‘ପୁତି’ ଥିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ପିଲାଦିନ ନାମ, ଜାଣନ୍ତୁ କେମିତି ‘ପୁତି’ରୁ ‘ଦ୍ରୌପଦୀ’ ହୋଇଥିଲା ନାମ

Above Post Content

ଦ୍ରୌପଦୀ ମୁର୍ମୁ । ଭାରତର ପଂଚଦଶତମ ରାଷ୍ଟ୍ରପତି । ଏକ ଆଦିବାସୀ ପରିବାରରୁ ଯାଇଥିବା ଦ୍ରୌପଦୀ ମୁର୍ମୁ ଆଜି ଭାରତର ପ୍ରଥମ ନାଗରିକ । ତେବେ ପିଲା ଦିନେ ଦ୍ରୌପଦୀଙ୍କ ନାମ ଦ୍ରୌପଦୀ ନଥିଲା । ଦ୍ରୌପଦୀଙ୍କ ପିଲାଦିନ ନାମ ଥିଲା ପୁତି । ଯାହା ପରେ ବଦଳି ହୋଇଥିଲା ଦ୍ରୌପଦୀ । ଦ୍ରୌପଦୀଙ୍କ ନାମକରଣ ପଛରେ ଅଛି ଗୋଟିଏ ରୋଚକ କାହାଣୀ ।

ଦ୍ରୌପଦୀ, ମହାଭାରତର ସବୁଠାରୁ ଶକ୍ତିଶାଳୀ ଚରିତ୍ର ମଧ୍ୟରୁ ଗୋଟିଏ । ସେ ମଧ୍ୟ ନାରୀ ଶକ୍ତିର ପ୍ରତିକ । କିନ୍ତୁ ଉତ୍ତର ଭାରତରେ ସାଧାରଣତଃ ଦ୍ରୌପଦୀ ନାମ ଶୁଣିବାକୁ ମିଳେ ନାହିଁ । କିନ୍ତୁ ପୂର୍ବ ଭାରତରେ ଏହା ଏକ ସାଧାରଣ ନାମ । ୬୫ ବର୍ଷ ତଳେ ପୁତି ନାମକ ଜଣେ ଝିଅ ଜନୈକ ସ୍କୁଲ ଶିକ୍ଷକଙ୍କ କାରଣରୁ ନୂଆ ନାମ ପାଏ । ସେହି ନାମ ଥିଲା ଦ୍ରୌପଦୀ । ଯିଏ ବର୍ତ୍ତମାନ ଭାରତର ରାଷ୍ଟ୍ରପତି ।

After 2nd paragraph post ads

କେମିତି ପୁତିରୁ ଦ୍ରୌପଦୀ ହୋଇଥିଲା ନାମ ?

Middle post content

ଆଦିବାସୀ ଗ୍ରାମ ଉପରବେଡାରେ ଦ୍ରୌପଦୀଙ୍କ ଜନ୍ମ । ଗାଁରେ ବାକି ପିଲାଙ୍କ ଭଳି ତାଙ୍କର ମଧ୍ୟ ଗୋଟିଏ ଡାକ ନାମ ଥିଲା । ଘରେ ତାଙ୍କୁ ଡକା ଯାଉଥିଲା ପୁତି ।୫ ବର୍ଷ ପର୍ଯ୍ୟାନ୍ତ ଘର ଲୋକ ତାଙ୍କୁ ପୁତି ବୋଲି ଡାକୁଥିଲେ । ବଡ଼ ହେବା ପରେ ପୁତି ସ୍କୁଲକୁ ଗଲେ । ସ୍କୁଲ ଖାତାରେ ପୁତିଙ୍କ ନାମ ଲେଖା ହେଲା । କିନ୍ତୁ ଶିକ୍ଷକ ମଦନ ମୋହନ ମହନ୍ତଙ୍କୁ ପୁତି ନାମ ଠିକ ଲାଗିନଥିଲା । ସେ ନିଜ ନୂଆ ଛାତ୍ରୀଙ୍କ ନୂଆ ନାମ କରଣ କରିଥିଲେ । ନୂଆ ନାମ ଥିଲା ଦ୍ରୌପଦୀ ଟୁଡୁ । ଆଉ ଏମିତି ପୁତିରୁ ଦ୍ରୌପଦୀ ହୋଇଥିଲେ ଭାରତର ନୂଆ ରାଷ୍ଟ୍ରପତିଏଇଠି ଗୋଟିଏ କଥା ସ୍ପଷ୍ଟ ଯେ, ରାଷ୍ଟ୍ରପତିଙ୍କ ପରିବାର ଲୋକ ତାଙ୍କ ନାମକରଣ କରିନଥିଲେ । ଦ୍ରୌପଦୀଙ୍କ ଶିକ୍ଷକ ମଦନ ମୋହନ ସମ୍ଭବତଃ ପୁତିଠାରେ ଭବିଷ୍ୟତ ଦେଖିଥିଲେ । ମଦନ ମୋହନ ଏବେ ଇହଧାମରେ ନାହାନ୍ତି । ଥିଲେ ହୁଏତ ଆଜି ନିଜ ନାମକରଣ ଓ ନିଜ ଛାତ୍ରୀ ପାଇଁ ଗର୍ବ ଅନୁଭବ କରୁଥାନ୍ତେ ।

ପିଲାବେଳୁ ହିଁ ନିଡ଼ର ଥିଲେ ଦ୍ରୌପଦୀ

ଦ୍ରୌପଦୀ ପିଲା ବେଳୁ ନିଡ଼ର ଓ ବେବାକ ଥିଲେ । ସିଏ ଗାଁର ଯେଉଁ ସ୍କୁଲରେ ପଢୁଥିଲେ ସେଠାରେ ନିଜ ଶ୍ରେଣୀରେ ସେ ପ୍ରଥମ ହେଉଥିଲେ । ନିୟମ ଅନୁସାରେ କ୍ଲାସ ମନିଟର ମଧ୍ୟ ସିଏ ହେବାର ଥିଲା । କିନ୍ତୁ କ୍ଲାସରେ ଥିଲେ ମାତ୍ର ୮ ଜଣ ଝିଅ । ଏମିତିରେ ବାକି ପୁଅ ତାଙ୍କୁ ମାନି ନପାରନ୍ତି,ଏହି ଭୟ ଶ୍ରେଣୀ ଶିକ୍ଷକଙ୍କର ଥିଲା । କିନ୍ତୁ ଦ୍ରୌପଦୀ ଥିଲେ ଦ୍ରୌପଦୀ । ସେ ମନିଟର ହୋଇ ହିଁ ମାନିଥିଲେ । ତାଙ୍କ ସହିତ ପଢୁଥିବା ସହପାଠୀ ଏବେ କୁହନ୍ତି ଯେ, ଝିଅଙ୍କ ମଧ୍ୟରେ ଯଦି କେବେ କିଛି ଝଗଡା ହେଉଥିଲା ତେବେ ଦ୍ରୌପଦୀ ତା’ର ସମାଧାନ କରୁଥିଲେ । ସେତେବେଳର କ୍ଲାସ୍ ମନିଟର ଆଜି ଦେଶର ମନିଟର ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami