ଆରମ୍ଭ ହେଲା ‘ନାଇଟ୍ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମ

Above Post Content

ଭୁବନେଶ୍ୱର : ଏଣିକି ରାତିରେ ବି ନନ୍ଦନକାନନ ବୁଲିବାର ମଜା ନେଇ ପାରିବେ ପର୍ଯ୍ୟଟକ । ବନ୍ୟପ୍ରାଣୀଙ୍କ ଚାଲିଚଳଣ ସହ ସେମାନେ ରହୁଥିବା ବାସସ୍ଥାନ ଦେଖିବାର ସୁଯୋଗ ପାଇବେ । ସେମାନଙ୍କ ଖାଦ୍ୟ ପାନୀୟ ସମ୍ପର୍କରେ ଜାଣିବେ । ରାତିରେ ବନ୍ୟଜନ୍ତୁମାନେ କିଭଳି ବ୍ୟବହାର ପ୍ରଦର୍ଶନ କରନ୍ତି ସେ ବିଷୟରେ ମଧ୍ୟ ଜାଣିବାର ସୁଯୋଗ ପାଇବେ ପର୍ଯ୍ୟଟକ । ତେଣୁ ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ‘ନାଇଟ୍ ଆଉଟ ଆଟ୍ ଜୁ’ । ଏହି କାର୍ଯ୍ୟକ୍ରମରେ ସଂଧ୍ୟା ୬ଟା ୩୦ରୁ ରାତି ୮ଟା ଯାଏ ନନ୍ଦନକାନରେ ବୁଲିବାକୁ ଅନୁମତି ମିଳିବ । ୨୫୦ ଟଙ୍କା ଦେଇ ପ୍ରଥମେ ଅନଲାଇନ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଏହାପରେ ବ୍ୟାଟେରୀ ଗାଡ଼ିରେ ବୁଲି ଦର୍ଶକମାନେ ନନ୍ଦନକାନନର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ଏହି ସମୟରେ ରାତ୍ରିଚର ପ୍ରାଣୀଙ୍କ ଜୀବନଶୈଳୀର ଅଧ୍ୟୟନ କରିବାକୁ ସୁଯୋଗ ମିଳିବ ।

Middle post content

ଫଟୋ, ଭିଡ଼ିଓ ପାଇଁ ମିଳିବନି ଅନୁମତି

After 2nd paragraph post ads

ଅନ୍ୟ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ଏକ ନୂଆ ବନ୍ୟପ୍ରାଣୀ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାର ନାଁ ‘ନାଇଟ୍ ଆଉଟ ଆଟ୍ ଜୁ’ ରଖାଯାଇଛି । ଏହା ସଂପୂର୍ଣ୍ଣ ଭାବେ ଗୋଟିଏ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ । କେବଳ ରବିବାର ଏହା ଆୟୋଜନ ହେବ । ପ୍ରତି ରବିବାର ସନ୍ଧ୍ୟା ପରେ ୨୦ ଜଣ ଲୋକ ଏହି କାର୍ଯ୍ୟକ୍ରମରେ ଭାଗ ନେଇପାରିବେ । ରାତି ସମୟରେ ଚିଡ଼ିଆଖାନାର ସ୍ୱତନ୍ତ୍ରତା ଯେମିତି କ୍ଷୁଣ୍ଣ ନ ହେବ, ତା’କୁ ଦୃଷ୍ଟି ରଖି ଧାର୍ଯ୍ୟ ଦର୍ଶକଙ୍କ ସଂଖ୍ୟା ଠାରୁ ଅଧିକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ । ଏଥି ସହିତ ନାଇଟ ଆଉଟ ଆଟ୍ ଜୁ’ କାର୍ଯ୍ୟକ୍ରମରେ ଫଟୋ କିମ୍ବା ଭିଡିଓ ରେକର୍ଡିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ । ସେହିପରି ଯେଉଁମାନେ ଭିତରକୁ ଯିବେ ସେମାନେ ସାଙ୍ଗରେ କୌଣସି ବ୍ୟାଗ୍‌/ସାମଗ୍ରୀ ନେବା ଉପରେ କଟକଣା ଲଗାଯାଇଛି । ଚିଡ଼ିଆଖାନାର ଭଲ୍ୟୁଣ୍ଟରମାନେ ଯେଉଁ ପରାମର୍ଶ ଦେବେ ତାହାକୁ ମାନିବାକୁ ପର୍ଯ୍ୟଟକମାନେ ବାଧ୍ୟ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami