେ ତାଙ୍କ ଅଭିନୟକୁ ଲୋକେ ଯେତିକି ପସନ୍ଦ କରନ୍ତି, ପ୍ରକୃତ ଜୀବନରେ ତାଙ୍କ ବ୍ୟବହାରକୁ ନେଇ ତାଙ୍କୁ ସେତିକି ଟ୍ରୋଲ ବି କରନ୍ତି । ଏବେ ଏହି ହ୍ୟାଣ୍ଡସମ ହିରୋ ଜଣକ ପାଲଟି ଯାଇଛନ୍ତି ଏଙ୍ଗ୍ରି ମ୍ୟାନ୍ । ସର୍ବସମ୍ମୁଖରେ ଦେଖାଇଛନ୍ତି ତାଙ୍କ ରାଗ । ଜଣେ ଫଟୋଗ୍ରାଫରଙ୍କୁ ସେ କରିଛନ୍ତି ଦୁର୍ବ୍ୟବହାର । ସେ କ୍ୟାମେରା ଆଗରେ ଫଟୋଗ୍ରାଫରଙ୍କୁ ଗଳା ଧକ୍କା ମାରି ନେଇ ଯାଇଛନ୍ତି, ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।
![Middle post content](http://risingodisha.in/wp-content/uploads/2023/08/website-1-e1691833471554.jpg)
ଫଟୋଗ୍ରାଫରଙ୍କୁ ଧକ୍କା ମାରି ଲିଫ୍ଟ ଭିତରକୁ ନେଇଗଲେ
![After 2nd paragraph post ads](http://risingodisha.in/wp-content/uploads/2023/08/728.jpg)
ନିକଟରେ ଟି-ସିରିଜ ଅଫିସରେ ପହଁଞ୍ଚିଥିଲେ ରଣବୀର କପୁର । ଏତିକି ବେଳେ ସେଠାରେ ଉପସ୍ଥିତ ଥିବା କିଛି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏହାକୁ ନେଇ ସେ ଖୁବ୍ ରାଗି ଯାଇଥିଲେ । ପରେ ଜଣେ ଫଟୋଗ୍ରାଫରଙ୍କୁ ଗଳା ଧକ୍କା ମାରି ନିଜ ସହ ଲିଫ୍ଟ ଭିତରକୁ ଠେଲି ନେଇଯାଇଥିଲେ । ଏହି ପୂରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପ୍ରକୃତରେ ରଣବୀର ଫଟୋଗ୍ରାଫରଙ୍କ ସହ ମଜାରେ ଏଭଳି କରିଥିବା କୁହାଯାଉଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ରଣବୀର ଟି-ସାର୍ଟ ଓ ଡାର୍କ ପ୍ୟାଣ୍ଟରେ ନଜର ଆସିଛନ୍ତି । ସେ ନିଜ କାରରୁ ଓହ୍ଲାଇ ଟି-ସିରିଜ୍ ଅଫିସ ବିଲ୍ଡିଂ ଆଡକୁ ଯାଉଛନ୍ତି । ଏହି ସମୟରେ ଫଟୋଗ୍ରାଫରମାନେ ତାଙ୍କୁ ଘେରି ଯାଉଛନ୍ତି । ହେଲେ ରଣବୀରଙ୍କ ରାସ୍ତାରେ ଜଣେ ଫଟୋଗ୍ରାଫର ଆସି ଯାଉଛନ୍ତି । ଏଭଳି ସ୍ଥିତିରେ ମଜାଳିଆ ଢ଼ଙ୍ଗରେ ଫଟୋଗ୍ରାଫରଙ୍କ ଗଳା ଧରି ତାଙ୍କୁ ଲିଫ୍ଟ ଭିତରକୁ ଠେଲିି ନେଇ ଯାଉଛନ୍ତି ରଣବୀର । ଏଥିସହ, ‘ୟାଙ୍କୁ ମୁଁ ମୋ ସହ ନେଇ ଯାଉଛି ବୋଲି କହୁଛନ୍ତି ।’ ଏହା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟ ଫଟୋଗ୍ରାଫରମାନେ ହସୁଥିବା ଦେଖିବାକୁ ମିଳିଛି ।
![Below Post Content](http://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)