କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ: ମୁଖ୍ୟମନ୍ତ୍ରୀ

Above Post Content

ଭବାନୀପାଟଣା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର କଳାହାଣ୍ଡି ଗସ୍ତରେ ଆସି ଦଳୀୟ ଲୋକ ସଭା ଓ ୫ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିଛନ୍ତି । ଭବାନୀପାଟଣା ଶ୍ରୀକୃଷ୍ଣ ନଗରଠାରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ବିକାଶ ପାଇଁ ବିଜେଡିକୁ ଭୋଟ୍ ଦେବାକୁ ନିବେଦନ କରିଥିଲେ ।

Middle post content

ବିଭିନ୍ନ ଯୋଜନା ଭଲ କି ବୋଲି ପଚାରିଲେ ନବୀନ

After 2nd paragraph post ads

ସେହିପରି ବିରୋଧୀ ଦଳ ସବୁବେଳେ ମିଛ କହୁଛନ୍ତି, ସେମାନେ କୁମ୍ଭୀର କାନ୍ଧଣା କାନ୍ଦୁଛନ୍ତି । ବିଏସ୍‌କେ୍‌ୱାଇ କାର୍ଡ, ମିଶନ ଶକ୍ତି, ଲକ୍ଷ୍ମୀ ବସ୍ ଯୋଜନା, କାଳିଆ ଯୋଜନା, ମଧୁବାବୁ ପେନ୍‌ସନ୍ ଯୋଜନା, ଛାତ୍ରୀଛାତ୍ରଙ୍କୁ ସ୍କଲାରଶିପ୍ ଆଦି ଭଲ କି ବୋଲି ମୁଖ୍ୟମନ୍ତ୍ରୀ କଳାହାଣ୍ଡିବାସୀଙ୍କୁ ପଚାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଏହି ସଭାରେ ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କ ସହ ଦଳୀୟ ଲୋକ ସଭା ପ୍ରାର୍ଥୀ ଲମ୍ବୋଦର ନିଆଲ, ଜୁନାଗଡ଼ ବିଧାୟକ ପ୍ରାର୍ଥୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ ପୁଷ୍ପେନ୍ଦ୍ର ସିଂଦେଓ, ଲାଞ୍ଜିଗଡ଼ ପ୍ରଦୀପ ଦିଶାରୀ, ନର୍ଲା ମନୋରମା ମହାନ୍ତି,ଭବାନୀପାଟଣା ଲଳିତା ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami