ଆତ୍ମଘାତୀ ଆକ୍ରମଣକାରୀଙ୍କୁ ‘ଜନ୍ନତ’ରେ ଅପେକ୍ଷା କରିଛନ୍ତି ବଲିଉଡ୍ ହିରୋଇନ୍

Above Post Content

ଜିହାଦ ଲଢିଲେ ଜନ୍ନତ୍ ମିଳିବ । ଜନ୍ନତରେ ୭୨ ପରୀ ସ୍ୱାଗତ କରିବେ । ଏମିତି କହି ଆତଙ୍କବାଦୀ ସଂଗଠନ ଲୋକଙ୍କ ବ୍ରେନ୍ ୱାସ କରନ୍ତି । କିନ୍ତୁ ଏହାଠାରୁ ଆଉ ପାଦେ ଆଗକୁ ବଢିଛି ପାକିସ୍ତାନୀ ତାଲିବାନ । ପାକିସ୍ତାନୀ ତାଲିବାନ ଭାବେ ପରିଚିତ ତହରିକ୍ ଏ ତାଲିବାନ ନୂଆ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଜନ୍ନତରେ ବଲିଉଡ୍ ଅଭିନେତ୍ରୀ ସହିଦଙ୍କୁ ଅପେକ୍ଷା କରିଛନ୍ତି ବୋଲି କହୁଛି । ତହରିକ୍ ତା’ ମଦ୍ରାସାରେ ପଢୁଥିବା ପିଲାଙ୍କ ମୁଣ୍ଡରେ ଏଭଳି ଉଦ୍ଦଟ ଚିନ୍ତା ଭର୍ତ୍ତି କରୁଥିବା ତଦନ୍ତରୁ ଜଣା ପଡିଛି ।

ଆତ୍ମଘାତୀ ଆକ୍ରମଣକାରୀ ଖୋଲିଲା ରାଜ୍

After 2nd paragraph post ads

ନିକଟରେ ପାକିସ୍ତାନୀ ସେନା ହାତରେ ଧରା ପଡିଥିବା ଜଣେ ଆତ୍ମଘାତୀ ଆକ୍ରମଣକାରୀ ଏହି ତଥ୍ୟ ସେନାକୁ ଦେଇଛି । ସେନାର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଜେରା ବେଳେ ଏହି ଆତ୍ମଘାତୀ ଆକ୍ରମଣକାରୀ ଜଣକ କହିଥିଲା ଯେ, ସେ ଜନ୍ନତରେ ବଲିଉଡ୍ ହିରୋଇନଙ୍କୁ ଭେଟିବା ପାଇଁ ଏହି ରାସ୍ତାକୁ ବାଛିଥିଲା ।

ବଲିଉଡ୍ ହିରୋଇନ୍ ଜନ୍ନତରେ ଅପେକ୍ଷା କରିଛନ୍ତି : ଟିଟିପି

Middle post content

ସେନା ଅଧିକାରୀଙ୍କ ଅନୁସାରେ ତଦନ୍ତକାରୀ ଟିମ୍ କିଛି ଫିଦାୟୀଁ (ଆତ୍ମଘାତୀ) ଆକ୍ରମଣକାରୀଙ୍କ ରୁମରେ ବଲିଉଡ୍ ହିରୋଇନଙ୍କ ପୋଷ୍ଟର ମରାଯାଇଥିବା ଦେଖିବାକୁ ପାଇଥିଲା । ଯୁବ ଆତ୍ମଘାତୀ ଆକ୍ରମଣକାରୀଙ୍କ କହିବା ହେଉଛି ଯେ, ଏହି ବଲିଉଡ୍ ହିରୋଇନ୍ ସବୁ ଜନ୍ନତରେ ସେମାନଙ୍କୁ ଅପେକ୍ଷା କରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜନ୍ନତରେ ରାଣୀ, କାଜୋଲ

ଯେଉଁ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ରୁମରେ ରାଣୀ ମୁଖାର୍ଜୀ ଓ କାଜୋଲଙ୍କ ପୋଷ୍ଟର ଲାଗିଥିଲା ବୋଲି ଜଣା ପଡିଛି । ଏହା ଆତ୍ମଘାତୀ ଆକ୍ରମଣକାରୀଙ୍କ ଅନୁସାରେ ରାଣୀ ଓ କାଜୋଲ ସେମାନଙ୍କୁ ଜନ୍ନତରେ ଅପେକ୍ଷା କରିଛନ୍ତି ।

ଟିଟିପିକୁ ଡରୁଛି ପାକ୍ ସେନା

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ପାକିସ୍ତାନ ସରକାର ଓ ସେନା ଖୁସି ଅଛନ୍ତି । କିନ୍ତୁ ନିଜ ଦେଶ ଭିତରେ ସକ୍ରୀୟ ଥିବା ତହରିକ୍ ଏ ତାଲିବାନକୁ ନେଇ ଚିନ୍ତାରେ ସେନା । କାରଣ ପାକିସ୍ତାନୀ ତାଲିବାନ ସେନାକୁ ନାକେଦମ କରି ରଖିଛି । ବର୍ତ୍ତମାନ ପର୍ଯ୍ୟନ୍ତ ତାଲିବାନ ଆକ୍ରମଣରେ ୩୦ରୁ ଅଧିକ ସୈନିକ ପ୍ରାଣ ହରାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami