୪ ହଜାର ୫ଶହ ବର୍ଷ ହେଲା ଜୀବନ ନେଉଛି ଜଳାନ୍ତକ,୨୫ ବର୍ଷ ପରେ ବି ମାରିଥାଏ ରାବିସ୍ !

Above Post Content

କୁକୁର ଓ ମଣିଷର ବନ୍ଧୁତାକୁ ନେଇ ଅନେକ କାହାଣୀ ରହିଛି । ନିଜ ଜୀବନ ବଦଳରେ କୁକୁର ମାଲିକର ଜୀବନ ବଂଚାଇବାର ଅନେକ ନଜର ରହିଛି । ମଣିଷ ଶିକାରୀ ଜୀବନ ଛାଡ଼ି କୃଷି ଆପଣାଇବା ଦିନଠାରୁ କୁକୁରକୁ ପୋଷା ମନେଇ ଥିଲା ବୋଲି କୁହାଯାଏକୁକୁର ଓ ମଣିଷର ବନ୍ଧୁତାର ବିଶ୍ୱାସ ଭରା ଏହି କାହଣୀ ଭିତରେ କିନ୍ତୁ ଗୋଟିଏ ବିଷ ବି ରହିଛି । ଏମିତି ବିଷ ଯାହା ଗଲା ୪ ହଜାର ୫ଶହ ବର୍ଷ ଧରି ମଣିଷକୁ ମାରୁଛି । କିନ୍ତୁ ଗ୍ରହଗ୍ରହାନ୍ତର ଯାତ୍ରା ଓ ମହାକାଶରେ ବସତି ସ୍ଥାପନର ସ୍ୱପ୍ନ ଦେଖୁଥିବା ମଣିଷ ସେହି ବିଷର ଉପଚାର ବାହାର କରିପାରିନାହିଁ । ସେହି ବିଷର ନାଁ ହେଉଛି ଜଳାନ୍ତକ ବା ରାବିସ । ଯାହା ଗତ ୪ହଜାରରୁ ଅଧିକ ବର୍ଷ ଧରି ମଣିଷକୁ ମାରିଚାଲିଛି ।

୪ ହଜାର ୫ଶହ ବର୍ଷର ଅଭିଶାପ

After 2nd paragraph post ads

୪ ହଜାର ୫ଶହ ବର୍ଷରୁ ଅଧିକ ସମୟ ଧରି ଜଳାନ୍ତକ ବା ରାବିସ ଆମ ପାଖରେ ରହି ଆସିଛି କୁକୁର ଓ ବିଲେଇ କାମୁଡିବା ଦ୍ୱାରା ଏହି ରୋଗ ହୋଇଥାଏ । ଏହା ଏତେ ମାରାତ୍ମକ ଯେ, ଥରେ ରାବିସ ହେଲେ ତାହେ ଆଉ କେବେ ଭଲ ହୁଏନା ମୃତ୍ୟୁରେ ହିଁ ରୋଗିର କଷ୍ଟ ମରିଥାଏ । ଏହି ରୋଗ ଆଗରେ ମେଡିକାଲ ସାଇନ୍ସ ଫେଲ୍ ମାରିଛି । ପ୍ରତି ୧୦ ମିନଟରେ ଦୁନିଆରେ ଜଣେ ବ୍ୟକ୍ତି କୁକୁର ଓ ବିରାଡ଼ି କାମୁଡାରୁ ରାବିସର ଶିକାର ହୋଇଥାନ୍ତିବର୍ଷକୁ ୫୯ ହଜାର ବ୍ୟକ୍ତି ସମଗ୍ର ବିଶ୍ୱରେ ଜଳାନ୍ତକ କାରଣରୁ ପ୍ରାଣ ହରାଇଥାନ୍ତି ଏସିଆ ଓ ଆଫ୍ରିକାରେ ରାବିସର ୯୫ ପ୍ରତିଶତ ମାମଲା ଦେଖିବାକୁ ମିଳିଥାଏ ୯୦ ପ୍ରତିଶତ ଲୋକଙ୍କୁ କୁକୁର କାମୁଡା ଦ୍ୱାରା ଜଳାନ୍ତକ ହୋଇଥାଏ । ଦୁନିଆରେ ପ୍ରତି ୧୫ ମିନଟରେ ଜଣେ ବ୍ୟକ୍ତିଙ୍କର ଜଳାନ୍ତକ ନେଇଥାଏ ଜୀବନ । ଜଳାନ୍ତକରେ ମରୁଥିବା ୧୦ ଜଣଙ୍କ ମଧ୍ୟରୁ ୪ ଜଣ ଶିଶୁ ହୋଇଥାନ୍ତି

୭୨ ଘଣ୍ଟା ମଧ୍ୟରେ ଟିକା ନେବା ଜରୁରୀ,

Middle post content

କୁକୁର କିମ୍ବା ବିଲେଇ ଯଦି କାମୁଡେ ତେବେ ୭୨ ଘଣ୍ଟା ମଧ୍ୟରେ ଟିକା ନେବା ନିହାତି ଜରୁରୀ । ଏହାକୁ ଗୋଲ୍ଡେନ୍ ଆୱାର କୁହାଯାଏ । ଏହା ପରେ ଇଂଜକସନ୍ ନେବା ଦ୍ୱାରା କୌଣସି ଲାଭ ହୋଇନଥାଏ । ଆଗରୁ କୁକୁର କାମୁଡା ପାଇଁ ୧୪ରୁ ୧୬ ଇଂଜକସନ୍ ନେବାକୁ ପଡୁଥିଲା । ଏବେ କିନ୍ତୁ ଏହାର ସଂଖ୍ୟା କମି ୫ ହୋଇଯାଇଛି । ଅନେକ କିନ୍ତୁ ଅବହେଳା କାରଣରୁ ପୁରା କୋର୍ସ ନେଇନଥାନ୍ତି । ଯାହା ପରେ ମହଙ୍ଗା ପଡିଥାଏ । ତେଣୁ ସବୁବେଳେ ମନେ ରଖନ୍ତୁ କୁକୁର କିମ୍ବା ବିଲେଇ କାମୁଡି଼ଲେ ୭୨ ଘଣ୍ଟା ମଧ୍ୟରେ ଆଣ୍ଟି ରାବିସ୍ ଇଂଜକସନ୍ ନିଅନ୍ତୁ ଏହାହିଁ ବଂଚିବାର ଏକମାତ୍ର ଉପାୟ

୨୫ ବର୍ଷ ପରେ ଫେରିଥାଏ ଜଳାନ୍ତକ !

ଅନେକ ସମୟରେ ଦେଖିବାକୁ ମିଳିଥାଏ ଯେ, କୁକୁର କିମ୍ବା ବିଲେଇ କାମୁଡି଼ବା ଦ୍ୱାରା ସଙ୍ଗେ ସଙ୍ଗେ କିଛି ହୋଇନଥାଏ । ଏପରିକି ବର୍ଷେ ପର୍ଯ୍ୟନ୍ତ ମଧ୍ୟ ଏହାର ଲକ୍ଷଣ ଦେଖିବାକୁ ମିଳିନଥାଏ । ବୈଜ୍ଞାନିକଙ୍କ ଅନୁସାରେ ଜଣେ ବ୍ୟକ୍ତିଙ୍କର ଇମ୍ୟୁନିଟି ସିଷ୍ଟମ ଯଦି ଶକ୍ତିଶାଳୀ ହୋଇଥାଏ ତେବେ ରାବିସର ଲକ୍ଷଣ ତୁରନ୍ତ ଦେଖିବାକୁ ମିଳିନଥାଏ । ଏହା ଶରିରରେ ଅନେକ ବର୍ଷ ଧରି ରହିଥାଏ । କିନ୍ତୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ସହିତ ଏହା ଫେରିଥାଏ । ଗୋଆରେ ଏଭଳି ଗୋଟିଏ ମାମଲା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ବ୍ୟକ୍ତିଙ୍କର କୁକୁର କାମୁଡିବାର ୨୫ ବର୍ଷ ପରେ ମୃତ୍ୟୁ ହୋଇଥିଲା

କୁକୁର କାମୁଡା ଦ୍ୱାରା ରକ୍ତାକ୍ତ ଭାରତ

ଦୁନିଆରେ ଯେତିକି ଜଳାନ୍ତକର ଶିକାର ହୁଅନ୍ତି ସେମାନଙ୍କ ମଧ୍ୟରୁ ୩୬ ପ୍ରତିଶତ ଭାରତର । ପ୍ରତିବର୍ଷ ଭାରତରେ ୧ କୋଟି ୭୪ ଲକ୍ଷ ଲୋକଙ୍କୁ କୁକୁର କାମୁଡି ଥାଏ । ସେମାନଙ୍କ ମଧ୍ୟରୁ ୨୦ ହଜାର ପ୍ରାଣ ହରାଇଥାନ୍ତି । ମୋଟ ଜଳାନ୍ତକ ମାମଲାର ୬୦ ପ୍ରତିଶତଙ୍କ ବୟସ ୧୫ ବର୍ଷରୁ କମ ହୋଇଥାଏ । ତେବେ କେବଳ କୁକୁର କିମ୍ବା ବିଲେଇ କାମୁଡା ଦ୍ୱାରା ରାବିସ ହୋଇନଥାଏ ମାଙ୍କଡ କାମୁଡିଲେ ମଧ୍ୟ ଜଳାନ୍ତକ ହୋଇଥାଏ । ତେଣୁ ଯଦି ଆପଣଙ୍କୁ କେବେ ମାଙ୍କଡ,କୁକୁର କିମ୍ବା ବିଲେଇ କାମୁଡୁଛନ୍ତି ତେବେ ତୁରନ୍ତ ଆଣ୍ଟି ରାବିସ୍ ଇଂଜେକ୍ସନ ନିଅନ୍ତୁ । କାରଣ ଥରେ ଏହା ହେଲେ ଏଥିରୁ ବଂଚିବାର ଆଉ କୌଣସି ଉପାୟ ନାହିଁ

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami