ଇନ୍ଦ୍ର ଦେବଙ୍କ ଅଜବ ଲୀଳା,କେଉଁଠି ଜଳ ପ୍ରଳୟ କେଉଁଠି ବର୍ଷା ଗାଏବ

Above Post Content

ହୁହୁ ହୋଇ ବଢିଚାଲିଥିବା ଦରଦାମ ଭିତରେ ମୌସୁମୀର ଅଜବ ବ୍ୟବହାର ଭାରତକୁ ଡରାଇ ସାରିଲାଣିମୌସୁମୀ ଆସିବା ପରେ ଲାଗୁଛି ଏହା ବାକି ଭାରତକୁ ଭୁଲି ଯାଇ କେବଳ ଉତ୍ତର ଭାରତ ଉପରେ ବର୍ଷୁଛି ଉତ୍ତର ଭାରତରେ ଏଭଳି ଭୀଷଣ ବର୍ଷା ଯେ 50 ବର୍ଷରେ ରେକର୍ଡ୍ ପାଣିରେ ବୋହି ଗଲାଣି ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଭଳି ପାହାଡି ରାଜ୍ୟରେ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଭଳି ବର୍ଷା 2013 ଉତ୍ତରାଖଣ୍ଡ ବନ୍ୟାର ଭୟ ସୃଷ୍ଟି କରିଛି ଉତ୍ତରାଖଣ୍ଡ ସରକାର କେଦାରନାଥ ଯାତ୍ରାକୁ ସ୍ଥଗୀତ ରଖିଛନ୍ତି । ଦିଲ୍ଲୀ,ହରିଆନା,ପଂଜାବ ଓ ରାଜସ୍ଥାନ ଏଭଳି ଗୋଟିଏ ରାଜ୍ୟ ନାହିଁ ଯେଉଠି ଇନ୍ଦ୍ରଙ୍କ କୃପାରୁ ବର୍ଷା ହେଉନି । କିନ୍ତୁ ଲାଗୁଛି ବର୍ଷା ଦେବତା ବାକି ଭାରତକୁ ଭୁଲି ଯାଇଛନ୍ତି । ଯାହାର ପରିଣାମ ହେଉଛି ଉତ୍ତର ଭାରତରେ ପ୍ରଚୁର ବର୍ଷା ଦକ୍ଷୀଣ ଓ ପୂର୍ବ ଭାରତର ଚାଷୀ ଆକାଶକୁ ଉଣ୍ଡି ବସିଛନ୍ତି

ତେଲେଙ୍ଗାନରେ 65 ପ୍ରତିଶତ କମ ବୃଷ୍ଟି

After 2nd paragraph post ads

ତେଲେଙ୍ଗାନା ଭଳି ରାଜ୍ୟରେ ଚଳିତ ବର୍ଷ 65 ପ୍ରତିଶତ କମ ବୃଷ୍ଟି ହୋଇଛି ରାଜ୍ୟରେ ମୌସୁମୀର ଆଗମନ 24 ଜୁନରେ ହୋଇଥିଲା ମୌସୁମୀ ଆସିଥିଲା ସତ କିନ୍ତୁ ବର୍ଷାର ଦେଖା ନାହିଁ । ଏହି ସମୟ କାଳ ଭିତରେ ଯେତିକି ବର୍ଷା ହେବା କଥା ତା’ଠାରୁ 65 ପ୍ରତିଶତ କମ ବର୍ଷା ହୋଇଛି । ତା’ପୁଣି ଅନିୟମିତ ଭାବେ ।

କର୍ଣ୍ଣାଟକ ନଦୀବନ୍ଧ ସୁଖିଲା

Middle post content

କର୍ଣ୍ଣାଟକର ତୁଙ୍ଗଭଦ୍ରା ନଦୀ ହାଇଦ୍ରାବାଦ ଓ କର୍ଣ୍ଣାଟକ ଅଂଚଳକୁ ଜଳ ଯୋଗାଇଥାଏ ଚଳିତ ବର୍ଷ ଏହି ବନ୍ଧରେ ଗତବର୍ଷର 43.9 ଟିଏମସିରୁ କମ ପାଣି ଅଛି ତୁଙ୍ଗଭଦ୍ରା ଓ କାବେରୀ ଭଳି ନଦୀକୁ ଜଳ ଯୋଗାଉଥିବା ଅଂଚଳରେ ମୌସୁମୀ ଆସିବା ପୂର୍ବରୁ ସାମାନ୍ୟଠାରୁ ଏକ ତୃତୀୟାଂଶ କମ ବୃଷ୍ଟି ଯୋଗୁ ବନ୍ଧରେ ପାଣି ନାହିଁ

କେରଳରେ 31 ପ୍ରତିଶତ କମ ବୃଷ୍ଟି

ଗତବର୍ଷ ତୁଳନାରେ ଚଳିତ ମୌସୁମୀରେ କେରଳରେ 31 ପ୍ରତିଶତ କମ ବୃଷ୍ଟି ହୋଇଛିଉତ୍ତର କେରଳକୁ ଛାଡ଼ି ରାଜ୍ୟର ବାକି କ୍ଷେତ୍ରରେ କମ ବର୍ଷ କିମ୍ବା ବିଲକୁଲ ବର୍ଷା ହୋଇନାହିଁ14ରୁ 9 ଜିଲ୍ଲାରେ କମ ବର୍ଷା ହୋଇଛି ।କେବଳ 19 ପ୍ରତିଶତ କ୍ଷତି ସହିତ ଆନ୍ଧ୍ରପ୍ରଦେଶର ସ୍ଥିତି ବାକି ଦକ୍ଷୀଣ ରାଜ୍ୟଙ୍କ ତୁଳନାରେ କିଛିଟା ଭଲ ଅଛି ।

ଓଡ଼ିଶା,ବିହାର ଓ ଝାଡ଼ଖଣ୍ଡରେ ସ୍ଥିତି ମଧ୍ୟ ସଂଗୀନ

ଦେଶର ପୂର୍ବ ଭାଗରେ ମଧ୍ୟ ସ୍ଥିତି ଠିକ୍ ନାହିଁ । ମୌସୁମୀ ଓଡ଼ିଶା,ବିହାର ଓ ଝାଡ଼ଖଣ୍ଡ ଭଳି ରାଜ୍ୟଙ୍କୁ ଭୁଲି ଯାଇଥିବା ଲାଗୁଛିବିହାରରେ ଚଳିତ ବର୍ଷ 33 ପ୍ରତିଶତ,ଓଡିଶାରେ 26 ପ୍ରତିଶତ ଓ ଝାଡଖଣ୍ଡରେ 43 ପ୍ରତିଶତ କମ ବର୍ଷା ହୋଇଛି । ଆସାମକୁ ଛାଡି ବାକି ସବୁ ଉତ୍ତରପୂର୍ବ ରାଜ୍ୟରେ କମ ବର୍ଷା ହୋଇଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami