ସମର୍ଥକଙ୍କ ଗହଣରେ ପାଳିବେନି ଜନ୍ମଦିନ

Above Post Content

ଭୁବନେଶ୍ୱର: ଆଜି ଭାରତୀୟ ରାଜନୀତିର ବଳିଷ୍ଠ ବ୍ୟକ୍ତିତ୍ୱ ତଥା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ୭୮ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ବର୍ଷ ନିଜ ଜନ୍ମଦିନ ପାଳିବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ମାସରେ ତାଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପରଲୋକ ହୋଇଥିବା କାରଣରୁ ଚଳିତ ବର୍ଷ ସେ ଜନ୍ମଦିନ ପାଳିବେ ନାହିଁ । ଜନ୍ମଦିନ ଅବସରରେ ନବୀନ ନିବାସକୁ ଶୁଭେଚ୍ଛୁମାନଙ୍କୁ ନ ଆସିବାକୁ ମଧ୍ୟ ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ ନ କରିବା ଆଗରୁ ମଧ୍ୟ ଦେଖିବାକୁ ମିଳିଛି । ବାତ୍ୟା ଏବଂ ଦୁର୍ବିପାକ ଭଳି ସ୍ଥିତି ଉପୁଜିଲେ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରନ୍ତି ନାହିଁ ।

ଲେଖାଲେଖିରେ ରୁଚି ରଖୁଥିଲେ ନବୀନ

After 2nd paragraph post ads
Middle post content

୧୯୪୬ ମସିହା ଅକ୍ଟୋବର ୧୬ ତାରିଖରେ କଟକଠାରେ ଜନ୍ମଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଓ ଜୀୟାନ ଦେବୀଙ୍କ ସନ୍ତାନ ହେଉଛନ୍ତି ନବୀନ । ସେ ଦିଲ୍ଲୀ ୟୁନିଭର୍ସିଟିରୁ କଳାରେ ସ୍ନାତକ ହାସଲ କରିଥିଲେ । ପଢ଼ା ପରେ ସେ ବିଦେଶରେ ରହୁଥିଲେ । ନବୀନ ପ୍ରଥମେ ଜଣେ ଲେଖକ ଥିଲେ । ଲେଖାଲେଖିରେ ରୁଚି ରଖିବା ସହିତ ନବୀନ ହଲିଉଡରେ ଏକ ଫିଲ୍ମ ମଧ୍ୟ କରିଛନ୍ତି । ରାଜନୀତିର ଅ, ଆ ଶିଖି ନ ଥିବା ନବୀନ ବିଜୁ ପଟ୍ଟନାୟକଙ୍କ ପରଲୋକ ପରେ ରାଜନୀତିରେ ପାଦ ରଖିଥିଲେ ।

ଭାରତର ନମ୍ବର ୱାନ ମୁଖ୍ୟମନ୍ତ୍ରୀ

୨୦୦୦ ମସିହାରେ ଓଡ଼ିଶାର ଶାସନ ଡୋରି ଧରିଥିଲେ ନବୀନ । ପରେ ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ବିକଳ୍ପବିହୀନ ନେତାର ମାନ୍ୟତା ପାଇ ଆସୁଛନ୍ତି ସେ । ଏବେ ସେ ଭାରତର ନମ୍ବର ୱାନ, ଏବଂ ସବୁଠାରୁ ଲମ୍ବା ସମୟ ଧରି ରାଜ୍ୟର ଲଗାତାର ମୁଖ୍ୟମନ୍ତ୍ରୀ ପଦରେ ରହିଛନ୍ତି । ରାଜନୀତିରେ ପ୍ରବେଶ ପର ଠାରୁ କ୍ଷମତାରେ ରହି ଆସିଛନ୍ତି ନବୀନ । ପ୍ରଥମେ କେନ୍ଦ୍ର ମନ୍ତ୍ରୀ ଓ ପରେ ମୁଖ୍ୟମନ୍ତ୍ରୀ । କେବେ ନିଜ ରାଜନୈତିକ ଶତ୍ରୁଙ୍କୁ ନିର୍ଦ୍ଦୟ ଭାବେ ଦମନ କରି ସେ ଚର୍ଚ୍ଚାରେ ରହିଛନ୍ତି ତ ଆଉ କେବେ ଭୋଟ୍ ରାଜନୀତିରେ ବିପୁଳ ବିଜୟ ହାସଲ କରି ନିଜ ଲୋକପ୍ରିୟତାକୁ ପ୍ରମାଣିତ କରିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami