ଚର୍ଚ୍ଚାରେ ଶୁଭମ୍‌ଙ୍କ ଛୋଟ ଭ୍ୟାକ୍ୟୁମ୍ କ୍ଲିନର

Above Post Content

ପ୍ରତିଭା ଆଗରେ ହାରମାନେ ଦୁନିଆର ସବୁ ପ୍ରତିବନ୍ଧକ । ଏପରି ଏକ ବିରଳ ପ୍ରତିଭାର ଅଧିକାରୀ ମେଧାବୀ ଛାତ୍ରଙ୍କୁ ମିଳିଛି ପୃଥିବୀର କ୍ଷୁଦ୍ରତମ ଭ୍ୟାକ୍ୟୁମ କ୍ଲନର ତିଆରି କରିବାର ପ୍ରଶଂସା ପତ୍ର । ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ଖେରଙ୍ଗ ପଂଚାୟତ ରାଉତ ସାହି ଗାଁର ନବମ ଶ୍ରେଣୀ ଛାତ୍ର ଛୋଟ ଛୋଟ ଭ୍ୟାକ୍ୟୁମ୍ କ୍ଲିନର ତିଆରି କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଅଧିକାରୀ ହୋଇଛନ୍ତି ଶୁଭମ୍ । ସଫଳତା ପାଇଁ ପରିବାର ଲୋକ ବେଶ ଖୁସିଥିବାବେଳେ ସେ ଜିଲ୍ଲା ଓ ନିଜ ଅଂଚଳର ସୁନାମ ବଢ଼ାଇଛନ୍ତି । ଶୁଭମ୍ ବାସୁଦେବପୁର ନବୋଦୟ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପାଠ ପଢ଼ନ୍ତି । ସେ ପାଠ ପଢ଼ିବା ସହିତ ବିଭିନ୍ନ ପ୍ରକାର ସାମଗ୍ରୀ ତିଆରି କରିବା ତାଙ୍କର ନିଶା । ଏହି ଇଣ୍ଡିଆ ବୁକ୍ ରେଡର୍କ ପାଇବା ପାଇଁ ସେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ । ଇଣ୍ଡିଆ ବୁକ୍ ଅଫ୍ ରେଡର୍କ ସଂସ୍ଥା ତରଫରୁ ଭୁବନେଶ୍ୱର ପରେ ଘରେ ରହି ଲାଇଭ୍‌ରେ ଶୁଭମ୍ ତିଆରି କରିଥିବା ସବୁଠାରୁ ଛୋଟ ଛୋଟ ଭ୍ୟାକୁମ୍ କ୍ଲିନର, ଯାହାର ଲମ୍ବା ୧୨୧ ସେଂଟିମିଟର ତାହା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଚୟନ ହୋଇଛି । ଫଳରେ ତାଙ୍କୁ ପଦକ ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଅଦରକାରୀ ମୋବାଇଲ ଭାଇବ୍ରେଟର, ମୋଟର, ପ୍ଲାଷ୍ଟିକ୍ ସିରିଞ୍ଜ ଓ ଅନ୍ୟାନ୍ୟ ଛୋଟ ଛୋଟ ଅଦରକାରୀ ଜିନିଷ ସବୁକୁ ନେଇ ଏହି ଛୋଟ ଭ୍ୟାକୁମ୍ କ୍ଲିନର ତିଆରି କରିଛନ୍ତି । ଚାନ୍ଦବାଲିର ଶିକ୍ଷୟିତ୍ରୀ ନିର୍ଲିପ୍ତା ମିଶ୍ର କିଛି ଆର୍ଥିକ ସହାୟତା ପ୍ରଦାନ କରିବା ପରେ ଶୁଭମ୍ ଗିନିଜ୍ ବୁକ୍ ଅଫ୍ ରେଡର୍କ ପାଇଁ ପ୍ରସ୍ତୁତ ଜାରି ରଖିଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami