ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ଗିରଫ

Above Post Content

ଭୁବନେଶ୍ୱର : ଓଲିଉଡ୍ କଣ୍ଠଶିଳ୍ପୀ ଦେବେଶ ପତିଙ୍କୁ ବାନ୍ଧିଲା ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ତାଙ୍କୁ ଗିରଫ କରିଛି । ଭଦ୍ରକର ଜଣେ ଯୁବତୀ ତାଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି । ଦେବେଶଙ୍କ ଘର ଯାଜପୁରରେ ହୋଇଥିବାରୁ ସେଠାରୁ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Middle post content

ନିଶା ଦେଇ କରିଥିଲେ ଗର୍ଭପାତ

After 2nd paragraph post ads

ପୋଲିସର ସୂଚନା ମୁତାବକ ଭଦ୍ରକର ଜଣେ ଯୁବତୀ ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ ରହି ଏକ ଘରୋଇ କଲେଜରେ ଏମବିଏ କରୁଥିଲେ । ଦେବେଶଙ୍କ ସହ ଫୋନରେ କଥା ବର୍ତ୍ତା , କିଛି ଦିନର ଚାଟିଂ ପରେ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ଏପରିକି ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ । ପରେ ନିଶା ଦେଇ ଗର୍ଭ ନଷ୍ଟ କରିଥିବା ନେଇ ସାଂଘାତିକ ଅଭିଯୋଗ କରିଥିଲେ ଯୁବତୀ । ଖାଲି ଏତିକି ନୁହେଁ ଯୁବତୀଙ୍କ ଠାରୁ ଦେବେଶ ୫ ଲକ୍ଷରୁ ଅଧିକ ଟଙ୍କା ବି ନେଇଥିଲେ । କିନ୍ତୁ ପରେ ଯୁବତୀ ଜଣକ ବିବାହ କରିବାକୁ ଜିଦ୍ ଧରିବାରୁ ଦେବେଶ ଏଥିରେ ବିରକ୍ତି ପ୍ରକାଶ କରିଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର କିଛି ଫଟୋ ଏବଂ ଭିଡିଓ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ପରେ କିଛି ଦିନ ଚୁପ୍ ରହି ନୟାପଲ୍ଲୀ ଥାନାରେ ଆସି ଏତଲା ଦେଇଥିଲେ ଯୁବତୀ ଜଣକ । ପୋଲିସ ଯୁବତୀଙ୍କୁ ଏତଲା ଆଧାରରେ ଦେବେଶଙ୍କୁ ଗିରଫ କରିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami