ପୁଣି ଭାଇରାଲ୍ ହେଲା ରାଘବ-ପରୀଙ୍କର ବିବାହ ଫଟୋ

Above Post Content

ମୁମ୍ବାଇ: ନିକଟରେ ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ସାଂସଦ ରାଘବ ଚଢ଼ା ପତି-ପତ୍ନୀ ହୋଇସାରିଛନ୍ତି । ଗତ ୨୪ ତାରିଖରେ ରାଜସ୍ଥାନର ଉଦୟପୁରରେ ଥିବା ‘ଦି ଲୀଲା ପ୍ୟାଲେସ’ରେ ଉଭୟଙ୍କ ବିବାହ ଧୂମ୍‌ଧାମ୍‌ରେ ଆୟୋଜିତ ହୋଇଯାଇଛି । ପରିଣୀତି ଏବଂ ରାଘବଙ୍କ ଗ୍ରାଣ୍ଡ୍ ୱେଡିଂର ଫଟୋ, ଭିଡିଓ ଏପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପୋଷ୍ଟ୍ ହେବା ଶେଷ ହୋଇନାହିଁ । ବିବାହ ପରେ ସେମାନେ ଗୋଟିଏ ପରେ ଗୋଟିଏ ଫଟୋ ସେୟାର କରୁଛନ୍ତି । ଯାହାକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି । ଏହି ସେଲିବ୍ରିଟି ଦମ୍ପତିଙ୍କ ବିବାହର ଆଉ କିଛି ଦୃଶ୍ୟ ଏବେ ପୁଣି ଦେଖିବାକୁ ମିଳିିଛି ।

Middle post content

ଇନ୍‌ଷ୍ଟାଗ୍ରାମ୍‌ରେ ଅଭିନେତ୍ରୀ ପରିଣୀତିଙ୍କ ପ୍ରଶଂସକ ପୃଷ୍ଠାରେ ତାଙ୍କର କିଛି ଫଟୋ ସେୟାର କରାଯାଇଛି । ଏଥିରେ ମୋଟ ୧୦ଟି ଫଟୋ ସେୟାର କରାଯାଇଛି, ଯେଉଁଥିରେ ପ୍ରଥମରେ ଅଭିନେତ୍ରୀଙ୍କର ଏକ ଏକୁଟିଆ ଫଟୋ ଦେଖିବାକୁ ମିଳିଛି । ଦ୍ୱିତୀୟରେ, ସେ ବିବାହ ସ୍ଥାନକୁ ପ୍ରବେଶ କରୁଥିବାବେଳେ ତୃତୀୟରେ ଅଭିନେତ୍ରୀ ସିଡ଼ିରୁ ଓହ୍ଲାଇଥିବାର ନଜର ଆସିଛନ୍ତି । ଏକ ଫଟୋରେ ଫ୍ୟାସନ୍ ଡିଜାଇନର୍ ମନୀଷ ମଲହୋତ୍ରା ପରୀଙ୍କ ଓଢ଼ଣା ଧରି ନେଇ ତାଙ୍କ ପଛରେ ଆସୁଥିବାର ନଜର ଆସିଛନ୍ତି । ଚତୁର୍ଥ ଫଟୋରେ ନବ ବିବାହିତ ଦମ୍ପତି ହାତ ଧରା ଧରି ହୋଇ ପୋଜ୍ କରୁଥିବା ନଜର ଆସିଛନ୍ତି । ସେହିପରି ବିବାହ ପରେ ପରିଣୀତି ଚୋପ୍ରାଙ୍କ ଗ୍ରାଣ୍ଡ ସ୍ୱାଗତ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ସେ ବିବାହ ରୀତିନୀତି କରୁଥିବା ଏବଂ ତାଙ୍କ ଶାଶୁଘରେ ସ୍ୱାମୀ ରାଘବ ଚାଢ଼ାଙ୍କ ସହ ମଜା କରୁଥିବାର ନଜର ଆସିଛନ୍ତି ।

After 2nd paragraph post ads

ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆପ୍ ସାଂସଦ ରାଘବ ଚଢ଼ାଙ୍କ ବିବାହ ଉଦୟପୁରର ‘ଲୀଲା ପ୍ୟାଲେସ’ ହୋଟେଲରେ ରାଜକୀୟ ଶୈଳୀରେ ହୋଇଥିଲା । ବିବାହ ସମୟରେ କିଭଳି ରାଘବ ମଣ୍ଡପକୁ ପ୍ରବେଶ କରିଥିଲେ ଏବଂ ଏହା ଦେଖି ପରିଣୀତିଙ୍କ କିଭଳି ପ୍ରତିକ୍ରିୟା ଥିଲା, ତାହାର ଏକ ଭିଡିଓ ପରୀ ନିଜ ଇନଷ୍ଟାରେ ସେୟାର କରିଥିଲେ । ଭିଡିଓ ସାମ୍ନାକୁ ଆସିବା ପରେ ଲୋକେ ତାଙ୍କୁ ଟ୍ରୋଲ କରିବା ସହ ରାଘନୀତି, ରଣବୀର-ଆଲିଆଙ୍କ ବିବାହ ପୋଷାକ ଓ କିଆରା-ସିଦ୍ଧାର୍ଥଙ୍କ ‘ଏଣ୍ଟ୍ରି ଡ୍ୟାନ୍ସ’ କପି କରିଥିବା କହିବା ଆରମ୍ଭ କରିଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami