କଠିନ ସମୟରେ ରାଧିକା ମୋ ସହ ଛିଡ଼ା ହୋଇଛନ୍ତି: ଏମିତି କହିଲେ ଅନନ୍ତ ଅମ୍ବାନୀ

Above Post Content

ମୁମ୍ବାଇ: ଖୁବ୍‌ଶୀଘ୍ର ବିବାହ କରିବାକୁ ଯାଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ । ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କୁ ବିବାହ କରିବେ ଅନନ୍ତ । ଏହି ଅବସରରେ ସେ ତାଙ୍କ ମଙ୍ଗେତର ରାଧିକାଙ୍କର ଖୁବ୍ ପ୍ରଶଂସା କରିଛନ୍ତି । ତାଙ୍କ ଜୀବନରେ ଏକ କଠିନ ସମୟ ଦେଇ ଗତି କରୁଥିବା ବେଳେ ରାଧିକା ତାଙ୍କୁ କିପରି ସମର୍ଥନ କରିଛନ୍ତି ତାହା କହିଛନ୍ତି ଅନନ୍ତ । ସେ କହିଛନ୍ତି ଯେ ମୋ ଅସମୟରେ ରାଧିକା ଏକ ପଥର ପରି ଦୃଢ଼ ହୋଇ ମୋ ସହ ଛିଡ଼ା ହୋଇଛନ୍ତି । ଅନନ୍ତ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଏହି ମନ୍ତବ୍ୟ ଦେଇଛନ୍ତି ।

Middle post content

ରାଧିକା ଆସିବା ପରେ ମୋ ଜୀବନ ବଦଳିଗଲା

After 2nd paragraph post ads

ଅନନ୍ତ ଆହୁରି କହିଛନ୍ତି ଯେ, ରାଧିକାଙ୍କୁ ପାଇ ମୁଁ ଭାଗ୍ୟବାନ । ସେ ମୋର ସ୍ୱପ୍ନର ନାୟିକା । ପିଲାଦିନରୁ, ମୁଁ ଭାବିଥିଲି ଯେ ମୁଁ କେବେବି ବିବାହ କରିବି ନାହିଁ । କାରଣ ମୁଁ ସର୍ବଦା ପଶୁମାନଙ୍କର ଯତ୍ନ ନେବା ପାଇଁ ଉତ୍ସର୍ଗୀକୃତ ଥିଲି । କିନ୍ତୁ ଯେତେବେଳେ ମୁଁ ରାଧିକାଙ୍କୁ ଭେଟିଲି, ମୁଁ ଦେଖିଲି ସେ ଠିକ୍ ମୋ ଭଳି । ପଶୁମାନଙ୍କ ପ୍ରତି ମୋ ପରି ତାଙ୍କର ମଧ୍ୟ ସହାନୁଭୂତି ରହିଛି । ତା’ପରେ ଧୀରେ ଧୀରେ ସେ ମୋତେ ଭଲଲାଗିଲେ । ଗୁଜୁରାଟର ଜାମନଗରରେ ଚାଲିଥିବା ରିଲାଏନ୍ସ ଗ୍ରିନ୍ସ କମ୍ପେ୍ଲକ୍ସରେ ଅନନ୍ତ ଏବଂ ରାଧିକାଙ୍କର ତିନି ଦିନିଆ ପ୍ରି-ୱେଡିଂ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବରେ ବହୁ ଭାରତୀୟ ତଥା ଆନ୍ତର୍ଜାତୀୟ କଳାକାର, ପପ୍‌-ଆଇକନ୍ ରିହାନା, ଅରିଜିତ୍ ସିଂ ଏବଂ ଦିଲଜିତ୍ ଦୋସାଞ୍ଜ ଧମାଲ କରିବାକୁ ଯାଉଛନ୍ତି । ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ମେଟା ସିଇଓ ମାର୍କ ଜୁକରବର୍ଗ ମଧ୍ୟ ଉପସ୍ଥିତ ରହିବେ ବୋଲି କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami