କେନ୍ଦ୍ରାପଡ଼ାର ରସାବଳିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା

Above Post Content

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳିକୁ ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରୁ ଅଧିକରୁ ଅଧିକ ସାମଗ୍ରୀ, ଦ୍ରବ୍ୟକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରିବାକୁ ପ୍ରୋତ୍ସାହନ କରାଯାଇଥିଲା । ଏନେଇ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନକୁ ଅଧିକରୁ ଅଧିକ ଦ୍ରବ୍ୟ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପରାମର୍ଶ ଦିଆଯାଇଥିଲା । ସେଥିରେ କେନ୍ଦ୍ରାପଡ଼ାର ରସାବଳି, ପୋଟଳି ପିଠା ଆଉ କାଇଁଚ ସାମଗ୍ରୀକୁ ଜିଆଇ ମାନ୍ୟତା ପାଇଁ ଆବେଦନ କରିବାକୁ କୁହାଯାଇଥିଲା ।  ରସାବଳି ବଳଦେବଜୀଉ ମନ୍ଦିରରେ ଭୋଗ ଲାଗି ହୁଏ । ଏହା ଜଗନ୍ନାଥ ମନ୍ଦିରରେ ପରସା ଯାଉଥିବା ୫୬ ଭୋଗରୁ ଏକ । ଏହାକୁ ଜିଆଇ ଟ୍ୟାଗର ମାନ୍ୟତା ମିଳିଥିବାରୁ ଅନ୍ୟତ୍ର ତିଆରି ରସାବଳିକୁ କେନ୍ଦ୍ରାପଡ଼ା ରସାବଳି ଭାବେ ଆଉ ବିକ୍ରି କରିହେବ ନାହିଁ ।

Middle post content

ରସାବଳି କେନ୍ଦ୍ରାପଡ଼ା ଜିଲ୍ଳାର ଏକ ଐତିହ୍ୟ ଏବଂ ସଂସ୍କୃତିର ଏକ ଭିନ୍ନ ପ୍ରତୀକ । କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦୁଇବର୍ଷର ଦାବି ପୂରଣ ହୋଇଛି । ଜିଆଇ ହେଉଛି ଏକ ଭୌଗଳିକ ସୁଚକାଙ୍କ ଯାହାର ନାଁରେ ବିଭିନ୍ନ ପ୍ରକାରର ବସ୍ତୁ, ଦ୍ରବ୍ୟ, କଳା ଆଉ ପ୍ରସିଦ୍ଧିକୁ ମାନ୍ୟତା ମିଳିଥାଏ । ଆଉ ଏହିସବୁ ଦ୍ରବ୍ୟର ଗୁଣବତ୍ତାର ମାନକ ମଧ୍ୟ ଏହି ଭୌଗଳିକ ସୂଚକରୁ ହିଁ ଆସିଥାଏ । କେନ୍ଦ୍ରାପଡ଼ାବାସୀଙ୍କ ଏହା ଏକ ଗର୍ବ ଆଉ ଗୌରବର ବିଷୟ କି କେନ୍ଦ୍ରାପଡ଼ା ରସାବଳି ମିଷ୍ଠାନ୍ନ ନିର୍ମାତା ସଂଘ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ପଞ୍ଜିକରଣ କରାଇବା ସହ ତତ୍ପରତା ଦେଖାଇଥିଲେ । ଏଥିପାଇଁ ୨୦୨୧ ମସିହା ଡିସେମ୍ବର ୧୩ ତାରିଖରେ ସଂଘ ପକ୍ଷରୁ ବିଧିବଦ୍ଧ ଭାବେ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ଆବେଦନ କରାଯାଇଥିଲା ।

After 2nd paragraph post ads

ରସାବଳି ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ୯ଟି ସାମଗ୍ରୀକୁ ନେଇ ନିକଟରେ ଭୁବନେଶ୍ୱରରେ ଅନୁଷ୍ଠିତ ଏକ ଜାତୀୟ ସ୍ତରୀୟ ବୈଠକରେ ମୂଲ୍ୟାୟନ କରାଯାଇଥିଲା । ଏଥିରେ ରସାବଳିକୁ ନେଇ ଜିଆଇ ଟ୍ୟାଗ ମାନ୍ୟତା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିିଥିଲା । ଏହି ବୈଠକରେ ରସାବଳିକୁ ଜିଆଇ ମାନ୍ୟତା ନେଇ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଶେଷରେ ରସାବଳିକୁ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ମିଳିଛି । କେନ୍ଦ୍ରାପଡ଼ା ରସାବଳିରେ ଯେଉଁ ଭିନ୍ନତା, ପରମ୍ପରା ରହିଛି ଅନ୍ୟ କେଉଁଠି ଦେଖିବାକୁ ମିଳେ ନାହିଁ ବୋଲି ଏହି ଟିମ ପକ୍ଷରୁ କୁହାଯାଇଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami