ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ

Above Post Content

ନୂଆଦିଲ୍ଲୀ: ଆସୋସିଏଶନ ଫର ଡେମୋକ୍ରାଟିକ ରିଫମର (ଏଡିଆର) ଅନୁସାରେ ଦେଶର ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଅଛନ୍ତି । ଏଡିଆର ଦ୍ୱାରା ଜାରି ୩୦ଜଣିଆ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରଥମ ନମ୍ବରରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗମୋହନ ରେଡ୍ଡୀ ଅଛନ୍ତି । ତାଙ୍କର ମୋଟ ତ୍ତ୍‌ି ୫୧୦ କୋଟିରୁ ବି ଉର୍ଦ୍ଧ୍ୱ । ଏହାପରେ ଦ୍ୱିତୀୟରେ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୬୩ କୋଟି ଟଙ୍କାରୁ ଉର୍ଦ୍ଧ୍ୱ । ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଖରେ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଅସ୍ଥାବର ସମ୍ପତ୍ତି ଥିବାବେଳେ ୨୩ଲକ୍ଷ ୨୬ହଜାର ୫୫୫ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ଏହା ବ୍ୟତୀତ ୨୧.୧୭ଲକ୍ଷ ସ୍ୱ ଅର୍ଜିତ ଆୟ ରହିଛି । ତେବେ ୨୦୨୧ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ବିବରଣୀ ଅନୁସାରେ, ୨୦୨୧ ଡିସେମ୍ବରରେ ତାଙ୍କ ପାଖରେ ୬୪.୯୭କୋଟି ଟଙ୍କାର ସମ୍ପତ୍ତି ଥିଲା ।

Middle post content

୬୪.୯୭କୋଟି ଟଙ୍କା ସମ୍ପତ୍ତି ର ମାଲିକ ନବୀନ

After 2nd paragraph post ads

ନବୀନ ପଟ୍ଟନାୟକଙ୍କ ନୂଆଦିଲ୍ଲୀର ଏପିଜି ଅବଦୁଲ କଲାମ ରୋଡ ସ୍ଥିତ ପୈତୃକ ସମ୍ପତ୍ତିରେ ୫୦ପ୍ରତିଶତ ଭାଗିଦାରୀ ଅଛି । ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୪୩.୩୬କୋଟି ଟଙ୍କାରୁ ଅଧିକ । ଏଥିସହ ଭୁବନେଶ୍ୱରର ଏୟାରପୋର୍ଟ ପାଖରେ ଥିବା ନବୀନ ନିବାସରେ ୨ରୁ ୩ଭାଗ ଅଶୀଂଦାର ଅଛି । ଯାହାର ମୂଲ୍ୟ ୯କୋଟି ୫୨ଲକ୍ଷ ୪୬ହଜାର ୧୯୦ ଟଙ୍କାରୁ ଅଧିକ । ତାଙ୍କର ସ୍ଥାବର ସମ୍ପତ୍ତିର ମୂଲ୍ୟ ୧୨.୦୯କୋଟି ଟଙ୍କା । ଯେଉଁଥିରେ ନୂଆଦିଲ୍ଲୀର ଏକ ବ୍ୟାଙ୍କରେ ୭୨ଲକ୍ଷ ଟଙ୍କା, ଭୁବନେଶ୍ୱରର ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୨୧.୭୧ଲକ୍ଷ ଟଙ୍କା ରହିଛି । ଏଥିସହ ୩.୪୫ ଲକ୍ଷ ଟଙ୍କାର ଅଳଙ୍କାର ଓ ଚାରି ଚକିଆ ଯାନ ମଧ୍ୟ ସାମିଲ ଅଛି । ତେବେ ଏହି ରିପୋର୍ଟ ୨୦୨୩ରେ ଏଡିଆର ପ୍ରକାଶ କରିଥିଲା ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami