ବିଶ୍ୱକପର ନୂଆ ହିରୋ, ରାହୁଲ୍ + ସଚିନ୍ = ରାଚିନ୍

Above Post Content

ବିଶ୍ୱକପ୍ କ୍ରିକେଟର ନୂଆ ଷ୍ଟାର୍ ରାଚିନ୍ ରବୀନ୍ଦ୍ର

ନିଜର ପଦାର୍ପଣକାରୀ ବିଶ୍ୱକପର ପ୍ରଥମ ତଥା ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଅପରାଜିତ ଶତକ ମାରି ବିଶ୍ୱବିଜେତା ଇଂଲଣ୍ଡକୁ ଏକାପାଖିଆ ଭାବେ ହରାଇଥିବା ରାଚିନ୍‌ ରବୀନ୍ଦ୍ର ରାତାରାତି ବିଶ୍ୱ କ୍ରିକେଟର ଅନ୍ୟତମ ଚର୍ଚ୍ଚିତ ଷ୍ଟାର୍ ପାଲଟିଛନ୍ତି।

After 2nd paragraph post ads

ନ୍ୟୁଜିଲ୍ୟାଣ୍ଡର ଭାରତୀୟ ବଂଶୋଦ୍ଭବ କ୍ରିକେଟରଙ୍କୁ ନେଇ ଚର୍ଚ୍ଚା ଜୋର୍

Middle post content

ଭାରତୀୟ ବଂଶୋଦ୍ଭବ ରାଚିନ୍‌ ତାଙ୍କର ଏହି ପାଳିରେ ୯୬ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ଓ ୫ ଛକା ମାରି ୧୨୩ ରନର ଅପରାଜିତ ତଥା ଆକର୍ଷଣୀୟ ଇନିଂସ ଖେଳିଥିଲେ। ଓପନର୍ ଡେଭନ୍‌ କନୱେଙ୍କ ସହ କୀର୍ତ୍ତିମାନଭରା ଅପରକାଜିତ ୨୭୩ ରନ୍‌ର ଭାଗୀଦାରି ଗଢି ନ୍ୟୁଜିଲାଣ୍ଡକୁ ୯ ୱିକେଟ୍‌ରେ ଜିତାଇଥିଲେ। ଏବେ ବିଶ୍ୱକପରେ ନ୍ୟୁଜିଲାଣ୍ଡର ପ୍ରମୁଖ ବ୍ୟାଟର ପାଲଟିଥିବା ରାଚିନ୍‌ ଭାରତରେ ଯଦିଓ ଦୁଇ ବର୍ଷ ପୂର୍ବରୁ ଖେଳିସାରିଛନ୍ତି, କିନ୍ତୁ ଏବେ ତାଙ୍କ ନାମକରଣକୁ ନେଇ ସାମାଜିକ ଗଣମାଧ୍ୟମରେ ଆଲୋଚନା ଅଧିକ ହେଉଛି।

‘ରାହୁଲ୍’ରୁ ରା ଆଉ ‘ସଚିନ୍’ରୁ ଚିନ୍ ମିଶି ରାଚିନ୍

ୱେଲିଂଟନ୍‌ରେ ରାଚିନ୍‌ଙ୍କ ଜନ୍ମ ହୋଇଥିଲା ବେଳେ ବାପା ରବି କ୍ରିଷ୍ଣମୂର୍ତ୍ତି ଓ ଦୀପା କ୍ରିଷ୍ଣମୂର୍ତ୍ତି ହେଉଛନ୍ତି କ୍ରିକେଟ୍‌ର ବଡ଼ ପ୍ରଶଂସକ। ଉଭୟ ସଫ୍ଟୱେର କମ୍ପାନି ହଟ୍‌ ହକ୍ସ କ୍ଲବ୍‌ର ପ୍ରତିଷ୍ଠାତା ଥିବାବେଳେ ୧୯୯୦ରେ ବେଙ୍ଗାଲୁରୁରୁ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ। ପୁଅ ଜନ୍ମ ହେବା ପରେ ରାହୁଲ ଦ୍ରାବିଡ଼ ଓ ସଚିନ୍‌ ତେନ୍ଦୁଲକରଙ୍କ ନାମକୁ ଯୋଡ଼ି ରାଚିନ୍‌ ନାମକରଣ କରିଥିଲେ। ରାହୁଲ୍‌ରୁ ‘ରା’ ଓ ସଚିନ୍‌ରୁ ‘ଚିନ୍‌’ ଅଣାଯାଇ ଏହି ନାମ ରଖାଯାଇଥିଲା। ରାଚିନ୍‌ ମଧ୍ୟ କ୍ରିକେଟ୍‌କୁ ବହୁତ ଭଲ ପାଉଥିଲେ। ପ୍ରଥମ ଥର ପାଇଁ ସେ ନ୍ୟୁଜିଲାଣ୍ଡ ୧୯ ବର୍ଷରୁ କମ୍‌ ଦଳରେ ସ୍ଥାନ ପାଇବା ସହ ୨୦୧୬ ଓ ୨୦୧୮ କନିଷ୍ଠ ବିଶ୍ବକପ୍‌ରେ ଖେଳିଥିଲେ।

ଘରୋଇ କ୍ରିକେଟ୍‌ରେ ରାଚିନ୍‌ ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ। ଯାହା ଫଳରେ ୨୦୨୧ରେ ଜାତୀୟ ବରିଷ୍ଠ ଦଳରେ ପଦାର୍ପଣ ସୁଯୋଗ ପାଇଥିଲେଟେଷ୍ଟ ପଦାର୍ପଣ ପୂର୍ବରୁ ୬ଟି ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ଖେଳିସାରିଥିଲା ବେଳେ ଦିନିକିଆ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରୁଥିଲେ। ତେବେ ଘରୋଇ କ୍ରିକେଟ୍‌ ଓ ଟେଷ୍ଟ ମ୍ୟାଚ୍‌ରେ କିଛି ଭଲ ପାଳି ତାଙ୍କୁ ଦିନିକିଆ ଦଳରେ ସ୍ଥାୟୀ ସଦସ୍ୟ କରିପାରିଥିଲା। ଏବେ ଭାରତରେ ନ୍ୟୁଜିଲାଣ୍ଡକୁ ପ୍ରଥମ ବିଶ୍ବକପ୍‌ ଟ୍ରଫି ଭେଟିଦେବା ତାଙ୍କର ପରବର୍ତ୍ତୀ ଲକ୍ଷ୍ୟ ହୋଇଯାଇଛି। ଗୁରୁବାର ସଚିନ ତେନ୍ଦୁଲକର ବିଶ୍ବକପ୍‌ ଟ୍ରଫି ସହ ଏହାକୁ ଉଦ୍‌ଘାଟନ କରିବା ପରେ ତାଙ୍କୁ ଅନୁକରଣ କରିଥିବା ରାଚିନ୍ ସେହି ପଡ଼ିଆରେ ବିଶ୍ବକପ୍‌ ଶତକ ହାସଲ କରି ଏହାକୁ ଅଧିକ ସ୍ମରଣୀୟ ରଖିଛନ୍ତି।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami