ନିଜ କୌଶଳ, ଅନ୍ୟ ଭବିଷ୍ୟତ

Above Post Content

ଭିଡ଼ ଭିତର ଚେହେରା ସିଲୁ ସାର୍‌

ଲକ୍ଷ୍ୟ ହାସଲ କରିବାର ରାସ୍ତା ଏତେ ସହଜ ହୋଇ ନଥାଏ । ଏଥିପାଇଁ ଲୋଡ଼ା ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ । ଦୃଢ଼ ସଂକଳ୍ପ ଯୋଗୁ ପଥ ତ ମିଳିଥାଏ । କିନ୍ତୁ ପଥ ସଳଖିବାର ସୂତ୍ର ହୋଇଥାଏ ପ୍ରେରଣା । ଏପରି ଜଣେ ପ୍ରେରଣାପ୍ରଦ ବ୍ୟକ୍ତି ହେଉଛି ଜଗତ୍‌ସିଂହପୁର ନାଉଗାଁ ବ୍ଲକ୍ ଅରଖକୁଦର ସିଲୁ ନାୟକ ଓରଫ ସିଲୁ ସାର୍ ।

After 2nd paragraph post ads
Middle post content

ଏକ ମଧ୍ୟବିତ ପରିବାରରେ ସିଲୁଙ୍କ ଜନ୍ମ । ପରିବାର କହିଲେ ବାପା, ମା ଓ ଭାଇ । ଚାଷୀ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ ଅର୍ଥ ପଛରେ ଦୌଡ଼ିବାକୁ ସେ ପସନ୍ଦ କରନ୍ତିନି । କୌଣସି ଅସହାୟଙ୍କୁ ଦେଖିଲେ ସେ ବ୍ୟଥିତ ହୋଇଥାଆନ୍ତି । ଦେଶ ସେବା କରିବା ପାଇଁ ସେ ଭାରତୀୟ ନୌସେନାରେ ଭର୍ତି ହେବାକୁ ଉଦ୍ୟମ କରନ୍ତି । ମାତ୍ର କମ୍ ଉଚ୍ଚତା କାରଣରୁ ତାଙ୍କୁ ବିଫଳତାର ସାମ୍ନା କରିବାକୁ ପଡେ । ଏଥିରେ ହାର ନ ମାନି ସେ ବାରମ୍ବାର ଚେଷ୍ଟା କରନ୍ତି । ଦିନେ ଓଡ଼ିଶା ପୋଲିସରେ ଚାଙ୍କର ଚାକିରି ହୋଇଯାଏ । ଏ ଚାକିରିରେ କିନ୍ତୁ ତାଙ୍କର ମନ ଲାଗେ ନାହିଁ । ସେଥିଲାଗି ଟ୍ରେନିଂର ମାତ୍ର ୧୦ ଦିନ ପରେ ଘରକୁ ପଳାଇ ଆସନ୍ତି । ଚିନ୍ତା କରନ୍ତି, ଗାଁରେ ରହି ଗାଁ ପିଲାଙ୍କ ପାଇଁ କିଛି କରିବେ । ହେଲେ କରିବେ କ’ଣ ? ଏହି କଥା ଚିନ୍ତା କରୁ କରୁ ମୁଣ୍ଡକୁ ଜୁଟେ, ଗାଁର ବେକାର ପିଲାଙ୍କୁ ସେନାରେ ଭର୍ତି କରିବା ପାଇଁ ପ୍ରଶିକ୍ଷଣ ଦେବେ ।

ଏହାପରଠୁ ସିଲୁ ନିରବଚ୍ଛିନ୍ନ ଭାବେ ଯୁବକମାନଙ୍କୁ ପ୍ରଶିକ୍ଷଣ ଦେଇ ଚାଲିଛନ୍ତି । ଏଥିପାଇଁ ତାଙ୍କୁ ଅନେକ ଘାତ ପ୍ରତିଘାତର ସାମ୍ନା କରିବାକୁ ପଡ଼ିଛି । କିନ୍ତୁ ସେ ସେଥିରେ ଭାଙ୍ଗି ପଡ଼ି ନାହାନ୍ତି । ଅନ୍ୟର ଭବିଷ୍ୟତ ଗଢ଼ିବା ପାଇଁ ନିଜର ସବୁ ପ୍ରକାର କୌଶଳ ଖଟାଇବାରେ କୁଣ୍ଠିତ ନୁହନ୍ତି ସିଲୁ ସାର୍ । ତାଙ୍କ ଉଦ୍ୟମରେ ସେହି ଅଂଚଳରେ ଗଢ଼ି ଉଠିଛି ‘ମହାଗୁରୁ ବାଟାଲିୟନ’ । ଯେଉଁଠାରୁ ପ୍ରଶିକ୍ଷଣ ନେଇ ଅନେକ ନିଜର ଭବିଷ୍ୟତ ପାଇଁ ଉପଯୁକ୍ତ ମାର୍ଗ ବାଛି ପାରିଛନ୍ତି । ଦେଶ ମାତୃକାର ସେବା କରିବା ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ପାଇଛନ୍ତି । ତେବେ ଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ଅନେକ ପ୍ରଶଂସା ସାଉଁଟିଛନ୍ତି ସିଲୁ ସାର୍ । ଆଜି ଅନେକ ଲୋକଙ୍କ ଭିଡ଼ ଭିତରେ ସିଲୁ ସାର୍ ନିଜର ପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲିଯାଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami