ପିଲା ହଲିଉଡ୍ ଫିଲ୍ମ ଦେଖିଲେ ବାପା-ମା’ଙ୍କୁ ଜେଲ୍ !

Above Post Content

ହଲିଉଡ୍ ଫିଲ୍ମ ବିଶ୍ୱର ସବୁଦେଶରେ ଲୋକପ୍ରିୟ । ଭାରତ ସମେତ ଅନେକ ଦେଶରେ ହଲିଉଡ୍ ଫିଲ୍ମକୁ ଲୋକ ବେସ ଦେଖିଥାନ୍ତି । କିନ୍ତୁ ଗୋଟିଏ ଦେଶର ସରକାର ଏକ ଅଜବ ଆଦେଶ ଜାରି କରିଛନ୍ତି । ଏହି ଆଦେଶ ଅନୁସାରେ ପିଲା ଯଦି ହଲିଉଡ୍ ଫିଲ୍ମ ଦେଖନ୍ତି ତେବେ ଏଥିପାଇଁ ପିଲାଙ୍କ ସହିତ ବାପା-ମା’ଙ୍କୁ ଜେଲ ଯିବାକୁ ପଡ଼ିବ । ଏହା ସହିତ ସେମାନଙ୍କୁ ଶ୍ରମ ମଧ୍ୟ କରିବାକୁ ପଡି଼ବ । ଆପଣ ଭାବୁଥିଲେ କେଉଁ ଦେଶରେ ଏମିତି ଅଜବ ଆଦେଶ ଜାରି ହୋଇଛି ? ଉତ୍ତର ହେଉଛି ଏଭଳି ଆଦେଶ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଜାରି କରିଛି । କିମ୍ ଜୋଙ୍ଗ ଉନ୍ ଓ ତାଙ୍କ ଦେଶ ପାଇଁ ଏମିତି ଆଦେଶ କିଛି ନୂଆ ନୁହେଁ । ଉତ୍ତର କୋରିଆରେ ଇଣ୍ଟରନେଟ୍ ସମସ୍ତଙ୍କ ପାଇଁ ଉପଲବ୍ଧ ନୁହେଁ । ଏମିତି କି ସେଠାରେ ଯଦି କିଏ ସୁପ୍ରିମ ଲିଡର କିମ୍ବା ତାଙ୍କ ପତ୍ନୀ କି ତାଙ୍କ ଝିଅ ହେୟାର ଷ୍ଟାଇଲ୍ ଅନୂକରଣ କରି ଚୁଟି ରଖେ ତେବେ ତାଙ୍କୁ ଜେଲକୁ ଯିବାକୁ ପଡ଼ିଥାଏ ।

ପିଲା ଫିଲ୍ମ ଦେଖିଲେ ଜେଲ ଯିବେ

After 2nd paragraph post ads

ଉତ୍ତର କୋରିଆ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନ୍ ଜାରି କରିଥିବା ଆଦେଶ ଅନୁସାରେ କାହାର ପିଲା ଯଦି ହଲିଉଡ୍ ଫିଲ୍ମ ଦେଖୁଛନ୍ତି ତେବେ ସେଥିପାଇଁ ସେମାନଙ୍କୁ ମଧ୍ୟ ଜେଲ ଯିବାକୁ ପଡିବ । ଏହି ଆଦେଶ ଅନୁସାରେ ଯଦି କୌଣସି ପିଲା ହଲିଉଡ୍ ଫିଲ୍ମ କିମ୍ବା ସିରିଜ୍ ଦେଖନ୍ତି ତେବେ ତାଙ୍କ ବାପା-ମାଙ୍କୁ ଜେଲ୍ ସହିତ ୬ ମାସ ଲେବର କ୍ୟାମ୍ପରେ କାମ କରିବାକୁ ପଡ଼ିବ । ଏଠାରେ କହି ରଖୁଛୁ ଯେ, ଉତ୍ତର କୋରିଆରେ ଆଗରୁ ମଧ୍ୟ ହଲିଉଡ୍ ଫିଲ୍ମ ଉପରେ ବ୍ୟାନ୍ ଲାଗିଛି । କିନ୍ତୁ ସଜା ଏତେ କଠୋର ନଥିଲା । ଏପର୍ଯ୍ୟନ୍ତ ଫିଲ୍ମ ଦେଖୁଥିବା ପିଲାଙ୍କୁ ହିଁ କେବଳ ଦଣ୍ଡ ମିଳୁଥିଲା । ଏବେଠାରୁ ପିଲାଙ୍କ ସହିତ ବାପାମା’ଙ୍କୁ ମଧ୍ୟ ଦଣ୍ଡ ମିଳିବ । ପିଲାଙ୍କୁ ଫିଲ୍ମ ଦେଖିବା ଅପରାଧରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମିଳିବ ।

ମା’ବାପା ଧ୍ୟାନ ନଦେଲେ ପିଲା ସମାଜବାଦୀ ବିରୋଧୀ ହେବେ

Middle post content

କିମ୍ ରାଜଧାନୀ ପ୍ୟୋଙ୍ଗୟୋଙ୍ଗରେ ଏକ ମିଟିଂରେ ନୂଆ ଆଇନ୍ ଘୋଷଣା କରି କହିଥିଲେ ଯେ, ମାବାପା’ ଯଦି ଧ୍ୟାନ ନଦେବେ ତେବେ ପିଲା ପିଲା ବଡ଼ ହୋଇ ପୁଂଜିବାଦୀ ବନିବା ସହିତ ଆଣ୍ଟି ସୋସିଆଲିଷ୍ଟ୍ ବନିବେ

ଆଗରୁ ଏତେ କଠୋର ନଥିଲା ଆଇନ୍

ଉତ୍ତର କୋରିଆରେ ବିଦେଶୀ ଫିଲ୍ମ ଓ ସୋ’ ଦେଖିବା ପ୍ରତିବନ୍ଧିତ । ତେବେ ଆଗରୁ ପିଲାଙ୍କ ବାପାମା’ଙ୍କୁ ଏଥିପାଇଁ ଚେତାବନୀ ଦେଇ ଛାଡି ଦିଆଯାଉଥିଲା । କିନ୍ତୁ ନୂଆ ଆଇନରେ ପ୍ରଥମ ଥର ଅପରାଧ କରିଥିବା ପିଲାଙ୍କ ସହିତ ବାପାମା’ଙ୍କୁ ମଧ୍ୟ କଠୋର ଶାସ୍ତି ମିଳିବ । ଏହି ଚେତାବନୀ କେବଳ ଫିଲ୍ମ ପର୍ଯ୍ୟନ୍ତ ସୀମିତ ନାହିଁ । ଦକ୍ଷୀଣ କୋରିଆର ପାରମ୍ପାରିକ ଲୋକନୃତ୍ୟ କିମ୍ବା ଗୀତ ଗାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିଛି । କେହି ଯଦି ଏପରି କରେ ତାଙ୍କୁ ମଧ୍ୟ ୬ ମାସର ସଜା ହେବ ।

ଦୁଇ ଜଣ ପିଲାଙ୍କୁ ମିଳି ସାରିଛି ମୃତ୍ୟୁଦଣ୍ଡ

ଏହା ପୂର୍ବରୁ ଡିସେମ୍ବର ୬ ତାରିଖରେ ଉତ୍ତର କୋରିଆରେ ହାଇସ୍କୁଲରେ ପଢୁତିବା ଦୁଇ ଜଣ ପିଲାଙ୍କୁ ମୃତ୍ୟୁଦଣ୍ଡ ମିଳିଥିଲା । ରେଡିଓ ଫ୍ରିଏସିଆ ଅନୁସାରେ ଦୁଇ ଛାତ୍ରଙ୍କ ବୟସ ମାତ୍ର ୧୫ରୁ ୧୬ ଥିଲା । ସର୍ବସାଧାରଣରେ ଏହି ଦୁଇ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସେମାନଙ୍କ ଅପରାଧ ଥିଲା ଯେ, ସେମାନେ ଦକ୍ଷୀଣ କୋରିଆ ଡ୍ରାମା ନିଜେ ଦେଖିବା ସହିତ ଏହାର ଡିଭିଡିକୁ ନିଜ ସାଙ୍ଗମାନଙ୍କୁ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଉତ୍ତର ଓ ଦକ୍ଷୀଣ କୋରିଆ ମଧ୍ୟରେ ଗତ ୭୦ ବର୍ଷ ଧରି ଯୁଦ୍ଧ ପରିସ୍ଥିତି ଲାଗି ରହିଛି । କୋରିଆ ଦୁଇ ଭାଗ ହେବା ପରେ ଉତ୍ତର କୋରିଆ ଉପରେ କିମ୍ ପରିବାରର ଶାସନ ପ୍ରତିଷ୍ଠା ହୋଇଥିଲା । ଅନ୍ୟପକ୍ଷରେ ଦକ୍ଷୀଣ କୋରିଆରେ ଗଣତାନ୍ତ୍ରିକ ସରକାର ଆସିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami