ଭାରତରେ ଆଫ୍ରିକୀୟ ଚିତାଙ୍କ ମୃତ୍ୟୁ ମାମଲା, ବିଶେଷଜ୍ଞଙ୍କ ଅନୁସାରେ ମରିଯିବେ 90 ପ୍ରତିଶତ ଚିତା

Above Post Content

ପ୍ରୋଜେକ୍ଟ ଚିତା କୁ ନେଇ ବିଶ୍ମିତ କଲାଭଳି ଖବର ସାମ୍ନାକୁ ଆସିଛିକୁନୋ ନ୍ୟାସନାଲ ପାର୍କକୁ ଆସିଥିବା ନାମବିଆ ଓ ଦକ୍ଷିଣ ଆଫ୍ରିକା ଚିତାଙ୍କୁ ନେଇ ଚିନ୍ତା ବଢିଛି । ଆଗକୁ ସୁରକ୍ଷୀତ ରହିବେ ତ ଏହି ଚିତା ? ନା ଭାରତରେ ଚିତା ବାଘର ମୃତ୍ୟୁ ସୁନିଶ୍ଚିତ । କାରଣ ଛୁଆ, ମହିଳା ଓ ପୁରୁଷ ଚିତାଙ୍କ ସମେତ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେଣୁ ସାଧାରଣତଃ ଚିନ୍ତା ବଢିବା ସ୍ବାଭାବିକ । ଏହି ଘଟଣା ପରେ ଚିତା ପ୍ରୋଜେକ୍ଟ ସଫଳତା ଉପରେ ସନ୍ଦେହ ପ୍ରକାଶ ପାଇଛି । କିନ୍ତୁ ଦକ୍ଷୀଣ ଆଫ୍ରିକାର ବିଶେଷଜ୍ଞ ମାନେ ଚିତାଙ୍କ ମୃତ୍ୟୁକୁ ଏପରି ସାଧାରଣ ଭାବରେ ନେଇଛନ୍ତି । କୁନୋ ଉଦ୍ୟାନକୁ ଅଣାଯାଇଥିବା ୨୦ଟି ମଧ୍ୟରୁ କେବଳ ୫ରୁ ୭ଟି ଚିତା ବଞ୍ଚି ପାରନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ଚିତାବାଘର ମୃତ୍ୟୁ ସ୍ବାଭାବିକ । ଉଦାହରଣ ଦେଇ ବିଶେଷଜ୍ଞ ମାନେ କହିଛନ୍ତି । ଦକ୍ଷୀଣ ଆଫ୍ରିକା ୧୯୬୬ରେ ଚିତାର ପୂନର୍ବାସ ପ୍ରକଳ୍ପ ଆରମ୍ଭ କରିଥିଲା । ସେତବେଳେ ଚିତା ଦକ୍ଷୀଣ ଆଫ୍ରିକାର ଜଳବାୟୁ ସହିତ ଖାପ ଖୁଆଇବା ପାଇଁ ୨୬ ବର୍ଷ ଲାଗିଗଲା । ଏହି ସମୟରେ ୨୦୦ ଚିତାଙ୍କର ମୃତ୍ୟୁ ହୋଇଥିଲା

Middle post content

ଚିତାକୁ ନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । ଚିତାବାଘ ମୃତ୍ୟୁର କାରଣ କଣ ହୋଇପାରେ ବିଶେଷଜ୍ଞ ମାନେ କହିଛନ୍ତି । ଚିତା ପାଇଁ ଭାରତର ପାଗ ସବୁଠୁ ବଡ଼ ଆହ୍ବାନ । ତାଙ୍କ କହିବାନୁସାରେ, ଚିତା ପ୍ରକଳ୍ପର ସବୁଠୁ ବଡ ଝଟକା ଥିଲା ଯେତେବେଳେ ୩ଟି ଚିତା ସେପ୍ଟିସେମିଆରେ ମୃତ୍ୟୁ ବରଣ କରିଥିଲେସେପ୍ଟିସେମିଆ ହେଉଛି ଏମିତି ଏକ ରୋଗ ଯେଉଁଥିରେ ରୋଗ ପ୍ରତିରୋଧକ ଶକ୍ତିକୁ ଅତ୍ୟନ୍ତ ଦୁର୍ବଳ କରିଥାଏ । ଯେଉଁ କାରଣ ପାଇଁ ଏକ ନିର୍ଦ୍ଦିଷ୍ଟ ରାସାୟନିକ ପଦାର୍ଥ ଉତ୍ପନ ହୁଏ । ଏହି ରାସାୟନିକ ଶରୀରରେ ପ୍ରଦାହ ସୃଷ୍ଟି କରେ । ପରିଶେଷରେ ଏହା ଏକାଧିକ ଅଙ୍ଗକୁ ଦୁର୍ବଳ କରିଦିଏ । ବିଶେଷଜ୍ଞ ମାନେ ଏହା ମଧ୍ୟ କହିଛନ୍ତି । ଏପ୍ରିଲ-ମେ ମାସରେ ବିଦେଶରେ ଶୀତର ଆଶଙ୍କା ଥିବାରୁ ଚିତାବାଘ ସେମାନଙ୍କ ଚର୍ମକୁ ମୋଟା କରିଦେଥାନ୍ତି । ଏହି କାରଣରୁ ତାଙ୍କୁ ଚର୍ମ ସଂକ୍ରମଣ ହୋଇଥାଏ । ବିଶେଷଜ୍ଞ ମାନେ କହିଛନ୍ତି ଯେ ଚିତା ଭାରତରେ ଚିକିତ୍ସିତ ହେଉଛି । ଆସନ୍ତା ବର୍ଷ ମୌସୁମି ପର୍ଯ୍ୟନ୍ତ ଏହି ଚିକିତ୍ସା ଜାରି ରଖିବାକୁ ପଡିବ । ଚର୍ମକୁ ମୋଟା କରିବା ସମୟରେ ମଧ୍ୟ ନଜର ରଖିବାକୁ ପଡି଼ବ । ସମୟ ସହିତ ଚିତା ଏହି ପରିବର୍ତ୍ତନ ସହିତ ଖାପ ଖୁଆଇ ପାରିବ ।

After 2nd paragraph post ads

ଦକ୍ଷୀଣ ଆଫ୍ରିକାର ବିଶେଷଜ୍ଞମାନେ କହିଛନ୍ତି । ଆଗାମୀ ସମୟରେ ଆହୁରି ୫୦ଟି ଚିତା ଭାରତକୁ ଆଣିବାକୁ ପଡିବ । ସେମାନଙ୍କୁ କେବଳ କୁନୋ ଜାତୀୟ ଉଦ୍ୟାନରେ ନୁହେଁ । ଅନ୍ୟ ସ୍ଥାନରେ ମଧ୍ୟ ପୃଥକ ଭାବରେ ରଖିବାକୁ ହେବ । ଏହାଦ୍ବାରା ସେମାନଙ୍କ ସଂଖ୍ୟା ବଢିବ । ଚିତାପାଇଁ ଫେନସିଂ ଏନକ୍ଲୋଜର ଆବଶ୍ୟକ । ବିଶେଷଜ୍ଞ ମାନେ କହିଛନ୍ତି ଭବିଷ୍ୟତରେ ଯଦି ଚିତା ପାଳିବାକୁ ହୁଏ । ତାହେଲେ ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟ ଏବଂ ମୁକୁନ୍ଦ୍ରା ପାହାଡ଼ ଜାତୀୟ ଉଦ୍ୟାନର ନାମ ପରାମର୍ଶ ଦେଇଛନ୍ତି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami