ହସ୍ପିଟାଲ୍‌ରେ ପ୍ରି-ୱେଡିଂ ଫଟୋସୁଟ୍ କରିବା ପଡ଼ିଲା ମହଙ୍ଗା

Above Post Content

ବେଙ୍ଗାଲୁର: ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ଏବେ ବିବାହ ପୂର୍ବରୁ ପ୍ରି-ୱେଡ଼ିଂ ଫଟୋ ସୁଟ୍‌କୁ ବେଶୀ ଗୁରୁତ୍ୱ ଦିଆଯାଉଛି । କିଏ ଖେଳ ପଡ଼ିଆ ବା ପାହାଡ଼,ପାର୍କରେ ଫଟୋ ସୁଟ୍ କରୁଥିବାବେଳେ ଆଉ କିଏ ଅଟୋରିକ୍ସାରେ ବି ଫଟୋ ସୁଟ୍ କରୁଛନ୍ତି । ଏବେ ହସପିଟାଲର ଅପରେସନ ଥିଏଟର ଭିତରେ ଯୁବକଯୁବତୀଙ୍କ ପ୍ରି-ୱେଡ଼ିଂ ଫଟୋ ସୁଟ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଶେଷରେ ସରକାରୀ ହସ୍ପିଟାଲ୍‌କୁ ନିଜ ବ୍ୟକ୍ତିଗତ ସ୍ୱାର୍ଥରେ ବିନିଯୋଗ କରିବା ଡାକ୍ତରଙ୍କୁ ମହଙ୍ଗା ପଡ଼ିଛି ।

ଡ଼ାକ୍ତରଙ୍କୁ ନିଲମ୍ବିତ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

After 2nd paragraph post ads
Middle post content

ଡାକ୍ତର ଅଭିଷେକଙ୍କ ବିବାହ ଅନ୍ୟ ଜଣେ ଡାକ୍ତରଙ୍କ ସହ ସ୍ଥିର ହୋଇଛି । ନିଜ ବିବାହକୁ ସ୍ୱତନ୍ତ୍ର କରିବା ପାଇଁ ବିବାହ ପୂର୍ବରୁ ଅଭିଷେକ ଚାକିରି କରିଥିବା ସରକାରୀ ହସ୍ପିଟାଲ୍‌ର ଅସ୍ତ୍ରୋପଚାର କକ୍ଷରେ ପ୍ରି-ୱେଡିଂ ଫଟୋସୁଟ୍ କରିଥିଲେ । ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସେ ଓ ତାଙ୍କ ମେଙ୍ଗତର ଦୁହେଁ ଅପରେସନ କରିବା ବେଳେ ପିନ୍ଧା ଯାଉଥିବା ପୋଷାକ ପିନ୍ଧିଛନ୍ତି । ସେ ଜଣେ ରୋଗୀଙ୍କ ଅସ୍ତ୍ରୋପଚାର କରିବା ବେଳେ ତାଙ୍କ ମଙ୍ଗେତର ତାଙ୍କ ଝାଳ ପୋଛି ଦେଉଛନ୍ତି । ତା’ପରେ ଅଭିଷେକ ଜୋରରେ ହସୁଛନ୍ତି । ଏହି ସବୁ କ୍ଲିପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କୁ ଖୁବ୍ ସମାଲୋଚନା କରିଛନ୍ତି । ଏଥିସହିତ କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ନିତେଶ ଗୁଣ୍ଡୁ ରାଓ ହସ୍ପିଟାଲ୍ ଭିତରେ ପ୍ରି-ୱେଡିଂ ସୁଟ୍ କରୁଥିବା ଡାକ୍ତରଙ୍କୁ ନିଲମ୍ବିତ କରି ଦେଇଛନ୍ତି । ସେ କହିଛନ୍ତି ଯେ ହସ୍ପିଟାଲ୍ ହେଉଛି ଜନତାଙ୍କ ସେବା କରିବା ପାଇଁ, କାହା ବ୍ୟକ୍ତିଗତ କାର୍ଯ୍ୟ ପାଇଁ ନୁହେଁ । ଜାଣିବାକୁ ମିଳିଛି ଅଭିଷେକ ମାସେ ତଳେ ଡାକ୍ତରଖାନାର ସ୍ୱାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟଭାର ତୁଲାଇଥିଲେ । ଡାକ୍ତର ପରି ଏକ ଦାୟତ୍ୱବାନ୍ ପଦବୀରେ ରହି ମଧ୍ୟ ଏପରି କାର୍ଯ୍ୟ କରିଥିବାରୁ ଅନେକ ମହଲରୁ ତାଙ୍କୁ ନିନ୍ଦା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami