ପ୍ରଧାମନ୍ତ୍ରୀଙ୍କ ସୁରକ୍ଷାରେ ତୃଟି : ଜାଣନ୍ତୁ SPGର ବ୍ଲୁ ବୁକ୍ କ’ଣ, ଯାହାକୁ ନଜରଅନ୍ଦାଜ କରାଯାଇଥିଲା

Above Post Content

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡକୁ ବୁଧବାର ଦିନ ଭଟିଣ୍ଡା ରାସ୍ତାରେ ଯେଉଁଭଳି ଅଟକା ଗଲା ତାକୁ ନେଇ ଦେଶର ରାଜନୀତି ଗରମ ଅଛି । ଆନ୍ଦୋଳନକାରୀ ଚାଷୀ ଯେଉଁଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ ଗାଡିକୁ ୧୫ରୁ ୨୦ ମିନିଟ ଧରି ଅଟକାଇଥିଲେ ତାହାକୁ ଅନେକ ନାପସନ୍ଦ କରୁଛନ୍ତି । କାରଣ ଏହାଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପ୍ରଭାବିତ ହୋଇଥିଲା । ଅଭିଯୋଗ ହେଉଛି ଯେ, ପଂଜାବ ସରକାର ଓ ରାଜ୍ୟ ପୋଲିସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ବ୍ଲୁ ବୁକ୍ ବା ଯେଉଁ ଗାଇଡଲାଇନ୍ ରହିଛି ତାକୁ ଠିକ୍ ଭାବେ ଅନୂସରଣ କରି ନାହାନ୍ତି । ଯାହାଫଳରେ ପଂଜାବ ସରକାର ଓ ପୋଲିସ ପ୍ରଶ୍ନଘେର ଭିତରକୁ ଆସିଯାଇଛନ୍ତି ।

ଏମିତିରେ ଆପଣଙ୍କ ମନକୁ ଏହି ପ୍ରଶ୍ନ ଆସୁଥିବ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଥିବା ବ୍ଲୁ ବୁକ୍ କ’ଣ ? ବ୍ଲୁ ବୁକ୍ ଗାଇଡ ଲାଇନକୁ ପଂଜାବ ପୋଲିସ ମାନିନଥିଲା ଯାହା କୁହାଯାଉଛି ତାହା କ’ଣ ? ଓ ସେଥିରେ କ’ଣ ଲେଖା ହୋଇଥାଏ । ଆସନ୍ତୁ ଜାଣିବା ବ୍ଲୁ ବୁକ୍ କ’ଣ ?

After 2nd paragraph post ads

ବ୍ଲୁ ବୁକ୍ କ’ଣ ?

ବ୍ଲୁ ବୁକ୍ ହେଉଛି କୌଣସି ଭିଭିଆଇପିଙ୍କ ସୁରକ୍ଷାକୁ ନେଇ କ’ଣ ସବୁ କରାଯିବା ଉଚ୍ଚିତ ଓ କ’ଣ କରିବା ଅନୁଚିତ ତାହାର ଗାଇଡଲାଇନ୍ ସମୁହ । ଏବେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍ ବା ଏସପିଜି ପାଖରେ ରହିଛି । ଏସପିଜି ବ୍ଲୁ ବୁକ୍ ହିସାବରେ ପିଏମ ସୁରକ୍ଷା ଦାୟିତ୍ୱ ସମ୍ଭାଳିଥାଏ । ଏହି ବ୍ଲୁ ବୁକରେ ପିଏମଙ୍କ ସୁରକ୍ଷା ପାଇଁ ଯେଉଁସବୁ ଗାଇଡଲାଇନ୍ ଅନୂସରଣ କରାଯାଇଥାଏ ତାହା ଉଲ୍ଲେଖ ଥାଏ । ଏହି ଗାଇଡ ଲାଇନ ହିସାବରେ ପୁରା ପ୍ରଟୋକଲ ଫଲୋ କରାଯାଇଥାଏ

ଉଦାହରମ ସ୍ୱରୁପ ପ୍ରଧାନମନ୍ତ୍ରୀ କୌଣସି ଜନସଭାକୁ ଯାଉଥିଲେ ସେଠାକାର ବ୍ୟବସ୍ଥା କେମିତି ହେବ, ପିଏମ୍ ସଡକ ପଥ ଦେଇ ଯଦି ଯାଉଛନ୍ତି ତେବେ ରୁଟ୍ ବ୍ୟବସ୍ଥା କେମିତି ହେବ ଓ ଯଦି ବିମାନରେ ଯାତ୍ରା କରୁଛନ୍ତି ତେବେ କେଉଁ ନିୟମକୁ ଅନୂସରଣ କରାଯିବ, ସେହିଭଳି ପ୍ରଧାନମନ୍ତ୍ରୀ ଯଦି କୌଣସି ସଭାଗୃହକୁ ଯାଉଛନ୍ତି ସେଠାରେ ସୁରକ୍ଷା ବ୍ୟବସ୍ଥା ପାଇଁ ମଧ୍ୟ ଅଲଗା ନିୟମ ରହିଥାଏ । ପ୍ରଧାନମନ୍ତ୍ରୀ ଯାଉଥିବା ସଭା କିମ୍ବା ବିଲ୍ଡିରେ ସିକ୍ୟୁରିଟି ସାନିଟାଇଜେସନ୍ ଏସପିଜିର ଦାୟିତ୍ୱ ହୋଇଥାଏ । ଆଉ ଏସବୁ କିଛି ବ୍ଲୁ ବୁକ୍ ଅନୁସାରେ ହୋଇଥାଏ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ କେତେ ସୁରକ୍ଷାକର୍ମୀ ରହିବେ ସେ କଥା ମଧ୍ୟ ବ୍ଲୁ ବୁକରେ ଉଲ୍ଲେଖ ଥାଏ ।

Middle post content

ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, କେବଳ ଏସପିଜି ନୁହେଁ ରାଜ୍ୟ ପୋଲିସକୁ ମଧ୍ୟ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବନ୍ଦୋବସ୍ତ କରିବାକୁ ପଡିଥାଏ ।କେବଳ ଏଇଥିପାଇଁ ଏବେ ପଂଜାବ ପୋଲିସ ପ୍ରଶ୍ନ ଘେରରେ ଅଛି ।

ୟେଲୋ ବୁକ୍ ମଧ୍ୟ ରହିଛି !

କେବଳ ବ୍ଲୁ ବୁକ୍ ନୁହେଁ ପ୍ରଧାନମନ୍ତ୍ରୀଙ୍କ ଭଳି ଭିଭିଆଇପିଙ୍କ ସୁରକ୍ଷା ପାଇଁ ଗୋଟିଏ ୟେଲୋ ବୁକ୍ ମଧ୍ୟ ରହିଛି । ଯେଉଁଥିରେ ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ସୂଚନା ରହିଥାଏ । ସାଂସଦ ଓ ମନ୍ତ୍ରୀଙ୍କୁ କେଉଁଭଳି ସୁରକ୍ଷା ଦିଆଯିବ ଓ ସେମାନଙ୍କ ସୁରକ୍ଷା ପାଇଁ କେଉଁଭଳି ବ୍ୟବସ୍ଥା କରାଯିବ ତା’ର ସୂଚନା ୟେଲୋ ବୁକରେ ରହିଥାଏ ।

ପଂଜାବ ପୋଲିସ କେଉଁ ନିୟମର ଅନୂସରଣ କରି ନଥିଲା ?

ବ୍ଲୁ ବୁକ୍ ଅନୁସାରେ ରାଜ୍ୟ ପୋଲିସକୁ ସବୁ ପ୍ରକାରର ପ୍ରତିକୂଳ ପରିସ୍ଥିତି ପାଇଁ ଏକ ଜରୁରୀକାଳିନ ମାର୍ଗ ପ୍ରସ୍ତୁତ ରଖିବାର ଥିଲା । କିନ୍ତୁ ପଂଜାବ ପୋଲିସ ଏମରଜେନ୍ସି ଏଗଜିଟ୍ ରୁଟ୍ ପ୍ରସ୍ତୁତ ରଖିନଥିଲା । ସୂଚନା ଅନୂସାରେ ଇଣ୍ଟେଲିଜେନ୍ସ ବ୍ୟୁରୋ ଚାଷୀଙ୍କ ରାସ୍ତାଜାମ ବାବଦରେ ପଂଜାବ ପୋଲିସକୁ ଜଣାଇ ସାରିଥିଲା ଓ ପୋଲିସ ମଧ୍ୟ ସୁରକ୍ଷା ନେଇ ଆଶ୍ୱାସନା ଦେଇଥିଲା । କିନ୍ତୁ ପଂଜାବ ପୋଲିସ ରାସ୍ତା ଜାମ ହଟାଇବା ନେଇ କିମ୍ବା ଏମରଜେନ୍ସି ଏଗଜିଟ୍ ରୁଟର ବ୍ୟବସ୍ଥା କରିନଥିଲା ।

ନିୟମ ଅନୁସାରେ ପ୍ରଧାନମନ୍ତ୍ରୀଙ୍କ ବାହ୍ୟ ସୁରକ୍ଷା ଘେର ପଂଜାବ ପୋଲିସର ଥିଲାଏସପିଜି ପ୍ରଧାନମନ୍ତ୍ରୀଙ୍କୁ ଘେରି ରହିଥାଏ କିନ୍ତୁ ବାହ୍ୟ ଚକ୍ରର ସୁରକ୍ଷା ଦାୟିତ୍ୱ ରାଜ୍ୟ ପୋଲିସ ଉପରେ ରହିଥାଏ । ପଂଜାବ ପୋଲିସ ବାହ୍ୟ ସୁରକ୍ଷା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଏଥିପାଇଁ କୁହାଯାଉଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami