ମଣିଷ ନୁହେଁ, ସାପକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇଲେ କନଷ୍ଟେବଳ

Above Post Content

ମଣିଷଙ୍କୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବା ଆପଣ ନିଶ୍ଚୟ ଦେଖିଥିବେ । ହେଲେ ମଣିଷ ସାପକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବା କେବେ ଶୁଣିଛନ୍ତି ? ହେଲେ ଏପରି ଏକ ଘଟଣା ମଧ୍ୟପ୍ରଦେଶର ନର୍ମଦାପୁରମ୍‌ରେ ଦେଖିବାକୁ ମିଳିଛି । ଏହି ଜିଲ୍ଲାର ଜଣେ ପୋଲିସ କନ୍‌ଷ୍ଟେବଳ ଏକ ସାପକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇ ଚର୍ଚ୍ଚାକୁ ଆସିଛନ୍ତି । ଏହି ସମୟର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

After 2nd paragraph post ads
Middle post content

ସାପର ଶରୀରରୁ କାଢିଥିଲେ ବିଷାକ୍ତ ପାଣି

ନର୍ମଦାପୁରମ ଜିଲ୍ଳାର ସେମରି ହରଚନ୍ଦ ଚୌକିରେ ରୁହନ୍ତି କନ୍‌ଷ୍ଟେବଳ ଅତୁଲ ଶର୍ମା । ତୱା କଲୋନିରେ ଏକ ସାପ ଥିବା ଖବର ପାଇଥିଲେ । ସଙ୍ଗେ ସଙ୍ଗେ ତାକୁ ଉଦ୍ଧାର କରିବାକୁ ସେଠାରେ ପହଞ୍ଚିଗଲେ । ସାପଟି ପାଣି ପାଇପ୍ ଭିତରେ ପଶି ଯାଇଥିଲା । ସେଠାକାର ଲୋକମାନେ ପାଇପ୍ ଭିତରେ ବିଷାକ୍ତ ଜିନିଷ ପୂରାଇ ସାପକୁ ବାହାରକୁ କାଢ଼ିବାକୁ ଚେଷ୍ଟା କରିଥିଲେ । କୀଟନାଶକ ପୂରାଇବାରୁ ସାପଟି ନିସ୍ତେଜ ହୋଇ ଯାଇଥିଲା । କନ୍‌ଷ୍ଟେବଳ ଅତୁଲ ସେହି ସମୟରେ ପହଞ୍ଚି ସାପକୁ ପାଇପ୍‌ରୁ କାଢ଼ିଥିଲେ । ପରେ ନିଜ ମୁହଁରେ ସାପକୁ ଅମ୍ଳଯାନ ଦେଇ ତାକୁ ନୂଆ ଜୀବନ ଦେଇଛନ୍ତି । ଏପରକି କି ଅତୁଲ ଅମ୍ଳଜାର୍ନ ଦେଉଥିବା ବେଳର ଏକ ଭିଡିଓ ବି ଭାଇରାଲ୍ ହୋଇଛି । ସାପଟିର ପେଟରରେ କୀଟନାଶକ ପାଣି ଥିବାରୁ ସେ ବେହୋସ ହୋଇ ଯାଇଥିଲା । ପ୍ରଥମେ ସାପଟିର ଶରୀରରୁ ବିଷାକ୍ତ ପାଣିକୁ ବାହାରକୁ କାଢ଼ି ତାପରେ ଅମ୍ଲଜାନ ଦେଇଥିଲେ । ଅତୁଲ ଶର୍ମା କହିଛନ୍ତି ଯେ ୨୦୦୮ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରାୟ ୫୦୦ ସାପ ଉଦ୍ଧାର କରି ସାରିଲେଣି । ହେଲେ ସାପକୁ ଅମ୍ଳଜାନ ଦେଇ ଜୀବନ ବଞ୍ଚାଇବା ପ୍ରଥମ ଥର ଘଟିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami