ଲୋକାର୍ପିତ ହେଲା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ

Above Post Content

ନୂଆଦିଲ୍ଳୀ: ଲୋକାର୍ପିତ ହେଲା ଭାରତର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କୋଲକାତାରେ ଅଣ୍ଡର ୱାଟର ମେଟ୍ରୋ ରୁଟ୍ ବା ପାଣି ତଳ ମାର୍ଗର ଉଦଘାଟନ କରିଛନ୍ତି । ଏହା ଭିତ୍ତିଭୂମି ବିକାଶ ଦିଗରେ ଦେଶର ପଦକ୍ଷେପକୁ ଦର୍ଶାଉଛି । ମୋଦୀ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଏକାଧିକ ସଂଯୋଗୀକରଣ ପ୍ରକଳ୍ପର ମୂଳଦୁଆ ପକାଇଛନ୍ତି । ଶହେ ବର୍ଷ ତଳର ସ୍ୱପ୍ନ ପୂରଣ ହୋଇଛି । ପାଣି ତଳେ କ୍ଷୀପ୍ର ବେଗରେ ଦୌଡ଼ିଛି ଏହି ମେଟ୍ରୋ ରେଳ । ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଏହି ଅଣ୍ଡରୱାଟର ମେଟ୍ରୋକୁ ଉଦଘାଟନ କରିଛନ୍ତି ।

Middle post content

୧୨୦ ଫୁଟ୍ ତଳେ ରହିଛି ଏହି ଟନେଲ

After 2nd paragraph post ads

ସହରୀ ଗତିଶୀଳତା ଓ ସଯୋଂଗୀକରଣ କ୍ଷେତ୍ରରେ ଏହା ଏକ ନୂଆ ମାଇଲଖୁଣ୍ଟ ହେବ ବୋଲି ବିଶ୍ୱାସ କରାଯାଉଛି । ଏହି ମେଟ୍ରୋ ସେବା ହାୱଡ଼ା ଏବଂ ସଲ୍ଟ ଲେକ୍‌- ପଶ୍ଚିମବଙ୍ଗ ରାଜ୍ୟ ରାଜଧାନୀର ଟ୍ୱିନ୍ ସିଟିକୁ ସଂଯୋଗ କରିବ । ଗ୍ରୀନ ଲାଇନରେ ଆସୁଥିବା ଏହି ଅଣ୍ଡର ୱାଟର ମେଟ୍ରୋ ଟନେଲର ଲମ୍ବ ପ୍ରାୟ ୧୬ କିଲୋମିଟର । ଏହି ଟନେଲ ଭୁପୃଷ୍ଠରୁ ପ୍ରାୟ ୧୨୦ଫୁଟ ତଳେ ରହିଛି । ଏହି ପ୍ରକଳ୍ପ ଲୋକାର୍ପଣ ପରେ ହାୱଡା ମେଟ୍ରୋ ଷ୍ଟେସନ ଦେଶର ପ୍ରଥମ ଏବଂ ଗଭୀରତମ ମେଟ୍ରୋ ଷ୍ଟେସନ ପାଲଟିଛି । ଅଣ୍ଡରୱାଟର ମେଟ୍ରୋ ଟ୍ରେନର ଉଦଘାଟନ ପରେ ଏହି ମେଟ୍ରୋରେ ବସି ଯାତ୍ରା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସ୍କୁଲ ପିଲାଙ୍କ ସହ ବସି ଏହି ମେଟ୍ରୋ ଯାତ୍ରାର ଅନୁଭୂତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯାତ୍ରା ସମୟରେ ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମୋଦୀ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami