ଆଜି ଇଣ୍ଡିଆ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ଷ୍ଟାଡିୟମରେ ନାହିଁ ବିଜୁଳି

Above Post Content

ରାୟପୁର : ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମ ପୁରା ପ୍ରସ୍ତୁତ । ହେଲେ, ଯେଉଁ ଷ୍ଟାଡ଼ିୟମରେ ଆଜି ଖେଳାଯିବ ମ୍ୟାଚ ସେଠାରେ ବିଦ୍ୟୁତ୍ ସଂଯୋଗ ନାହିଁ । ଜେନେରେଟର ସାହାଯ୍ୟରେ ଖେଳାଯିବ ପୂରା ମ୍ୟାଚ୍ । ରାୟପୁରର ସହିଦ ବୀର ନାରାୟଣ ସିଂହ ଷ୍ଟାଡିୟମରେ ରହିଛି ଏହି ସମସ୍ୟା । ୨୦୦୯ ମସିହାରୁ ବକେୟା ଥିବା ବିଦ୍ୟୁତ୍ ବିଲ୍ ଭରଣ କରା ନ ଯିବା କାରଣରୁ ଷ୍ଟାଡିୟମର କିଛି ଅଂଶରେ ବିଦ୍ୟୁତ୍ ସଂଯୋଗ ନାହିଁ । ବର୍ତ୍ତମାନ ସୁଦ୍ଧା ଷ୍ଟାଡିୟମ ଉପରେ ୩.୧୬ କୋଟି ଟଙ୍କାର ବିଲ୍ ବକେୟା ରହିଛି । ଏହି କାରଣରୁ ୫ ବର୍ଷ ହେବ ଷ୍ଟାଡିୟମରେ ବିଦ୍ୟୁତ୍ ନ ଥିବା ଜଣାଯାଇଛି ।

୫ ବର୍ଷ ହେଲାଣି ନାହିଁ ବିଜୁଳି

After 2nd paragraph post ads
Middle post content

ଛତିଶଗଡ ରାଜ୍ୟ କ୍ରିକେଟ୍ ଆସୋସିଏସନର ଅନୁରୋଧ କ୍ରମେ ଏକ ଅସ୍ଥାୟୀ ସଂଯୋଗ ସ୍ଥାପନ କରାଯାଇଥିଲା । କିନ୍ତୁ ତାହା କେବଳ ଦର୍ଶକଙ୍କ ଗ୍ୟାଲେରୀ ଏବଂ ବକ୍ସକୁ ସଂଯୋଗ କରିଥିଲା । ଅନ୍ୟ ସବୁ ସ୍ଥାନକୁ ବିଦ୍ୟୁତ୍ ସଂଯୋଗ କରିବାକୁ ହେଲେ ଜେରେନେଟର ବ୍ୟବହାର କରାଯାଏ । ରାୟପୁର ଗ୍ରାମୀଣ ସର୍କଲର ଦାୟିତ୍ୱରେ ଥିବା ଅଶୋକ ଖଣ୍ଡେଲୱାଲ କହିଛନ୍ତି ଯେ, ଷ୍ଟାଡିୟମର ଅସ୍ଥାୟୀ ସଂଯୋଗର କ୍ଷମତା ବୃଦ୍ଧି ପାଇଁ କ୍ରିକେଟ୍ ଆସୋସିଏସନ ସଭାପତି ଆବେଦନ କରିଛନ୍ତି । ବର୍ତ୍ତମାନ, ଅସ୍ଥାୟୀ ସଂଯୋଗର କ୍ଷମତା ୨୦୦ କଠ ରହିଛି, ଏହାକୁ ୧ ହଜାର କଠ କରିବାକୁ କରାଯାଇଥିବା ଆବେଦନକୁ ଅନୁମୋଦନ ମିଳିଛି । କିନ୍ତୁ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ ।

ଖେଳା ସରିଲାଣି ତିନୋଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍‌

୨୦୧୮ରେ ଏଠାରେ ଏକ ମ୍ୟାଚ୍ ଚାଲିଥିବା ସମୟରେ ବିଦ୍ୟୁତ୍ ସମସ୍ୟା କଥା ସାମ୍ନାକୁ ଆସିଥିଲା । ଏହାପରେ ୨୦୦୯ ମସିହାରୁ ୩.୧୬ କୋଟି ଟଙ୍କାର ବିଲ୍ ବକେୟା ପଡିବା କଥା ଜଣାପଡିଥିଲା । ସେବେଠାରୁ ଏହି ସମସ୍ୟାର ସମାଧାନ କରାଯାଇ ନାହିଁ । କ୍ରୀଡା ବିଭାଗ ଓ ପୂର୍ତ୍ତ ବିଭାଗ ମଧ୍ୟରେ ଥିବା ବିବାଦ କାରଣରୁ ଏହି ସମସ୍ୟା ଉପୁଜିଛି । ସେବେଠାରୁ ଷ୍ଟାଡିୟମରେ ତିନୋଟି ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଖେଳା ସରିଲାଣି । ଆଜିର ମ୍ୟାଚରେ ସେପରି କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି ସମସ୍ତଙ୍କ ଆଶା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami