ଆଛେ ଦିନ୍ ନୁହେଁ ଆଗକୁ ଆସୁଛି ‘ଅନ୍ଧାରି ଦିନ’ !

Above Post Content

ଚଳିତ ବର୍ଷ ଭାରତରେ ପୁଣିଥରେ ବିଦ୍ୟୁତ ସଂକଟ ସୃଷ୍ଟି ହେବାର ଆଶଙ୍କା ରହିଛି । ଗ୍ରୀଷ୍ମଋତୁର ଆରମ୍ଭରୁ ହିଁ କୋଇଲାର ଅଭାବ ଅନୁଭୂତ ହେଲାଣି । ଗତ ୯ ବର୍ଷ ଭିତରେ କୋଇଲା ଅଭାବ ନ୍ୟୁନତମ ସ୍ତରରେ ପଂହଚିଛି । ଅନ୍ୟପକ୍ଷରେ ବିଦ୍ୟୁତ ଚାହିଦା ଚଳିତ ବର୍ଷ ଗତ ୨୮ ବର୍ଷ ଭିତରେ ସର୍ବାଧିକ ହେବାର ସମ୍ଭାବନା ରହିଛି । ବିଦ୍ୟୁତ କାଟ ଯୋଗୁ ଏସୀୟାର ତୃତୀୟ ବୃହତ ଅର୍ଥନୀତି ଭାରତରେ ଶିଳ୍ପ ଗତିବିଧି ବାଧିତ ହେବାର ଆଶଙ୍କା ରହିଛି । ଯାହାକି କରୋନା ପରେ ଗତ କେଇ ମାସ ଧରି ଆରମ୍ଭ ହୋଇଥିଲା । ଗତ ସପ୍ତାହରେ ବିଦ୍ୟୁତ ଚାହିଦାରେ ୧.୪ ପ୍ରତିଶତ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଆନ୍ଧ୍ର ପ୍ରଦେଶରେ ହେଉଛି ସମସ୍ୟା

After 2nd paragraph post ads

କିଆ ମୋଟର୍ସ ମୋଟର୍ସ ଓ ଫାଇଜର ଭଳି ବଡ଼ କମ୍ପାନୀଙ୍କ ପ୍ଲାଣ୍ଟ୍ ଥିବା ରାଜ୍ୟ ଆନ୍ଧ୍ର ପ୍ରଦେଶରେ ବିଦ୍ୟୁତ ନିଅଣ୍ଟ ୮.୭ ପ୍ରତିଶତ ରହିଛି । ଏହାରି କାରଣରୁ ସେଠାରେ ବିଦ୍ୟୁତ୍ କାଟ ଆରମ୍ଭ ହୋଇଗଲାଣି । ପାୱାର ପ୍ଲାଣ୍ଟଙ୍କ ପାଖରେ ୧ ଏପ୍ରିଲ ୨୦୨୨ ତଥ୍ୟ ଅନୁସାରେ ମାତ୍ର ୯ ଦିନର କୋଇଲା ଷ୍ଟକ ବାକି ଅଛି । ଯାହାକି ୨୦୧୪ ପରଠାରୁ ସବୁଠାରୁ କମ । ସୂଚନାଯୋଗ୍ୟ ଯେ, କେନ୍ଦ୍ରୀୟ ଗାଇଡ୍ ଲାଇନ୍ ଅନୁସାରେ ପାୱାର ପ୍ଲାଣ୍ଟଙ୍କ ପାଖରେ ଅତିକମରେ ୨୪ ଦିନର କୋଇଲା ଷ୍ଟକ୍ ରହିବା ଆବଶ୍ୟକ । ଇଣ୍ଡିଆନ୍ କ୍ୟାପ୍ଟିଭ୍ ପାୱାର ପ୍ରଡ୍ୟୁସର୍ସ ଆସୋସିଏସନର ସାଧାରଣ ସମ୍ପାଦକ ରାଜିବ ଅଗ୍ରୱାଲଙ୍କ ଅନୁସାରେ କୋଇଲା ପ୍ଲାଣ୍ଟଙ୍କୁ ଷ୍ଟକ୍ ବଢାଇବା ପାଇଁ ଲଗାତର କୋଲ୍ ଇଣ୍ଡିଆ ଓ କୋଇଲା ମନ୍ତ୍ରଣାଳୟ କହି ଆସୁଥିବା ସତ୍ୱେ ସ୍ଥିତି ଏଭଳି ରହିଛି । ଅନ୍ୟପକ୍ଷରେ Facor Alloys Ltd କହିଛି ଯେ, ବିଦ୍ୟୁତ କାଟ ପାଇଁ କମ୍ପାନୀ ତା’ର ଉତ୍ପାଦନ କ୍ଷମତାକୁ ୫୦ ପ୍ରତିଶତ କମ କରିଛି ।

Middle post content

ଏହି ସବୁ ରାଜ୍ୟରେ ବିଦ୍ୟୁତ ସଂକଟ

ଅନ୍ୟପକ୍ଷରେ ଶିଳ୍ପ ସମୃଦ୍ଧ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରରେ ବିଦ୍ୟୁତ କାଟ ଚାଲିଛି । କେବଳ ଏତିକି ନୁହେଁ ଝାଡ଼ଖଣ୍ଡ,ବିହାର,ହରିଆନା ଓ ଉତ୍ତରାଖଣ୍ଡ ଭଳି ରାଜ୍ୟରେ ପ୍ରାୟ ୩ ପ୍ରତିଶତ ବିଦ୍ୟୁତର ଅଭାବ ଦେଖିବାକୁ ମିଳୁଛି । ଭାରତରେ ମୋଟ ବିଦ୍ୟୁତ ଶକ୍ତିର ୭୫ ପ୍ରତିଶତ ବିଦ୍ୟୁତ କୋଇଲାରୁ ଉତ୍ପାଦିତ ହୋଇଥାଏ । ପାୱାର ପ୍ଲାଣ୍ଟ୍ ପର୍ଯ୍ୟନ୍ତ କୋଇଲା ପହଂଚାଇବା ପାଇଁ ମାଲବାହୀ ଟ୍ରେନର ଅଭାବ ପାଇଁ ମଧ୍ୟ କୋଇଲା ସଂକଟ ସୃଷ୍ଟି ହୋଇଛି । ବର୍ତ୍ତମାନ ୪୧୫ ଟ୍ରେନ୍ ପ୍ରତିଦିନ କୋଇଲା ପରିବହନ କରିଥାନ୍ତି କିନ୍ତୁ ଆବଶ୍ୟକତା ରହିଛି ୪୫୩ ମାଲଗାଡିର ଅର୍ଥାତ କୋଇଲା ବୁହା ଟ୍ରେନ ସଂଖ୍ୟାର ୮.୪ ପ୍ରତିଶତ କମ । ୧ରୁ ୭ ଏପ୍ରିଲ ମଧ୍ୟରେ ମାତ୍ର ୩୭୯ ଟ୍ରେନ୍ କୋଇଲା ପରିବହନ କରୁଥିଲେ । ଅର୍ଥାତ ୧୬ ପ୍ରତିଶତ କମ ।

ଗରମ ବଢିବା ସହ ବଢିବ ବିଦ୍ୟୁତ ଚାହିଦା

ଆଗାମୀ ଦିନରେ ବିଦ୍ୟୁତ ଚାହିଦା ଅଧିକ ବଢିବ କାରଣ ଗରମ ବୃଦ୍ଧି ପାଇବାର ଆଶଙ୍କା ରହିଛି । ମାର୍ଚ୍ଚ ୨୦୨୨ରେ ସରିଥିବା ଆର୍ଥିକ ବର୍ଷରେ ବିଦ୍ୟୁତ ଆଉଟପୁଟରେ ୧୫.୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲାଗତ ୩୮ ବର୍ଷ ମଧ୍ୟରେ ବିଦ୍ୟୁତ ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣ ପାଇଁ ବିଦ୍ୟୁତ ଉତ୍ପାଦନରେ ପ୍ରାୟ ୧୭.୬ ପ୍ରତିଶତ ବୃ୍ଦ୍ଧି ଆସିବ । ଚଳିତ ବର୍ଷ ଜୋରଦାର ଚାହିଦା ବୃଦ୍ଧି ପାଇଁ ଭାରତ ପ୍ରଥମରୁ ହିଁ ଶକ୍ତିକ୍ଷେତ୍ର ବ୍ୟତିତ ଅନ୍ୟକ୍ଷେତ୍ରକୁ କୋଇଲା ଯୋଗାଣ ହ୍ରାସ କରିଛି । କୋଲ୍ ଇଣ୍ଡିଆ ଲିମିଟେଡ୍ ରେକର୍ଡ ପରିମାଣର କୋଇଲା ଉତ୍ପାଦନ କରୁଥିବା ବେଳେ ସ୍ଥିତି ଏଭଳି ରହିଛି । ସୂଚନାଯୋଗ୍ୟ ଯେ, କୋଲ୍ ଇଣ୍ଡିଆ ଦେଶର ୮୦ ପ୍ରତିଶତ କୋଇଲା ଉତ୍ପାଦନ କରିଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami