![Above Post Content](https://risingodisha.in/wp-content/uploads/2023/07/c3326471d6b687956600ca672258ba5b.webp)
ମୁମ୍ବାଇ: ଭାରତ-ପାକିସ୍ତାନ ମ୍ୟାଚ ବେଳେ ହଜିଗଲା ବଲିଉଡ଼ ଅଭିନେତ୍ରୀ ଉର୍ବଶୀ ରଉତେଲାଙ୍କ ସୁନା ଖଚିତ ଆଇଫୋନ । ଶନିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ସମୟରେ ତାଙ୍କର ମୋବାଇଲ ହଜିଯାଇଛି । ଏନେଇ ସେ ସୋସିଆଲ ମିଡ଼ିଆରେ ଜଣାଇଛନ୍ତି ।
ଟ୍ୟାଗ୍ କରି ଅହମଦାବାଦ ପୋଲିସକୁ ଜଣାଇଲେ
![After 2nd paragraph post ads](https://risingodisha.in/wp-content/uploads/2023/08/728.jpg)
![Middle post content](https://risingodisha.in/wp-content/uploads/2023/08/website-1-e1691833471554.jpg)
ଉର୍ବଶୀ ରଉତେଲା ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମ୍ୟାଚ ଦେଖିବାକୁ ଯାଇଥିଲେ । ଆଉ ମ୍ୟାଚ ସମୟରେ ଅଭିନେତ୍ରୀଙ୍କ ୨୪ କ୍ୟାରେଟ୍ ସୁନା ଖଚିତ ଆଇଫୋନ୍ ଷ୍ଟାଡିୟମରେ ହଜି ହୋଇଯାଇଥିଲା । ଉର୍ବଶୀ ତାଙ୍କ ଟ୍ୱିଟରରେ ଏହି ସୂଚନା ଦେଇଛନ୍ତି । ଯେଉଁଥିରେ ସେ ଅହମଦାବାଦ ପୋଲିସକୁ ଟ୍ୟାଗ୍ କରି ଲେଖିଛନ୍ତି ଯେ, “ମୋର ୨୪ କ୍ୟାରେଟ୍ ଆଇଫୋନ୍ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ହଜିଯାଇଛି । ଯଦି କେହି ଏହା ପାଆନ୍ତି, ଦୟାକରି ତୁରନ୍ତ ଯୋଗାଯୋଗ କରନ୍ତୁ । ଏବେ ଅଭିନେତ୍ରୀ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ସେୟାର କରିଛନ୍ତି । ଏହାପୂର୍ବରୁ ଉର୍ବଶୀ ରଉତେଲା ଷ୍ଟାଡିୟମରୁ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ଭାରତ ବିଜୟ ଆଡକୁ ଗତି କରୁଥିବା ଦେଖି ସେ ବହୁତ ଖୁସି ଥିଲେ । କିନ୍ତୁ ନିଜର ଅସାବଧାନତା ଯୋଗୁ ମୋବାଇଲ ହଜିଯାଇଥିବା କହିଛନ୍ତି ।
କ୍ରିକେଟ ପ୍ରତି ରହିଛି ଭଲପାଇବା
ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରାଉତେଲାଙ୍କ କ୍ରିକେଟ୍ ପ୍ରତି ଭଲପାଇବା ସର୍ବଦା ଦେଖିବାକୁ ମିଳିଥାଏ । ଉର୍ବଶୀ ପୁଣି ଥରେ ଲୋକମାନଙ୍କୁ ଦେଖାଇଛନ୍ତି ତାଙ୍କର କ୍ରିକେଟ୍ ପ୍ରତି କେତେ ପରିମାଣର ଆଗ୍ରହ ରହିଛି । ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବା ପାଇଁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ପହଞ୍ଚିିଥିଲେ । ଏହି ସମୟରେ ଉର୍ବଶୀ ରାଉତେଲା ଏକ ଷ୍ଟାଇଲିସ୍ ନୀଳ ରଙ୍ଗର ପୋଷାକ ପିନ୍ଧିଥିଲେ । ସେ ଭାରତ ଟିମକୁ ଉତ୍ସାହିତ କରିଥିଲେ । କିଛି ଦିନ ପୂର୍ବରୁ ‘ବିଗ୍ ବସ୍ ଓଟିଟି ୨’ ବିଜେତା ଏଲଭିଶ ଯାଦବଙ୍କ ସହ ଏକ ମ୍ୟୁଜିକ୍ ଆଲବମରେ ଉର୍ବଶୀଙ୍କୁ ଦେଖିବାକୁ ମିଳିଥିଲା । ସେମାନଙ୍କର ଜବରଦସ୍ତ ଗୀତ ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଥିଲା ।
![Below Post Content](https://risingodisha.in/wp-content/uploads/2023/07/5ca1c8be182baca302722f4c96b37584.webp)