ଅଦରକାରୀରୁ ଅଟ୍ଟାଳିକା

Above Post Content

ଡିଗ୍ରୀଧାରୀ ନ ହୋଇ ବି ଅତି ସୁନ୍ଦର କଳାକୃତି କରିବାରେ ସେ ମାହିର । ଟୁକୁଡ଼ା ଟୁକୁଡ଼ା ଅଦରକାରୀ କାଗଜକୁ ଦିଅନ୍ତି ଜୀବନ୍ୟାସ । ଆଖିରେ ନ ଦେଖିଲେ ବିଶ୍ୱାସ କରିହେବନି । ସୁନ୍ଦର ସୃଷ୍ଟିର ଦକ୍ଷ ବିନ୍ଧାଣୀ ସିଏ । ସେ ସୁନ୍ଦରପଦା ଅଂଚଳର ୩୮ବର୍ଷୀୟ କୃଷ୍ଣ କୁମାର ବସନ୍ତ । କୃଷ୍ଣ ପେସାରେ ଜଣେ ଔଷଧ ଦୋକାନୀ । କିନ୍ତୁ ନିଶା ତାଙ୍କର ନୂଆ ସର୍ଜନା । ଅଦକାରୀ କଗଜରୁ ତିଆରି କରୁଛନ୍ତି ବଡ଼ ବଡ଼ ଅଟ୍ଟାଳିକାର ଅବିକଳ ପ୍ରତିକୃତି ମନ୍ଦିର, ବ୍ରିଜ, ପାଣି, ଜାହାଜ ଭଳି କାଜଗଜରେ ଫଟୋ ଫ୍ରେମ୍ ମଧ୍ୟ କରୁଛନ୍ତିି । ରାଜ୍ୟ ସଂଗ୍ରହାଳୟରେ ମଧ୍ୟ ତାଙ୍କ ନିଖୁଣ କାରୁକାର୍ଯ୍ୟ ସ୍ଥାନ ପାଇପାରିଛି । ତେବେ ଏସବୁ କାମବେଳେର ଦୀର୍ଘ ସମୟ ମଜି ରହନ୍ତି କୃଷ୍ଣ । ଏହାକୁ ଗ୍ଲାସ୍ ବାଇଣ୍ଡିଂ କରି ଦୀର୍ଘ ବର୍ଷ ରଖାଯାଇପାରୁଛି । ପ୍ରଶଂସା କିମ୍ବା ରୋଜଗାର କରିବା ତାଙ୍କର ଆକାଂକ୍ଷା ନଥିଲା । କେବଳ ନିଜର ସମୟ ଅତିବାହିତ କରିବା ସହ ନିଜର ସଉକ ପାଇଁ ଏହି ଯାତ୍ରା ଆରମ୍ଭ କରିଥିଲେ କୃଷ୍ଣ । ଗୋଟିଏ କାମ ପାଇଁ ୧୦-୧୫ ଦିନ ଲାଗୁଥିବାବେଳେ ବଡ଼ କାମ ପାଇଁ ୧ ମାସରୁ ଊର୍ଦ୍ଧ୍ୱ ଲାଗିଥାଏ । ୨୦୦୦ ମସିହାରୁ ତାଙ୍କର ଏହି କଳାକୃତିର ଯାତ୍ରା ଆରମ୍ଭ ହୋଇଛି । ଅଦରକାରୀ କାଗଜ, ଷ୍ଟିକର, ବାହାଘର କାର୍ଡକୁ ନେଇ ଅତି ନିଖୁଣ ଭାବେ ତିଆରି କରୁଛନ୍ତି । ନିଜେ ବିଭିନ୍ନ ଡିଜାଇନ ପ୍ରସ୍ତୁତ କରି ତିଆରି କରୁଛନ୍ତି । ତାଙ୍କର ଏହି କଳାକୃତିକୁ ଦେଖି କିଛି ଲୋକ ଏହି ସାମଗ୍ରୀ ପାଇଁ ଅର୍ଡର ମଧ୍ୟ ଦିଅନ୍ତି । ୨୦୦୫ ମସିହାରୁ ଔଷଧ ଦୋକାନ କରି ପରିବାର ପୋଷନ୍ତି । ଏ ସମ୍ପର୍କରେ କୃଷ୍ଣ କୁହନ୍ତି, ପିଲାମାନଙ୍କୁ ଏହି ଶିକ୍ଷା ଦେବା ପାଇଁ ୟୁଟ୍ୟୁବ୍‌ରେ ଭିଡିଓ କରିବା ଆରମ୍ଭ କରିଛି । ଏଥିପାଇଁ ବହୁ ଲୋକ ପ୍ରଶଂସା କରନ୍ତି । ଯାହା ମୋତେ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥାଏ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami