ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ନ୍ତି ନର୍ଗିସ

Above Post Content

ନୂଆଦିଲ୍ଲୀ: ନର୍ଗିସ ମହମ୍ମଦୀଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର । ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼ୁଥିବାରୁ ତାଙ୍କୁ ମିଳିଛି ୨୦୨୩ ମସିହାର ଏହି ନୋବେଲ ଶାନ୍ତି ପୁରସ୍କାର । ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରର ବିରୋଧ ତଥା ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତାର ପ୍ରଚାର ପାଇଁ କାମ କରନ୍ତି ନର୍ଗିସ । ଏଥିଲାଗି ତାଙ୍କୁ ୨୦୨୩ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିବାକୁ ନରୱେ ନୋବେଲ କମିଟି ନିଷ୍ପତ୍ତି ନେଇଛି ।

Middle post content

ନୋବେଲ ପୁରସ୍କାର କମିଟି ଅନୁଯାୟୀ, ନର୍ଗିସ ମହମ୍ମଦୀ ତାଙ୍କ ଜୀବନରେ ବହୁ ସଂଗ୍ରାମ କରିଛନ୍ତି । ଅନ୍ୟ ମହିଳାଙ୍କୁ ସାହାଯ୍ୟ କରିବାକୁ ଯାଇ ସେ ୧୩ ଥର ଗିରଫ ହୋଇଛନ୍ତି । ପାଞ୍ଚ ଥର ଦୋଷୀ ସାବ୍ୟସ୍ତ ବି ହୋଇଛନ୍ତି । ତାଙ୍କୁ ମୋଟ ୩୧ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନର୍ଗିସ ମହମ୍ମଦୀ ତେହେରାନର ଇଭିନ ଜେଲରେ ଅନେକ ବର୍ଷ ହେଲାଣି ଜେଲ ଦଣ୍ଡ ଭୋଗୁଛନ୍ତି ।

After 2nd paragraph post ads

ନର୍ଗିସ ମହମ୍ମଦୀ ହେଉଛନ୍ତି ଡିଫେଣ୍ଡର ଅଫ୍ ହ୍ୟୁମାନ ରାଇଟ୍ସ ସେଣ୍ଟର(ଡିଏଚଆରସି)ର ଉପାଧ୍ୟକ୍ଷା । ସେ ଇସଲାମିକ ଦେଶ ଇରାନରେ ମୃତ୍ୟୁଦଣ୍ଡକୁ ଶେଷ କରିବା ଏବଂ ବନ୍ଦୀମାନଙ୍କ ଅଧିକାର ପାଇଁ ଲଢ଼ିଥିଲେ । ଏହି ଅବଧି ମଧ୍ୟରେ ତାଙ୍କୁ ଅନେକ ଥର ଜେଲ ଯିବାକୁ ପଡିଥିଲା । ଏବେ ବି ସେ ଜେଲ ଦଣ୍ଡ ଭୋଗୁଥିବା ଜଣାପଡ଼ିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami