ଭିଡିଓ ଜରିଆରେ ବବିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

Above Post Content

ଭୁବନେଶ୍ୱର: ସମ୍ବଲପୁର ଦେଖୁଛି ବିଗ୍ ଫାଇଟ୍ । ଗୋଟିଏ ପଟେ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ବିଜେଡି ରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦି ଭାବେ ମୈଦାନ୍ ରେ ଅଛନ୍ତି ବିଜେପି ସାଂସଦ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ । ଏହାରି ଭିତରେ ଦିନ ଯେତେ ଗଡୁଛି ସମ୍ବଲପୁର ରେ ବବିଙ୍କ ପ୍ରତି ସମର୍ଥନ ସେତେ ବଢୁଛି । ଆଜି ନାମାଙ୍କନପତ୍ର ଭରିଛନ୍ତି ପ୍ରଣବ । ତେବେ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପ୍ରଣବଙ୍କୁ ଅଲ୍ ଦ ବେଷ୍ଟ୍ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଭିଡ଼ିଓ ରୁ ସ୍ପଷ୍ଟ ହେଉଛି, ଯେ ନବୀନ ହେଲିକେପ୍ଟରରେ ବସିଛନ୍ତି । ଏବଂ ନିଜେ ଭିଡ଼ିଓ କରି ସମ୍ବଲପୁର ବିଜେଡି ସାଂସଦ ପ୍ରାର୍ଥୀ ବବି ଦାସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ଆଶୀର୍ବାଦ କରିଛନ୍ତି ।

Middle post content

ବବିଙ୍କ ବିଜୟ ନିଶ୍ଚିତ କହିଲେ ନବୀନ

After 2nd paragraph post ads

ନବୀନ ଉକ୍ତ ଭିଡିଓ ରେ କହିଛନ୍ତି, ଅଲ ଦ ବେଷ୍ଟ୍ ବବି, ମୁଁ ନିଶ୍ଚିତ ଯେ ତୁମର ବିଜୟ ହେବ । ପୂର୍ବରୁ ସର୍ବଦା ନିଜ ନେତା, କର୍ମୀ ଓ ସମର୍ଥକଙ୍କ ସହ ରହି ସେମାନଙ୍କର ମଙ୍ଗଳ କାମନା କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶେଷ କରି ବିଜେଡିର ନେତା ଓ କର୍ମୀଙ୍କ ମଧ୍ୟରେ ଜୋସ ଭରିବାରେ ସେ କେବେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି । ସାରା ଓଡ଼ିଶାବାସୀଙ୍କୁ ମୋ ପରିବାର କହି ସର୍ବଦା ଲୋକଙ୍କ ମଙ୍ଗଳ ସକାଶେ ସେ କାର୍ଯ୍ୟ କରି ଆସିଛନ୍ତି । ଆଉ ଏହି ଭିଡ଼ିଓ ଦେଖିଲା ପରେ ଦଳର ସବୁ ନେତା ଓ କର୍ମୀ ଖୁବ୍ ଉତ୍ସହିତ ହେବା ସହ ବିଶେଷ କରି ସମ୍ବଲପୁର ଲୋକେ ବେଶ ଖୁସି ପ୍ରକଟ କରିଥିବା ଜଣାପଡ଼ିଛି । ସମ୍ବଲପୁରରେ ସମାବେଶ ହେଉ କି ଶୋଭାଯାତ୍ରା , ସବୁଠି ଦେଖିବାକୁ ମିଳୁଛି ବବିଙ୍କ କ୍ରେଜ୍ । ବିଜେଡି ପ୍ରତି ରହିଥିବା ଲୋକଙ୍କ ଭଲ ପାଇବା ଏବଂ ନବୀନ ପ୍ରତି ରହିଥିବା ଆଶୀର୍ବାଦ ବବିଙ୍କୁ ନିଶ୍ଚୟ ସଫଳତା ଦେବ ବୋଲି ଆଲୋଚନା ହେଉଛି । ଆଉ ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ପାଇଁ ନବୀନଙ୍କ ଏହି ଭିଡିଓ ବାର୍ତ୍ତା କୁ ସବୁରି ମହଲ ରେ ବେଶ ପ୍ରଶଂସା କରାଯାଇଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami