ଜନତା ତ୍ରସ୍ତ, ସରକାର ମସ୍ତ: ପେଟ୍ରୋଲ, ଡିଜେଲରୁ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା

Above Post Content

ଗୋଟିଏ ପଟେ ଦେଶର ଜନତା ଦିନକୁ ଦୁଇଗୁଣ ରାତିକୁ ଚାରିଗୁଣ ଦରରେ ବୃଦ୍ଧି ପାଉଥିବା ମହଙ୍ଗା ମାଡକୁ ନେଇ ତ୍ରସ୍ତ ଥିବା ବେଳେ କେନ୍ଦ୍ର ସରକାର କିନ୍ତୁ ମସ୍ତ ଅଛନ୍ତି । ଏକ ହିସାବ ଅନୁସାରେ ପେଟ୍ରୋଲ ଶତକ ମାରିବା ସହିତ କେନ୍ଦ୍ର ସରକାରଙ୍କ ଟ୍ରେଜେରି ଭର୍ତ୍ତି ହେବାରେ ଲାଗିଛି । ହିସାବ ଅନୁସାରେ ପେଟ୍ରୋଲ ଓ ଡିଜେଲ ବିକ୍ରି କରି କେନ୍ଦ୍ର ସରକାର ୧ ଲକ୍ଷ ୭୧ କୋଟି ଟଙ୍କା ପାଇଛନ୍ତି । ପେଟ୍ରୋଲ ଉତ୍ପାଦ ବିକ୍ରିରୁ ମିଳୁଥିବା ଉତ୍ପାଦ ଶୁଳ୍କ ସଂଗ୍ରହରୁ ଏହି ଆୟ ହୋଇଛି । ତାହା ପୁଣି ଗତବର୍ଷ ଏହି ଅବଧିରେ ମିଳିଥିବା ଆୟର ୩୩ ଗୁଣ ଅଧିକସ୍ପଷ୍ଟ ଭାବେ କହିଲେ କରୋନା ପୂର୍ବରୁ ଯେତିକି ଉତ୍ପାଦ ଶୁଳ୍କ ସଂଗ୍ରହ ହେଉଥିଲା ତା’ଠାରୁ ୭୯ ପ୍ରତିଶତ ଅଧିକ ଏହି ଅବଧିରେ ହୋଇଛି ।

ସିଜିଏ ରିପୋର୍ଟ ଅନୁସାରେ ଗତବର୍ଷ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ଉତ୍ପାଦ ଶୁଳ୍କ ଭାବେ ୧ ଲକ୍ଷ ୨୮ କୋଟି ଆଦାୟ ହୋଇଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାରେ ଏହା ହେଉଛି ୧ ଲକ୍ଷ ୭୯ କୋଟି ଟଙ୍କା ଏହା ଏପ୍ରିଲ-ସେପ୍ଟେମ୍ବର ୨୦୧୯ର ୯୫ ହଜାର ୯୩୦ କୋଟି ଟଙ୍କାଠାରୁ ୭୯ ପ୍ରତିଶତ ଅଧିକ ।

After 2nd paragraph post ads
Middle post content

ବୃଦ୍ଧି ପାଉଛି କମ୍ପାନୀଙ୍କ ଆୟ

ଦେଶରେ ଖାଉଟି ହନ୍ତସନ୍ତ ହେଉଛନ୍ତି କିନ୍ତୁ ତେଲ କମ୍ପାନୀଙ୍କ ଆୟ ବଢିବାରେ ଲାଗିଛି ୨୦୧୯-୨୦ରେ ଉତ୍ପାଦ ଶୁଳ୍କ ଭାବେ ୨ ଲକ୍ଷ ୩୯ କୋଟି ଟଙ୍କା ଆଦାୟ ହୋଇଥିଲା । ୨୦୨୦-୨୧ରେ ଏହା ବଢିକରି ୩ ଲକ୍ଷ ୮୯ କୋଟି ଟଙ୍କା ହୋଇଛି । ଏବେ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ କେନ୍ଦ୍ର ସରକାରଙ୍କ ଆୟ ୧ ଲକ୍ଷ ୭୧ କୋଟି ଟଙ୍କା ହୋଇଛି । ଯେଉଁଭଳି ଭାବେ ତୈଳ କମ୍ପାନୀ ତେଲ ରେଟ୍ ବଢାଉଛନ୍ତି ସେଥିରୁ ଲାଗୁଛି ଯେ, ଚଳିତ ଆର୍ଥିକ ବର୍ଷ ଶେଷ ହେବା ବେଳେକୁ ଏହି ଆୟ ୪ ଲକ୍ଷ କୋଟି ଟଙ୍କା ପାର କରିବ ।

ସୂଚନାଯୋଗ୍ୟ ଯେ, ବସ୍ତୁ ଓ ସେବା କର (ଜିଏସଟି) ଲାଗୁ ହେବା ପରଠାରୁ କେବଳ ପେଟ୍ରୋଲ, ଡିଜେଲ, ବିମାନ ଇନ୍ଧନ ଓ ପ୍ରାକୃତିକ ଗ୍ୟାସ ଉପରେ ହିଁ ଉତ୍ପାଦ ଶୁଳ୍କ ଲାଗୁଛି । ଅନ୍ୟ ଉତ୍ପାଦ ଜିଏସଟି ଅନ୍ତର୍ଗତରେ ଆସୁଛି

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami