ରାହୁଲଙ୍କ ନାଇଟ ଆଉଟ, ଜଙ୍ଗଲରେ କଲେ ଡିନର

Above Post Content

ଉମରିୟା: ଜଙ୍ଗଲରେ ରାତି କାଟିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଜଙ୍ଗଲରେ ଥିବା ଏକ ଢ଼ାବାରେ ଡିନର ବି କଲେ । ସୋମବାର ତାଙ୍କ ହେଲିକପ୍ଟର ଇନ୍ଧନ ସରିଯିବାରୁ ରାହୁଲଙ୍କୁ ଶାହଡୋଲରେ ରାତି କଟାଇବାକୁ ପଡିଥିଲା । ରାତିରେ ସେ ଜଙ୍ଗଲର ଏକ ଢାବାକୁ ଯାଇ ରାତ୍ରୀ ଭୋଜନ କରିଥିଲେ । ତା’ପରେ ସକାଳ ପାଞ୍ଚଟା ବେଳେ ଉମରିଆ ଏୟାରଷ୍ଟ୍ରିପରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ ।

Middle post content

ମହିଳାଙ୍କ ସୁବିଧା ଅସୁବିଧା ପଚାରି ବୁଝିଲେ

After 2nd paragraph post ads

ସେ ରାସ୍ତାରେ ଶାହଦୋଲରୁ ଉମରିୟା ଯାଇଥିଲେ । ରାସ୍ତାରେ ଯାଉଥିବା ବେଳେ ମହୁଲ ଫୁଲ ଗୋଟାଉଥିବା କିଛି ମହିଳାଙ୍କ ସହ ସେ କଥାବାର୍ତ୍ତା କରିଥିଲେ । ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ । ଏହି ସମୟରେ ସେ କଂଗ୍ରେସକୁ ଭୋଟ ଦେବାକୁ ଉକ୍ତ ମହିଳାମାନଙ୍କୁ ମଧ୍ୟ ନିବେଦନ କରିଥିଲେ । ରାହୁଲ ଶାହଦୋଲର ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ହୋଟେଲରେ ରହୁଥିଲେ । ରାତିରେ ସେ ହୋଟେଲ ଛାଡି ଉମରିଆ ଜିଲାର ପାଲି ପୋଲିସ ଷ୍ଟେଶନ ଅଞ୍ଚଳରେ ଥିବା ମଦାରୀ ଢାବାରେ ରାତ୍ରୀ ଭୋଜନ କରିଥିଲେ । ଏହି ଅଞ୍ଚଳ ବାନ୍ଧବଗଡ ଟାଇଗର ରିଜର୍ଭ ସହିତ ଲାଗି ରହିଛି । ଏଠାରେ ବାରମ୍ବାର ବାଘମାନେ ଯାତାୟତ କରିଥାଆନ୍ତି । ଏହି ସମୟରେ ରାଜ୍ୟ କଂଗ୍ରେସ ସଭାପତି ଜିତୁ ପାଟୱାରୀ ଏବଂ ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳର ନେତା ଉମାଙ୍ଗ ସିଙ୍ଗର ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami