ଗୁଳିରୁ ଆରମ୍ଭ, ଗୁଳିରେ ଖତମ୍ ହେଲା ୪୦ ବର୍ଷର ଖେଳ

Above Post Content

ଗୁଳି ମାରୁଥିଲା, ଗନ୍ ପଏଣ୍ଟରେ ବନି ଯାଇଥିଲା ଗ୍ୟାଙ୍ଗଷ୍ଟର ତ ସେହି ଗୁଳିରେ ଗଲା ଜୀବନ

ଦୁଇ ଦୁଇ ଥର ମୃତ୍ୟୁ ମୁହଁରୁ ବର୍ତ୍ତି ଯାଇଥିଲା, କିନ୍ତୁ ତୃତୀୟ ପାଳିରେ ଗେମ୍ ଓଭର୍

After 2nd paragraph post ads

ନେଟୱର୍କରେ ଥିଲେ ବଛା ବଛା ସାର୍ପସୁଟର, ଅଥଚ ରକ୍ତ ଜୁଡୁବୁଡ଼ୁ ହୋଇ ଆଖିବୁଜିଲା ବେଳକୁ ନିଜେ ଥିଲା ଏକଦମ୍ ଅସହାୟ୍‌ ଓ ଏକୁଟିଆଦେଶୀ ଘୋଡ଼ିଆରୁ ଆରମ୍ଭ ହୋଇଥିବା କ୍ରାଇମ୍ କ୍ୟାରିଅର୍ ସବୁ ଦିନ ପାଇଁ ଖତମ୍ ହୋଇଗଲା ବିଦେଶୀ ପିସ୍ତଲର ଲକ୍ଷ୍ୟଭେଦୀ ଗୁଳିରେ।

Middle post content

ଚାରି ଦଶନ୍ଧି ଧରି ରାଜ୍ୟ ଅପରାଧ ଦୁନିଆର ଅନ୍ୟ ଏକ କୁଖ୍ୟାତ ଡନ୍ ସାଜିଥିବା ସେକ୍ ହାଇଦର୍ ଅଲ୍ଲୀ ଅଶୀ ଦଶକରେ କେନ୍ଦାପଡ଼ାରୁ ମୃତ ଦେହ ଆଣୁଥିଲା କଟକ ବ୍ୟବଛେଦ ପାଇଁ ତା ପୁଣି ନିଜେ ଟ୍ରଲି ଚଳାଇ । ଟ୍ରଲି, ପୁଣି ରିକ୍ସା ଭାୟା ଟ୍ରକ୍ ହୋଇ ଟ୍ରେକର୍ ଚଳାଇଲା ତ ଧୀରେ ଧୀରେ ଛୋଟକାଟିଆ ଅପରାଧରେ ବି ହାତ ମାରିଲା । ଗୋବରୀ ନଈର ବାଉଁଶ ପୋଲରୁ ବଟି ଆଦାୟ କରି କେନ୍ଦ୍ରାପଡ଼ାର ଡନ୍ ସାଜିଥିବା ରବିନ୍ ଓରଫ୍ ରବୀନ୍ଦ୍ର ବେହେରାକୁ ହତ୍ୟା କରି ସେତେବେଳକୁ ଚର୍ଚ୍ଚାକୁ ଆସିଥିଲା ବୁଲା ସେଠୀ । ସେହି ବୁଲା ସେଠୀକୁ ରବିନର ଦୁଇ ସହଯୋଗୀ ବାବୁ ଓ ବଣୁଆ ସହ ମିଶି କୋର୍ଟ ପରିସରରେ ବୋମା ଓ ଗୁଳି ମାଡ଼ କରି ଅନ୍ ସ୍ପଟ୍ ମର୍ଡର କରିଥିଲା ହାଇଦର୍ ଆଉ ରାତାରାତି ପାଲଟିଯାଇଥିଲା ଗ୍ୟାଙ୍ଗଷ୍ଟର୍। ମାଷ୍ଟର ମାଇଣ୍ଡ ଭଳି ପରଦା ପଛରେ ଯୋଜନା କରୁ ନଥିଲା ବରଂ କ୍ରାଇମ୍ କରୁଥିଲା ବିଲକୁଲ୍ ଫ୍ରଣ୍ଟକୁ ଆସି । ସେହି ହାଇଦର୍ ସହ ହାତ ମିଳାଇ ପୂର୍ବରୁ ଥିବା ନିଜ ଗ୍ୟାଙ୍ଗକୁ ଆଗକୁ ବଢ଼ାଇଥିଲେ ବୁଲା ସେଠୀର ଅନ୍ୟ ଦୁଇ ସହଯୋଗୀ ସୟଦ୍ ଉସମାନ୍ ଅଲ୍ଲୀ ଓରଫ୍ ଟିଟୋ ଏବଂ ମାଲିକ୍ ସୁଲେମାନ୍ ।

ଏହି ସମୟରେ ଅର୍ଥାତ୍ ୧୯୯୨ରେ ହାଇଦର୍ ପ୍ରଥମ ଥର ପାଇଁ ପୁଲିସ ଏନକାଉଣ୍ଟରର ଶିକାର ହୋଇଥିଲା କିନ୍ତୁ ବଞ୍ଚି ଯାଇଥିଲା । ପରେ ଭାଗବଣ୍ଟାକୁ ନେଇ ଟିଟୋ ସହ ଆରମ୍ଭ ହେଲା ବିବାଦ ତ ନିଜର ନୂଆ ଗ୍ୟାଙ୍ଗ ଗଢ଼ିଲା ହାଇଦର୍ । ଆଉ ସେବେଠାରୁ ହାଇଦର ସହ ଟିଟୋ ଓ ସୁଲେମାନ ଗ୍ୟାଙ୍ଗର ଚାଲିଥିଲା ଛକାପଞ୍ଝା । ଉଭୟ ଟିଟୋ ଓ ସୁଲେମାନର ସାର୍ପସୁଟରମାନେ ହାଇଦର ଉପରେ ଥରେ ନୁହେଁ, ବାରମ୍ବାର ମରଣାନ୍ତକ ହମଲା କରିଛନ୍ତି ଆଉ ସବୁ ଥର ମରଣ ମୁହଁରୁ ବର୍ତ୍ତି ଯାଇଥିଲା ହାଇଦର୍ ।

2002ରେ ସୁଲେମାନ ଗ୍ୟାଙ୍ଗର ପିଲା ହାଇଦର୍ ଘରେ ପଶି ତାକୁ ଗୁଳି ମାଡ଼ କରିବା ସହ ମାରଣାସ୍ତ୍ରରେ ଚୋଟ ମଧ୍ୟ ମାରିଥିଲେ। କୌଶଳକ୍ରମେ ଘର ଭିତରକୁ ଖସି ପ୍ରାଣ ବଞ୍ଚାଇ ଦେଇଥିଲା ହାଇଦର୍ ଅଲ୍ଲୀ । 2005ରେ ଏହି ଆକ୍ରମଣର ପ୍ରତିଶୋଧ ନେଇଥିଲା ହାଇଦର୍ । ଭୁବନେଶ୍ୱର ଷ୍ଟିୱାର୍ଟ ସ୍କୁଲ୍ ଛକ ନିକଟରେ ସୁଲେମାନର ସାନ ଭାଇ ସେକ୍ ଚୂନାକୁ ଗୁଳି ମାଡ଼ କରି ପୂରା ଗ୍ୟାଙ୍ଗ ସହ ଫେରାର୍ ହୋଇ ଯାଇଥିଲା ଏହି କୁଖ୍ୟାତ ଅପରାଧୀ । ପରେ ନାଗପୁରରୁ ଧରା ହୋଇ ଜେଲକୁ ଆସିଲା ଆଉ ସେହି ଜେଲ୍ ଭିତରେ ରହି କରିଥିଲା ଖଣି ବ୍ୟବସାୟୀ ରଶ୍ମୀରଂଜନ ମହାପାତ୍ରଙ୍କ ମର୍ଡରର ବ୍ଲୁ ପ୍ରିଣ୍ଟ । କେନ୍ଦୁଝରର ଖଣି ବ୍ୟବସାୟୀ ରଶ୍ମି ରଞ୍ଜନ ମହାପାତ୍ରଙ୍କୁ ଭୁବନେଶ୍ବର ସହିଦ ନଗର ଅଞ୍ଚଳରୁ ୨୦୦୭ ମେ ୨୭ ତାରିଖରେ ଗନ୍ ପଏଣ୍ଟ ଅପହରଣ କରିଥିଲେ ହାଇଦରର ଲୋକ । ରଶ୍ମୀଙ୍କୁ ମୁଣ୍ତ ଜାମିନ ରଖି ପରିବାର ଲୋକଙ୍କୁ ୨ କୋଟି ଟଙ୍କା ମଗା ଯାଇଥିଲା। ପରିବାର ପକ୍ଷରୁ ୧ କୋଟି ୧୨ ଲକ୍ଷ ଟଙ୍କା ଦିଆଯିବା ସତ୍ତ୍ୱେ ରଶ୍ମିଙ୍କୁ ହତ୍ୟା କରାଯିବା ସହ ଶବକୁ ପେଟ୍ରୋଲ ଢାଳି ଜାଳି ଜାମସେଦପୁରର ନିକାଞ୍ଚନ ସ୍ଥାନରେ ଫିଙ୍ଗି ଦିଆଯାଇଥିଲା ।

2009ରେ ସୁଲେମାନକୁ ତା ନିଜ ବଡ଼ି ଗାର୍ଡଙ୍କ ଦ୍ୱାରା ହତ୍ୟା କରିବାର ଅଭିଯୋଗ ବି ଉଠିଥିଲା ହାଇଦର୍ ବିରୋଧରେ । କେଉଁଠି ଧରମ ସଂପର୍କ ତ ଆଉ କେଉଁଠି କମ୍ ବୟସର ଝିଅଙ୍କୁ କ୍ରାଇମ୍ ନେଟୱର୍କରେ ସାମିଲ୍ କରି ନିଜ ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିବା ହାଇଦର୍ କେତେ ଯେ ମାରିଛି, କାହାକୁ ମାରି ଜାଳି ଦେଇଛି ତ ଆଉ କେଉଁଠି ମୃତଦେହକୁ ସମୁଦ୍ରରେ ଫିଙ୍ଗି ଦେଇଛି, ତାର ରେକର୍ଡ ବି ନାହିଁ । ୪୦ ବର୍ଷ ଧରି ରାଜ୍ୟ ଅପରାଧ ଜଗତରେ ଏକ ଚର୍ଚ୍ଚିତ ନାଁ ଥିଲା ହାଇଦର୍। ଏପ୍ରିଲ ୧୦ ଅପରାହ୍ନରେ କଟକ ଏସସିବିରିୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର୍ ହୋଇଯାଇ ପୁଣି ଚର୍ଚ୍ଚାକୁ ଆସିଥିଲା ଗ୍ୟାଙ୍ଗଷ୍ଟର। ସେତେବଳେ ଏହି ଖବରକୁ ନେଇ ବେଶ୍ ହଇଚଇ ହୋଇଥିଲା । ଏପ୍ରିଲ୍ 15ରେ ତେଲେଙ୍ଗାନାରୁ ଗିରଫ ହେବା ପରଠୁ ହାଇଦର ଥିଲା ଚୌଦ୍ୱାର ଜେଲରେ । ସୁରକ୍ଷା ଦୃଷ୍ଟିରୁ ତାକୁ ବାରିପଦା ସ୍ଥାନାନ୍ତର ବେଳେ ବାଲେଶ୍ୱର ସିମୂଳିଆ ନିକଟରେ ପୁଣି ଫେରାର୍ ହେବାକୁ ଉଦ୍ୟମ କରିବାରୁ ବାଜିଲା ପୁଲିସର ଗୁଳି । କେବେ ପୁଲିସ ଏନକାଉଣ୍ଟର ତ ଆଉ କେବେ ପ୍ରତିପକ୍ଷ ଗୋଷ୍ଠୀର ଗୁଳି ମାଡ଼ରୁ ବଞ୍ଚି ଯାଇଥିବା ଏଥର କିନ୍ତୁ ଆଉ ଖସି ଯାଇପାରିଲା ନାହିଁ କି ମୃତ୍ୟୁକୁ ଚକମା ବି ଦେଇପାରିଲା ନାହିଁ ଆଉ ଖତମ ହୋଇଗଲା ଚାଳିଶ ବର୍ଷର ଖତରନାକ୍ ଖେଳ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami