ଦିବ୍ୟାଙ୍ଗ ନୃତ୍ୟଶିଳ୍ପୀ ମିଥିଲେଶ

Above Post Content

ତାଙ୍କୁ ଦେଖିଲେ କେହି ଜାଣିପାରିବେ ନାହିଁ ସେ ଦିବ୍ୟାଙ୍ଗ ବୋଲି । ଦିବ୍ୟାଙ୍ଗ ହେଲେ ମଧ୍ୟ ସେ ଅନ୍ୟମାନଙ୍କ ପାଇଁ ପାଲିଟିଯାଇଛନ୍ତି ଉଦାହରଣ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ମିଥିଲେଶ ପଟ୍ଟନାୟକବୟସ ୩୪ ବର୍ଷ । ମିଥିଲେଶ୍‌ଙ୍କ ବ୍ୟବହାର ଅପରିପକ୍ୱ ମନେହୁଏ କିନ୍ତୁ ନୃତ୍ୟ ଦକ୍ଷତାରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ବେଶ ପରିପକ୍ୱ । ଜନ୍ମରୁ ପୁଅର ଦିବ୍ୟାଙ୍ଗତା ବିଷୟରେ ଜାଣିବା ପରେ ଭିନ୍ନଧରଣର ସକ୍ଷମ କରିବାର ପ୍ରଚେଷ୍ଟା ଜାରି ରଖିଥିଲେ । ଘରେ ମାଆବାପା ତାଙ୍କୁ ବିଭିନ୍ନ ଶିକ୍ଷା ଦେଇ ଭଲ କରିବାର ପ୍ରଚେଷ୍ଟା କରିଚାଲିଥିଲେ । ଛୋଟ ବୟସରୁ ମିଥିଲେଶ ଓଡ଼ିଶୀ ନୃତ୍ୟ ଶିକ୍ଷା ଆରମ୍ଭ କରିଥିଲେ । ଆଉ ସେହି ଦିନଠାରୁ ସେ ନୃତ୍ୟ ମନସ୍କଓଡ଼ିଶୀ ନୃତ୍ୟରେ ଜଣେ ସାଧାରଣ ପିଲାଙ୍କ ଭଳି ମିଥିଲେଶ ବେଶ ଆଗୁଆ । କେବଳ ଆଗୁଆ ନୁହଁନ୍ତି, କିଛି ପିଲାମାନଙ୍କୁ ମଧ୍ୟ ସେ ନୃତ୍ୟ ଶିକ୍ଷା ଦେଉଛନ୍ତି । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି । ମିଥିଲେଶ୍‌ର ଓଡ଼ିଶୀ ମନସ୍କ ତାଙ୍କୁ ଅନେକ ଗର୍ବ ଏବଂ ଗୌରବ ଆଣିଦେଇଛି । କେବଳ ଯେ ନୃତ୍ୟ ପରିବେଷଣ କରିଛନ୍ତି ତାହା ନୁହେଁ, ସେ ଏବେ ସାଇ ଇଂଟରନ୍ୟାସନାଲ ସ୍କୁଲରେ ନୃତ୍ୟ ଶିକ୍ଷକଭାବେ କାର୍ଯ୍ୟରତ । ପିଲାମାନଙ୍କୁ ଓଡ଼ିଶୀର ତାଳ, ଲୟ ସହିତ ବିଭିନ୍ନ ଦିଗ ପ୍ରତି ଶିକ୍ଷା ଦେଉଛନ୍ତି ।

Middle post content

ନୂଆଦିଲ୍ଲୀସ୍ଥିତ ସେଂଟର ଫର୍ କଲଚୁରାଲ ରିସୋର୍ସ ଏବଂ ଟ୍ରେନିଂ ପକ୍ଷରୁ ଜାତୀୟସ୍ତରୀୟ ମେଧା ସମ୍ମାନ, କେନ୍ଦ୍ର ସରକାରଙ୍କ ସାଂସ୍କୃତିକ ମନ୍ତ୍ରଣାଳୟ ପକ୍ଷରୁ ସିନିୟର ମେଧା ସମ୍ମାନ ଆଦି ଅନେକ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି । ଏ ସମ୍ପର୍କରେ ମିଥିଲେଶଙ୍କ ବାପା ଶୁଭ୍ରାଂଶୁ ପଟ୍ଟନାୟକ କୁହନ୍ତି, ପୁଅ ଜନ୍ମ ହେବା ପରେ ତା’ର ଏଭଳି ଅବସ୍ଥା ଆମକୁ ବିଚଳିତ କରିଥିଲା । କିନ୍ତୁ ତାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରଚେଷ୍ଟା ଯୋଗୁ ସେ ସାଧାରଣ ପିଲାଙ୍କ ପରି ଜୀବନ ଜୀଇଁପାରୁଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami