ରାମଲଲାଙ୍କୁ ଦେଖିବା ପାଇଁ ମୁସଲିମ ମହିଳା ଉତ୍ସାହିତ

Above Post Content

ନୂଆଦିଲ୍ଲୀ: ଗତ ସୋମବାର ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହୋଇଯାଇଛି । ମଙ୍ଗଳବାରଠାରୁ ମନ୍ଦିରର ଦ୍ୱାର ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଛି । କିନ୍ତୁ ରାମଲଲାଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି । ରାମଲଲାଙ୍କୁ ଦର୍ଶନ କରିବା ପାଇଁ ତିନି ଦିନ ହେଲାଣି ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ଼ ଜମୁଛି । ସେହିପରି ଜଣେ ମୁସଲମାନ ଯୁବତୀ ରାମଲଲାଙ୍କୁ ଦର୍ଶନ କରିବା ପାଇଁ ୧୪୦୦ କିମି ଚାଲି ଚାଲି ଅଯୋଧ୍ୟା ଆସିଛନ୍ତି । ଏହାକୁ ନେଇ ଏବେ ସୋସିଆଲ ମିଡ଼ିଆରେ ଢେର ଚର୍ଚ୍ଚା ।

ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ

After 2nd paragraph post ads
Middle post content

ଶବନମ ଶେଖ ନାମକ ଏହି ମୁସଲମାନ ଯୁବତୀ ଜଣକ ମୁମ୍ବାଇରେ ରୁହନ୍ତି । ସେ ୨୦୨୩ ଡିସେମ୍ବର ୨୧ ତାରିଖରୁୁ ମୁମ୍ବାଇରୁ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତାଙ୍କ ସହିତ ତାଙ୍କର ତିନି ଜଣ ସାଙ୍ଗ ବି ଆସିଛନ୍ତି । ସେମାନେ ବି ମୁମ୍ବାଇର ବାସିନ୍ଦା । ଯାତ୍ରା ସମୟରେ ସାଙ୍ଗମାନେ ତାଙ୍କୁ ଖୁବ ସାହାଯ୍ୟ କରିଛନ୍ତି । ଶବନମ ଅଯୋଧ୍ୟା ଯାତ୍ରାକୁ ନେଇ କହିଛନ୍ତି ଯେ, ମୁଁ ପିଲାଟି ଦିନରୁ ହିନ୍ଦୁ ଧର୍ମ ପ୍ରତି ପ୍ରଭାବିତ । ପିଲାଦିନେ ରାମାୟଣ ଦେଖିଛି । ଭଗବାନ ରାମଙ୍କ ବିଷୟରେ ଶୁଣିଛି । ରାମଲଲ୍ଲାଙ୍କ ପ୍ରାଣପ୍ରତିଷ୍ଠା ଜାନୁଆରି ୨୨ ତାରିଖରେ ହେବ ବୋଲି ଘୋଷଣା ହେବାପରେ ମୁଁ ଅଯୋଧ୍ୟା ଯିବାକୁ ମନେମନେ ସ୍ଥିର କରି ସାରିଥିଲି । ତାହାପୁଣି କୌଣସି ଗାଡ଼ି କି ଟ୍ରେନ ଯୋଗେ ନୁହେଁ ପାଦରେ ଚାଲିଚାଲି । ଏହା ଶୁଣିବା ପରେ ପ୍ରଥମେ ଘରଲୋକ ମୋତେ ଚାଲିଚାଲି ଅଯୋଧ୍ୟା ଯିବାକୁ ଅନୁମତି ଦେଇ ନଥିଲେ । ପରେ କିନ୍ତୁ ରାଜି ହୋଇଯାଇଥିଲେ ।

ରାମଲଲାଙ୍କୁ ଦେଖିଲେ ଜୀବନ ଧନ୍ୟ ହୋଇଯିବ

ଶବନମ ଆହୁରି କହିଛନ୍ତି ଯେ, ୨୦୨୩ ଡିସେମ୍ବର ୨୧ରୁ ମୁଁ ମୁମ୍ବାଇରୁ ପାଦରେ ଚାଲିଚାଲି ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲି । ରାମ ଯଦି ୧୪ ବର୍ଷ ବନବାସ ଯାଇପାରିଲେ, ତାହାହେଲେ ଆମେ କ’ଣ ତାଙ୍କ ଦର୍ଶନ ପାଇଁ ୧୪୦୦ କିମି ପାଦରେ ଚାଲିଚାଲି ଆସି ପାରିବା ନାହିଁ । ମୁଁ ୧୪୦୦କିମି ଯାତ୍ରା ପୂରା କରି ସାରିଛି । ବାସ ଅପେକ୍ଷା ରହିଲା ଏ ଆଖି କେତେବେଳେ ରାମଲଲ୍ଲାଙ୍କ ଦର୍ଶନ କରିବ ।ରାମଲଲ୍ଲା ଦର୍ଶନ ଯେଉଁଦିନ ପାଇବି ଜୀବନ ମୋର ଧନ୍ୟ ହୋଇଯିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami