ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩: ବିଜେତାଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି

Above Post Content

ମୁମ୍ବାଇ: ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ୨୦୨୩ ମଙ୍ଗଳବାର ଅନୁଷ୍ଠିତ ହୋଇଛି । ବିଜେତାମାନେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କଠାରୁ ଏହି ସମ୍ମାନଜନକ ପୁରସ୍କାର ଗ୍ରହଣ କରିଛନ୍ତି । ଆୟୋଜିତ ଏହି ସ୍ୱତନ୍ତ୍ର ସମାରୋହରେ ବିଭିନ୍ନ ବର୍ଗରେ ମନୋନୀତ ସିନେପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଗତ ଅଗଷ୍ଟ ମାସରେ ବିଜେତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ମଙ୍ଗଳବାର ସେମାନଙ୍କୁ ପୁରସ୍କାର ଦେଇ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ।

ଆଲିଆ,ଆଲୁ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ,ଅଭିନେତା ପୁରସ୍କାର

After 2nd paragraph post ads
Middle post content

ଭାରତୀୟ ସିନେମାକୁ ଜୀବନବ୍ୟାପୀ ଅବଦାନ ଲାଗି ବରିଷ୍ଠ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଥିଲା । ‘ଗଙ୍ଗୁବାଇ କାଠିଆୱାଡ଼ି’ ପାଇଁ ଆଲିଆ ଭଟ୍ଟଙ୍କୁ ଓ ‘ମିମି’ ପାଇଁ କ୍ରିତ୍ ସାନନ୍‌ଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି । ଏହା ସହ ‘ପୁଷ୍ପା’ ପାଇଁ ଆଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ପୁଷ୍ପା ସିନେମାରେ ନିଖୁଣ ଅଭିନୟ ପାଇଁ ସେ ଏହି ପୁରସ୍କାର ପାଇଛନ୍ତି ।

ଆରଆରଆରକୁ ଶ୍ରେଷ୍ଠ ଫିଲ୍ମ ପୁରସ୍କାର

‘ରକେଟ୍ରି: ଦ ନାମ୍ବି ଇଫେକ୍ଟ’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିଥିଲା । ଏହି ପୁରସ୍କାରକୁ ଅଭିନେତା ଆର ମାଧବନ ମଞ୍ଚ ଉପରକୁ ଯାଇ ରାଷ୍ଟ୍ରପତିଙ୍କ ହାତରୁ ଗ୍ରହଣ କରିଥିଲେ । ଏହ ସହ ‘ଆରଆରଆର’କୁ ଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି ପୁରସ୍କାର ଗ୍ରହଣ କରିଛନ୍ତି ଏସଏସ ରାଜାମୌଲୀ । ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଭାବେ ପଙ୍କଜ ତ୍ରିପାଠୀ ଏବଂ ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ଭାବେ ପଲ୍ଲବୀ ଯୋଶୀଙ୍କୁ ପୁରସ୍କୃତ କରାଯାଇଛି । ସେମାନଙ୍କୁ ଯଥାକ୍ରମେ ମିମି ଓ ଦ କାଶ୍ମୀର ଫାଇଲ୍ସ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଉକ୍ତ ପୁରସ୍କାର ମିଳିଛି । ପ୍ରଚ୍ଛଦପଟ୍ଟ ଗୀତ ବର୍ଗରେ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଏମ୍‌ଏମ୍ କିରାବନି ଓ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ କାଳ ଭୈରବଙ୍କୁ ପୁରସ୍କୃତ କରାଯାଇଛିଶ୍ରେୟା ଘୋଷାଲଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ପୁରସ୍କାର ମିଳିଛି । ସର୍ଦ୍ଦାର ଉଦ୍ଧମକୁ ଶ୍ରେଷ୍ଠ ହିନ୍ଦୀ ଏବଂ ଅନୁପମ ପଟ୍ଟନାୟକଙ୍କ ପ୍ରତୀକ୍ଷାକୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ମିଳିଛି ।

Below Post Content

Leave a Comment

Your email address will not be published. Required fields are marked *

Scroll to Top
Close Bitnami banner
Bitnami