ଶାହରୁଖଙ୍କୁ ପଛରେ ପକାଇଲେ ରାମଚରଣ

Above Post Content

ମୁମ୍ବାଇ: ବଲିଉଡ଼ କିଙ୍ଗ୍ ଶାହାରୁଖ ଖାନ୍‌ଙ୍କୁ ପଛରେ ପକାଇଲେ ସାଉଥ ସୁପରଷ୍ଟାର ରାମଚରଣ । ସେ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି । କାରଣ ତାଙ୍କର ଗୋଟେ ଗୀତ ପାଇଁ ମୋଟ ୨୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାଯାଇଛି । ‘ଆରଆରଆର’ ପରେ ଫିଲ୍ମ ‘ଗେମ୍ ଚେଞ୍ଜର’କୁ ନେଇ ଚର୍ଚ୍ଚାରେ ଅଛନ୍ତି ରାମଚରଣ । ଏହି ଫିଲ୍ମରେ ତାଙ୍କ ସହ ଅଭିନେତ୍ରୀ କିଆରା ଆଡଭାନୀ ନଜର ଆସିବେ । ଫିଲ୍ମର ସୁଟିଂ ବିଭିନ୍ନ କାରଣରୁ ଶେଷ ହୋଇପାରୁ ନ ଥିବା ବେଳେ ଏବେ ଫିଲ୍ମଟି ୨୦୨୪ରେ ରିଲିଜ୍ ହେବ ବୋଲି କୁହାଯାଉଛି ।

Middle post content

ଫିଲ୍ମର ଗୋଟିଏ ଗୀତ ପାଇଁ ଖର୍ଚ୍ଚ ହେଲା ୨୦କୋଟି

After 2nd paragraph post ads

ତେବେ ଫିଲ୍ମରେ ଥିବା ଏକ ଗୀତର ବଜେଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୀତର ପ୍ରଥମ ପୋଷ୍ଟର ସାମ୍ନାକୁ ଆସିଥିବା ବେଳେ ଏହି ଗୀତ ୨୦ କୋଟି ବଜେଟରେ ସୁଟ୍ କରାଯାଇଥିବା କୁହାଯାଉଛି । ଯଦି ଏହି ରିପୋର୍ଟ ସତ ହୋଇଥାଏ, ତେବେ ରାମଚରଣ, ବଲିଉଡର କିଙ୍ଗ ଖାନ୍ ଶାହରୁଖଙ୍କୁ କାଟିଛନ୍ତି । କାରଣ ଶାହରୁଖ ଫିଲ୍ମ ‘ଯବାନ’ରେ ଥିବା ଗୀତ ‘ଜିନ୍ଦା ବନ୍ଦା’ର ସୁଟିଂ ପାଇଁ ନିର୍ମାତା ୧୫କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏବେ ରାମଚରଣଙ୍କ ଫିଲ୍ମର ଗୀତ ୨୦କୋଟି ବଜେଟରେ ସୁଟ୍ କରାଯାଇଥିବା ବେଳେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗୀତର ନାମ ରହିଛି ‘ଜାରାଗାନ୍ଦି’ । ଏହି ଗୀତର ପୋଷ୍ଟରରେ ରାମଚରଣ କ୍ୟାମେରାକୁ ପଛ କରି ଛିଡା ହୋଇଥିବା ସହ ହାତରେ ଏକ ଡାଏରୀ ଧରିଛନ୍ତି । ଏହା ସହ ସେ ଏକ କୁର୍ତ୍ତା ପିନ୍ଧିଥିବା ଦେଖିବାକୁ ମିଳିଛି । ଏଭଳି ରଙ୍ଗୀନ ପୋଷ୍ଟରକୁ ଦେଖି ଗୀତର ରିଲିଜକୁ ନେଇ ଉତ୍ସାହିତ ହୋଇପଡ଼ିଛନ୍ତି ରାମଚରଣଙ୍କ ପ୍ରଶଂସକ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami