ଅଦାଲତରେ ପହଁଞ୍ଚିଲା ‘ନୁରୀ’ ବିବାଦ

Above Post Content

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ପରେ ଏବେ ନୁରିକୁ ନେଇ ଫସିଛନ୍ତି ରାହୁଲ ଗାନ୍ଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମା ସୋନିଆଙ୍କୁ ଦେଇଥିବା କୁକୁର ଛୁଆକୁ ନେଇ ବିବାଦ । ଏହି ଛୁଆର ନାଁ ନୁରୀ ରଖିବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗ ଏବେ ଅଦାଲତରେ ପହଞ୍ଚିଛି । ୟୁପିର ପ୍ରୟାଗରାଜରେ ଜଣେ ବ୍ୟକ୍ତି ଏ ପ୍ରସଙ୍ଗକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଆଇଏମଆଇଏମର ମୁଖପାତ୍ର ମହମ୍ମଦ ଫରହାନ ନୁରୀ ନାଁ କୁ ନେଇ ଅଦାଲତ ଯାଇଛନ୍ତି ।

ମୁସଲମାନ ଧାର୍ମିକ ଭାବନାକୁ ଆଘାତ ଦେଇଛି ନୁରୀ ନାଁ

After 2nd paragraph post ads
Middle post content

ନୁରୀ ନାଁ ଯୋଗୁ ମୁସଲମାନ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି । ନୁରୀ ଶବ୍ଦ ମୁସଲିମ ଧର୍ମ ସହିତ ଜଡିତ ବୋଲି କୁହାଯାଇଛି । ମୁସଲମାନ ସମ୍ପ୍ରଦାୟର ପିଲାଙ୍କ ନାଁ ବି ନୁରୀ ରଖାଯାଏ । ରାହୁଲଙ୍କୁ କୁକୁରର ନାଁ ପରିବର୍ତ୍ତନ କରିବା ସହ ଭୁଲ ମାଗିବାକୁ କହିଥିଲେ ମଧ୍ୟ ରାହୁଲ ଏହା କରି ନ ଥିବା ଫରହାନ କହିଛନ୍ତି । ଫରହାନଙ୍କ ଓକିଲଙ୍କ କହିବା ଅନୁଯାୟୀ ରାହୁଲ ଗାନ୍ଧୀ ଏଭଳି କରିବା ଦ୍ୱାରା ଏହି ସମ୍ପ୍ରଦାୟର ଶିଶୁ, ବରିଷ୍ଠ ମାନଙ୍କର ଅପମାନ ହୋଇଛି । ଏପରିକି କୌଣସି ମୁସଲମାନ ପରିବାର ପଶୁଙ୍କ ନାଁ ନୁରୀ ରଖନ୍ତି ନାହିଁ । ଓକିଲଙ୍କ କହିବା ଅନୁଯାୟୀ କୋର୍ଟ ଫରହାନଙ୍କୁ ବୟାନ ରେକର୍ଡ ପାଇଁ ନଭେମ୍ବର ଆଠ ତାରିଖରେ ଡାକିଛନ୍ତି । ଅଭିଯୋଗ ଗ୍ରହଣ ପରେ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଡାକିପାରନ୍ତି ବୋଲି ଫରହାନଙ୍କ ଓକିଲ କହିଛନ୍ତି ।

କୁକୁର ଛୁଆକୁ ମା ସୋନିଆଙ୍କୁ ଗିଫ୍ଟ ଦେଇଛନ୍ତି ରାହୁଲ

ରାହୁଲ ଗାନ୍ଧୀ ଗୋଆ ଗସ୍ତରେ ଯାଇଥିବା ସମୟରେ ଗୋଟିଏ ପରିବାର ତାଙ୍କୁ ଏହି କୁକୁର ଛୁଆ ଦେଇଥିଲେ । ସେ ଏହି ଛୁଆକୁ ଦିଲ୍ଲୀ ଆଣିବା ସହ ମା ସୋନିଆଙ୍କୁ ଗିଫ୍ଟ କରିଥିବା ଭିଡିଓ ମାଧ୍ୟମରେ କହିଥିଲେ ରାହୁଲ । ମୋଦି ସାଙ୍ଗିଆ ସମ୍ପର୍କୀତ ବିବାଦୀୟ ବୟାନ ପାଇଁ ଦଣ୍ଡାଦେଶ ଓ ସଦସ୍ୟ ପଦ ହରାଇ ଚର୍ଚ୍ଚାରେ ଥିବା ରାହୁଲ ଗାନ୍ଧୀ ଏବେ କୁକୁର ଛୁଆର ନାଁ କୁ ନେଇ ବିବାଦକୁ ଆସିଛନ୍ତି । ତେଣୁ ଏ ପ୍ରସଙ୍ଗ ଆଗକୁ କିଭଳି ରୂପ ନେଉଛି ଓ ରାହୁଲଙ୍କ ରାଜନୈତିକ ଭବିଷ୍ୟତ ଉପରେ ଏହା କଣ ପ୍ରଭାବ ପକାଉଛି ତାକୁ ନେଇ ଆଲୋଚନା ଜୋର ଧରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami