ଦୈନିକ ଘଣ୍ଟାଏ ବିଶ୍ରାମ ନେବେ ରାମଲଲ୍ଲା

Above Post Content

ଅଯୋଧ୍ୟା: ଏଣିକି ପ୍ରତ୍ୟେକ ଦିନ ଘଣ୍ଟାଏ ବିଶ୍ରାମ ନେବେ ରାମଲଲ୍ଲା । ଦୈନିକ ଅପରାହ୍ନରେ ରାମଲଲ୍ଲା ଘଣ୍ଟା ବିଶ୍ରାମ ନେବେ ବୋଲି ସ୍ଥିର କରାଯାଇଛି । ରାମ ମନ୍ଦିର ଦର୍ଶନ ନେଇ ନୂତନ କାର୍ଯ୍ୟନିର୍ଘଣ୍ଟ କରାଯାଇଛି । ରାମ ଲଲ୍ଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ମୁଖ୍ୟ ପୂଜକ ଚିନ୍ତା ପ୍ରକଟ କରିବାରୁ ଏହି ନୂତନ କାର୍ଯ୍ୟନିର୍ଘଣ୍ଟ ଲାଗୁ କରାଯାଇଛି ।

Middle post content

ମଧ୍ୟାହ୍ନ ସାଢେ ୧୨ଟାରୁ ସାଢେ ୧ଟା ଯାଏ ବନ୍ଦ ରହିବ ମନ୍ଦିର

After 2nd paragraph post ads

ମୁଖ୍ୟ ପୂଜକ ଗୁରୁତ୍ୱାରୋପ କରି କହିଲେ ଯେ, ପ୍ରଭୁ ରାମ ୫ ବର୍ଷର ବାଳକ ଅବସ୍ଥାରେ ଥିବାରୁ ତାଙ୍କ ଉପରେ ମାତ୍ରାଧିକ ଚାପ ପକାଯିବା ଅନୁଚିତ । ପବିତ୍ର ନଗରୀ ଅଯୋଧ୍ୟାରେ ଜାନୁଆରି ୨୨ ତାରିଖରେ ରାମ ଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆୟୋଜିତ ହେବା ପରଠାରୁ ଭକ୍ତମାନଙ୍କର ସୁଅ ଛୁଟୁଛି । ତେଣୁ, ମନ୍ଦିର ଟ୍ରଷ୍ଟ ଦର୍ଶନ ସମୟ ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ । ଏଥିପାଇଁ ଜାନୁଆରି ୨୩ ତାରିଖଠାରୁ ରାମ ଲଲ୍ଲାଙ୍କୁ ରାତି ୪ଟାରୁ ଉଠାଯାଇ ପୂଜାବିଧି କରାଯାଉଥିଲା । ଏସବୁ ଦେଖି ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଗୁରୁତ୍ୱାରୋପ କରି କହିଲେ, ଶ୍ରୀ ରାମ ଲଲ୍ଲା ୫ ବର୍ଷର ବାଳକ ହୋଇଥିବାରୁ ୧୮ ଘଣ୍ଟା ଧରି ଭାରାକ୍ରାନ୍ତ ହୋଇ ରହିପାରିବେ ନାହିଁ । ତେଣୁ, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ପ୍ରତି ଧ୍ୟାନ ଦେଇ ପ୍ରତିଦିନ ମଧ୍ୟାହ୍ନ ସାଢେ ୧୨ଟାରୁ ସାଢେ ୧ଟା ପର୍ଯ୍ୟନ୍ତ ମନ୍ଦିର ଦ୍ୱାର ବନ୍ଦ ରହିବ । ଏହି ସମୟରେ ରାମ ଲଲ୍ଲା ବିଶ୍ରାମ ନେବେ ବୋଲି ସ୍ଥିର ହୋଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami