ନେପାଳରେ ‘ଓମ୍‌’ ଶବ୍ଦକୁ ନେଇ ପାଲା, ଡିକ୍ସନାରୀରୁ ହଟାଇବାକୁ ଚାହୁଁଛନ୍ତି ସରକାର

Above Post Content

ରାଜନୀତିରେ ନିଜକୁ ଅଧିକ ଧର୍ମ ନିରପେକ୍ଷ ବୋଲି ଦେଖାଇ ହେବାକୁ ଯାଇ ନେପାଳ ସରକାର ସେଠାକାର ହିନ୍ଦୁଙ୍କ ଧର୍ମୀୟ ଭାବନା ସହିତ ଖେଳୁଛନ୍ତି ।ଏଥିପାଇଁ ସରକାରୀ ଡିକ୍ସନାରୀରୁ ‘ଓମ୍‌’ଶବ୍ଦ ହଟାଇବାକୁ ସରକାର ଷଡ଼ଯନ୍ତ୍ର କରିଥିଲେ ବୋଲି ଖୋଦ ମେଣ୍ଟ ସରକାରରେ ସାମିଲ ଥିବା ନେପାଳୀ କଂଗ୍ରେସ ଅଭିଯୋଗ ଆଣିଛି । ଏମିତିକି ନେପାଳ କଂଗ୍ରେସ ଏନେଇ ସରକାରଙ୍କୁ ଖୋଲାଖୋଲି ଧମକ ଦେଇ କହିଛି ଯେ, ଆମେ ଏଭଳି ହେବାକୁ ଦେବୁ ନାହିଁ । ସରକାର ଖ୍ରୀଷ୍ଟିଆନ୍ ମିଶନାରୀଙ୍କ ଚାପରେ ଆସି ଏଭଳି କରିଛନ୍ତି ବୋଲି ନେପାଳୀ କଂଗ୍ରେସ ଅଭିଯୋଗ କରିଛି ।

ମାମଲା କ’ଣ ?

After 2nd paragraph post ads

୬ ଅଗଷ୍ଟ ୨୦୧୨ରେ ନେପାଳ ଶିକ୍ଷା ମନ୍ତ୍ରଣାଳୟ ପ୍ରଜ୍ଞା ପ୍ରତିଷ୍ଠାନ ଦ୍ୱାରା ପ୍ରକାଶିତ ଡିକ୍ସନାରୀରୁ ଓମ୍ ଶବ୍ଦ ହଟାଇବାକୁ ଆଦେଶ ଦେଇଥିଲେ । ଦେବନାଗରୀ ଲିପି ବ୍ୟବହାର ଉପରେ ବିଚାର ପାଇଁ ୨୦୧୨ରେ ତତ୍କାଳୀନ ସରକାର ଏକ କମିଟି ଗଠନ କରିଥିଲେ । ସେତେବେଳେ ନେପାଳରେ କମ୍ୟୁନିଷ୍ଟ ସରକାର ଥିଲା । ପ୍ରଧାନମନ୍ତ୍ରୀ ବାବୁରାଓ ଭଟ୍ଟାରାଇ ଥିଲେ । ଶିକ୍ଷାମନ୍ତ୍ରୀ ଦିନାନାଥ ଶର୍ମା ଶିକ୍ଷାମନ୍ତ୍ରୀ ଥିଲେ । କମିଟିସେତେବେଳେ ହଳନ୍ତ ଯୁକ୍ତ ଶବ୍ଦ ସବୁକୁ ହଟାଇବାକୁ ସୁପାରିସ କରିଥିଲେ । କମିଟିର ସୁପାରିସକୁ ସରକାର ଗ୍ରହଣ କରିଥିଲେ । ଏହି ସୁପାରିସରେ ଡିକ୍ସନାରୀରୁ ‘ଓମ୍‌’ ଶବ୍ଦକୁ ହଟାଇବା ପାଇଁ ମଧ୍‌ଯ ସୁପାରିସ କରାଯାଇଥିଲା । କେବଳ ଓମ୍ ଶବ୍ଦ ନୁହେଁ କମିଟି ମଧ୍‌ଯ,‘ଶ୍ରୀ’ବିଦ୍‌ଯା,ବୁଦ୍ଧ,ୟୁଦ୍ଧ,ଇନ୍ଦ୍ର,ଦ୍ୱିତ୍ୱ,ଦ୍ୱିବଚନ,ବ୍ରାହ୍ମଣ,ପ୍ରହଲ୍ଲାଦ,ତତ୍ୱ,ଶକ୍ତି ଓ ବୁ୍‌ଦ୍ଧି ଭଳି ଶବ୍ଦ ହଟାଇବାକୁ ସୁପାରିସ କରିଥିଲେ ।

Middle post content

ସବୁକିଛି ଗୁପଚୁପ୍ ଭାବେ ହୋଇଥିଲା । ଯାହାର ଟେର କେହି ପାଇନଥିଲେ । କିନ୍ତୁ ଜଣେ ସାମ୍ବାଦିକ ଟପେନ୍ଦ୍ର ବାହାଦୁର କାର୍କିଙ୍କ ନଜରକୁ ଏହି ଘଟଣା ଆସିଥିଲା । ୨୦୧୬ ମସିହାରେ ସେ ଏନେଇ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ୍ ମାମାଲାର ଶୁଣାଣି କରି ଅକ୍ଟୋବର ୧, ୨୦୧୬ରେ ସରକାରଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିଥିଲେ ।

ସୁପ୍ରିମକୋର୍ଟ ସରକାରଙ୍କ ଆଦେଶ ଉପରେ ରହିତାଦେଶ ଲାଗୁ କରିବା ପରେ ମାମଲା ଶିତଳ ଭଣ୍ଡାରକୁ ଚାଲିଯାଇଥିଲା କିନ୍ତୁ ଏବେ ୮ ବର୍ଷ ପରେ ପୁଣି ମାମଲା ଜୋର ଧରିଛି । ନେପାଳର ମେଣ୍ଟ ସରକାରରେ ସାମିଲ ଥିବା ନେପାଳୀ କଂଗ୍ରେସର ସଦସ୍‌ଯ ଏହି ମାମଲାରେ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଶୋଡଷ ଶତାବ୍ଦୀରେ ନେପାଳ ଆସିଥିବା ଖ୍ରୀଷ୍ଟିଆନ୍ ମିଶନାରୀ ଆର୍ôଥକ ଭାବେ ଶକ୍ତିଶାଳୀ ହୋଇଥିବାରୁ ହିନ୍ଦୁ ଧର୍ମକୁ ଦୁର୍ବଳ କରିବାକୁ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି । ମିଶନାରୀଙ୍କ ଷଡ଼ଯନ୍ତ୍ରକୁ ସରକାର ସମର୍ଥନ କରୁଛନ୍ତି ବୋଲି ନେପାଳୀ କଂଗ୍ରେସ ଅଭିଯୋଗ କରିଛି ।

ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ଥିଲା ନେପାଳ

ଭାରତ ହିନ୍ଦୁ ବହୁଳ ରାଷ୍ଟ୍ର ହୋଇପାରେ । କିନ୍ତୁ ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ନେପାଳ ଥିଲା । ତେବେ ୨୦୦୭ ପରେ ସେଠାରେ ରାଜତନ୍ତ୍ରର ପତନ ସହିତ କମ୍ୟୁନିଷ୍ଟ ସରକାର ଶାସନକୁ ଆସିଥିଲେ । ନୂଆ ସମ୍ବିଧାନରେ ନେପାଳକୁ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା । ତେବେ ନେପାଳର ହିନ୍ଦୁବାଦୀ ସଂଗଠନ ଓ ରାଜତନ୍ତ୍ର ସମର୍ଥକ ଏବେ ମଧ୍‌ଯ ନେପାଳକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ସ୍ୱଂୟସେବକ ସଂଘ ଭଳି ସଂଗଠନ ଏଭଳି ଆନ୍ଦୋଳନର ଆଗରେ ରହିଛି । ଏବେ ଓମ୍ ଶବ୍ଦକୁ ହଟାଇବାକୁ ନେଇ ଯେଉଁ ଷଡ଼ଯନ୍ତ୍ର ହୋଇଛି ତାହା ଏଭଳି ସଂଗଠନଙ୍କୁ ଶକ୍ତି ପ୍ରଦାନ କରିବ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami