ସାତଜନ୍ମର ସାଥୀ ହେଲେ ନବଦୀପ-ସ୍ୱାତୀ

Above Post Content

ନୂଆଦିଲ୍ଲୀ: ବିବାହ ବନ୍ଧନରେ ବାନ୍ଧିହେଲେ ଭାରତ କ୍ରିକେଟ ଦଳର ଦ୍ରୁତ ବୋଲର ନବଦୀପ ସୈନି । ସେ ତାଙ୍କ ପ୍ରେମିକା ସ୍ୱାତୀ ଅସ୍ଥାନାଙ୍କୁ ବିବାହ କରିଛନ୍ତି । ଏହି ବିବାହ ଉତ୍ସବରେ ଦୁହିଁଙ୍କର କିଛି ସମ୍ପର୍କୀୟ ଓ ସାଙ୍ଗସାଥୀମାନେ ଉପସ୍ଥିତ ରହିଥିଲେ । ନବଦୀପ ଓ ସ୍ୱାତୀଙ୍କ ବିବାହ ସମୟର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଖବର ଜାଣିବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

Middle post content

ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିବା ନବଦୀପ

After 2nd paragraph post ads

ଦୀର୍ଘ ବର୍ଷ ହେଲାଣିି ନବଦୀପ ସ୍ୱାତୀଙ୍କୁ ଭଲ ପାଇ ଆସୁଥିଲେ । ଉଭୟଙ୍କ ସମ୍ପର୍କକୁ ନେଇ କିଛିଦିନ ହେବ ଚର୍ଚ୍ଚା ଜୋର ଧରିଥିଲା । ନଭେମ୍ବର ୨୩ ତାରିଖରେ ଏ ଦୁହେଁ ଏହି ଚର୍ଚ୍ଚା ଉପରେ ପୁନଃଚ୍ଛେଦ ପକାଇ ଦେଇଛନ୍ତି । ଅର୍ଥାତ ନବଦୀପ ଓ ସ୍ୱାତୀ ବିବାହ କରି ସାତଜନ୍ମ ପାଇଁ ସାଥୀ ହୋଇଯାଇଛନ୍ତି । ନବଦୀପଙ୍କ ସ୍ତ୍ରୀ ସ୍ୱାତୀ ସୋସିଆଲ ମିଡିଆରେ ସକ୍ରିୟ ରହିବା ସହିତ ସେ ଜଣେ ଫ୍ୟାସନ, ଟ୍ରାଭେଲର ଓ ଲାଇଫଷ୍ଟାଇଲ ବ୍ଲଗର ଅଟନ୍ତି । ସ୍ୱାତୀ କ୍ରମାଗତ ଭାବେ ନିଜର ୟୁଟ୍ୟୁବ ଚାନେଲରେ ଭିଡିଓ ପୋଷ୍ଟ କରିଥାଆନ୍ତି । ତାଙ୍କର ୮୫ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami