ବଦଳିଲା ରାମଲଲାଙ୍କ ଦର୍ଶନ, ଆଳତୀ ସମୟ

Above Post Content

ନୂଆଦିଲ୍ଲୀ: ବଦଳିଲା ଅଯୋଧ୍ୟାରେ ରାମମନ୍ଦିରରେ ରାମଲଲାଙ୍କ ଦର୍ଶନ ଓ ଆଳତୀ ସମୟ । ପ୍ରଭୁ ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ଲାଗିଥିବା ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ନୂତନ ସମୟ ସୂଚୀ ଜାରି କରିଛି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ । ଏହି ସୂଚୀରେ ସୃଙ୍ଗାର ଆଳତୀ ଠାରୁ ନେଇ ଶୟନ ଆଳତୀ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଗତ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା । ପ୍ରାଣପ୍ରତିଷ୍ଠା ପରେ ସାଧାରଣ ଲୋକ ଗତ ୨୩ ତାରିଖରୁ ରାମଲଲାଙ୍କ ଦର୍ଶନ ପାଇଁ ଭିଡ ଜମୁଛି ।

Middle post content

ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

After 2nd paragraph post ads

ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବକ୍ତା ଓ ମିଡିଆ ପ୍ରଭାରୀ ଶରଦ ଶର୍ମାଙ୍କ ଅନୁସାରେ, ‘ଶ୍ରୀରାମଲଲାଙ୍କ ସୃଙ୍ଗାର ଭୋର ସାଢ଼େ ଚାରିଟାରେ, ମଙ୍ଗଳ ଅଳତୀ ସାଢ଼େ ଛଅଟାରେ ଶେଷ ହେବ । ପରେ ଭକ୍ତ ରାମଲଲାଙ୍କ ଦର୍ଶନ କରିପାରିବେ । ସେହିପରି ରାମଲଲାଙ୍କ ଭୋଗ ପାଇଁ ଆଳତୀ ମଧ୍ୟାହ୍ନ୧୨ଟାରେ ଆରମ୍ଭ ହେବ । ଏହାପରେ ସନ୍ଧ୍ୟା ଆଳତୀ ସାଢ଼େ ସାତଟାରେ ହେବ । ଆଠଟାରେ ଭୋଗ ଆଳତୀ ହୋଇ ରାତି ୧୦ଟାରେ ଶୟନ ଆଳତୀ ହେବାର ସୂଚନା ଜାରି କରାଯାଇଛି । ପ୍ରାଣପ୍ରତିଷ୍ଠା ପରଦିନ ରାମଲଲାଙ୍କୁ ୫ଲକ୍ଷ ଭକ୍ତ ଦର୍ଶନ କରିଥିବା ଜଣାପଡ଼ିଛି । ଏହି ଭିଡ ଆଗାମୀ ଦିନରେ ଆହୁରି ବଢ଼ିବାର ଅନୁମାନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ଭକ୍ତ ବି ରାମ ମନ୍ଦିରକୁ ବିପୁଳ ପରିମାଣରେ ଦାନ କରୁଛନ୍ତି । ଏଥିପାଇଁ ପ୍ରାଣପ୍ରତିଷ୍ଠା ଦିନ ୧୦ଟି ଦାନ କାଉଣ୍ଟର ଖୋଲା ଯାଇଥିଲା । ଏଥିରେ ଅନଲାଇନ ଓ ଅଫ ଲାଇନ ଜରିଆରେ ଭକ୍ତ ୩,୧୭କୋଟି ଟଙ୍କା ରାମଲଲାଙ୍କୁ ଦାନ କରାଯାଇଥିବା ଜଣାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami